Odisha news

IIT କାନପୁର ପକ୍ଷରୁ ଛାତ୍ର ମାନଙ୍କୁ ମିଳିଲା ସୁବର୍ଣ୍ଣ ସୁଯୋଗ : କ୍ୟାମ୍ପସ ପ୍ଲେସମେଣ୍ଟ ଶୀଜନ ର ଆରମ୍ଭର ୮ଦିନରେ କମ୍ପାନୀ ଗୁଡିକ ପକ୍ଷରୁ ବମ୍ପର ରେସପନ୍ସ

0

ନୂଆଦିଲ୍ଲୀ : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥା IIT କାନପୁର ରେ ଚାଲିଥିବା କ୍ୟାମ୍ପସ ପ୍ଲେସମେଣ୍ଟ ଶୀଜନ ର ଆରମ୍ଭର ୮ଦିନ ରେ କମ୍ପାନୀ ଗୁଡିକ ପକ୍ଷରୁ ବମ୍ପର ରେସପନ୍ସ ମିଳିଛି l ଏହି ସମୟ ମଧ୍ୟରେ କମ୍ପାନୀ ଗୁଡିକ ୪୯ ଜଣ ଛାତ୍ରଙ୍କୁ ୧କୋଟି ରୁ ଉର୍ଧ୍ଵ ପ୍ୟାକେଜ ର ଜବ ଅଫର କରିଛନ୍ତି l

୨୮୭ଟି କମ୍ପାନୀ ଏଥିରେ ଅଂଶ ଗ୍ରହଣ କରିଥିଲେ l IIT କାନପୁର ପ୍ରବକ୍ତା କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପ୍ଲେସମେଣ୍ଟ ରେ କମ୍ପାନୀ ଗୁଡିକର ଭଲ ରେସପନ୍ସ ମିଳିଛି l ଏହି ପ୍ଲେସମେଣ୍ଟ ରେ ସାମିଲ ହେବାକୁ ଆସିଥିବା ବଡ଼ବଡ଼ କମ୍ପାନୀ ଗୁଡିକ ସ୍ଟୁଡେଣ୍ଟ ମାନଙ୍କୁ ଭଲ ପ୍ୟାକେଜ ଅଫର କରିଛନ୍ତି l ଏହି ଅବସରରେ ୧, ୦୪୧  ଛାତ୍ରଛାତ୍ରୀ ଅଫର ସ୍ୱୀକାର କରି ଚାକିରୀ ହାସଲ କରିଛନ୍ତି l

ପ୍ରବକ୍ତା କହିଛନ୍ତି ମଲ୍ଟି ନେସନାଲ କମ୍ପାନୀ ଗୁଡିକ ବିଦେଶରେ ଚାକିରୀ ପାଇଁ ୪୭ ଜଣଙ୍କୁ ବାଛି ଛନ୍ତି l କରୋନା କାରଣରୁ ଗତ ବର୍ଷ ଭଲ ରେସପନ୍ସ ମିଳି ନଥିଲା l କିନ୍ତୁ ଚଳିତ ବର୍ଷ ଏହାର ପୁରାଣ ହୋଇ ଯାଇଛି l ଚଳିତ ବର୍ଷ କ୍ୟାମ୍ପସ ସିଲେକସନ ରେ ଭଲ ଫଳାଫଳ ମିଳିଛି l ଚାକିରୀ ର ଭଲ ଅଫର ମିଳିଥିବା କାରଣରୁ ଛାତ୍ରଛାତ୍ରୀ ମାନେ ଖୁବ ଖୁସି ଅଛନ୍ତି l

IEC 2 years
Leave A Reply