Odisha news

ସଂଯୁକ୍ତ ରାଷ୍ଟ୍ରରେ ପୁଣି ବଜାଇ ରଖିଲା ଭାରତ ନିଜର ସ୍ଥାନ 

0

ନୂଆଦିଲ୍ଲୀ : ଭାରତକୁ ପୁନର୍ବାର ସଂଯୁକ୍ତ ରାଷ୍ଟ୍ରରେ ତିନିଟି ମହତ୍ଵପୂର୍ଣ୍ଣ ନୀତିକୁ ନେଇ ସଦସ୍ୟ ଭାବରେ ବଛା ଯାଇଛି l ଚଳିତ ବର୍ଷ ଆରମ୍ଭରେ ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ନିଜର ସଦସ୍ୟତା ଆରମ୍ଭ କରିଥିଲା l ଚଳିତ ଥର ସଂଯୁକ୍ତ ରାଷ୍ଟ୍ରରେ ଆର୍ଥିକ ଏବଂ ସାମାଜିକ ପରିଷଦର ତିନିଟି କାର୍ଯ୍ୟକୁ ନେଇ ଭାରତକୁ ନିର୍ବାଚିତ କରାଯାଇଛି l

ଅପରାଧ ନିରୋଧକ ଓ ଅପରାଧିକ ଆୟୋଗର ସଦସ୍ୟ ହେଲା ଭାରତ –

ଭାରତକୁ ମୌଖିକ ଅନୁମୋଦନ ସହିତ ଅପରାଧ ନିରୋଧକ ଏବଂ ଅପରାଧିକ ଆୟୋଗରେ ୧ ଜାନୁଆରୀ ୨୦୨୨ ରେ ଆରମ୍ଭ ହେବାକୁ ଯାଉଥିବା ୩ବର୍ଷର କାର୍ଯ୍ୟକାଳ ପାଇଁ ବଛା ଯାଇଛି l ଅଷ୍ଟ୍ରିଆ ,ବାହାରିନ ,ବୁଲଗେରିଆ ,କାନାଡ଼ା ,ଫ୍ରାନ୍ସ ,ଘାନା ,ଲିବିୟା ,ପାକିସ୍ତାନ ,ଥାଇଲ୍ୟାଣ୍ଡ ,ଆମେରିକା ଇତ୍ୟାଦି ରାଷ୍ଟ୍ରକୁ ମୌଖିକ ଅନୁମୋଦନ ଦ୍ୱାରା ବଛା ଯାଇଛି l ଯେବେକି ବ୍ରାଜିଲ ,ଚିଲି ,କ୍ୟୁବା ଇତ୍ୟାଦିକୁ ଗୋପନୀୟ ମତଦାନ ଦ୍ୱାରା ନିର୍ବାଚିତ କରାଯାଇଛି l

ଲିଂଗିକ ସମାନତା ଏବଂ ମହିଳା ସଶକ୍ତିକରଣ ସଂସ୍ଥାର ସଦସ୍ୟ –

ଭାରତ ସଂଯୁକ୍ତ ରାଷ୍ଟ୍ରରେ ଲିଂଗିକ ସମାନତା ଓ ମହିଳା ସଶକ୍ତିକରଣ ସଂସ୍ଥାର କାର୍ଯ୍ୟକାରୀ ବୋର୍ଡ଼ରେ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଅନୁମୋଦନ ପାଇଛି l

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବୋର୍ଡର ସଦସ୍ୟ –

ଭାରତ ବିଶ୍ୱ ଖାଦ୍ୟ କାର୍ଯ୍ୟକାରୀ ବୋର୍ଡ ରେ ନିର୍ବାଚିତ ହୋଇଛି l ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ l ଏହି ବୋର୍ଡ଼ରେ ଫ୍ରାନ୍ସ ,ଘାନା ,କୋରିଆ ,ସ୍ୱିଡ଼େନ ଇତ୍ୟାଦି ସଦସ୍ୟ ରହିଛନ୍ତି l

Nalco
Leave A Reply