ସିମୁଳିଆ-୧୨/୧୦ (ସ.ବ୍ୟୁ)-ସ୍ୱାମୀର ପରିକୀୟା ପ୍ରୀତି , ଦୈନ୍ୟଦିନ ଜୀବନ ଭିତରେ ଶାରିରୀକ ଓ ମାନସିକ ଯନ୍ତ୍ରଣା ସହ୍ୟ କରିବା ପରେ ମଧ୍ୟ ସ୍ୱାମୀର ମନ ବୁଝିଲାନି ଶେଷରେ ଅନ୍ୟ ଏକ ଝିଅ ସହ ବିବାହ ହୋଇଯିବାରୁ ବାଧ୍ୟ ହୋଇ ସ୍ତ୍ରୀ ସିମୁଳିଆ ଥାନାରେ ସ୍ୱାମୀଙ୍କ ବିରୋଧରେ ଲିଖିତ ଅଭଯୋଗ କରିଥିବାର ଜଣାଯାଇଛି ।
ଅନ୍ୟ ପକ୍ଷରେ ପୁଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନୀରବଦ୍ରଷ୍ଟା ସାଜିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଥାଉକି ସିମୁଳିଆ ଥାନା ଅନ୍ତର୍ଗତ ବରି ପଞ୍ଚାୟତର ଦହିଖାର୍ଜି ଗ୍ରାମର ରାମଚନ୍ଦ୍ର ବିଶ୍ୱାଳଙ୍କ ଝିଅ ସନ୍ଧ୍ୟା ବିଶ୍ୱାଳ(୩୯) ସିମୁଳିଆ ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ପାହିତୋରଣା ପଞ୍ଚାୟତ ପୁରସ୍ତମପୁର ଗ୍ରାମରେ କୈ÷ଳାସ ଚନ୍ଦ୍ର ବିଶ୍ୱାଳ ବିବାହ କରିଥିଲେ । ମାତ୍ର ବିବାହର କିଛି ଦିନ ଭଲରେ କଟିଥିଲେବି ସ୍ୱାମୀ କୈ÷ଳାସଙ୍କର ଅନ୍ୟ ମହିଳାଙ୍କ ସହ ପରକୀୟା ପ୍ରୀତି ଦିନକୁ ଦିନ ଅସହ୍ୟ ହୋଇପଡିଥିଲା । ଏମାନଙ୍କ ପାଖରୁ ଦୁଇଟି ପୁତ୍ର ସନ୍ତାନ ଅଛି ।
ସେମାନଙ୍କ ପାଠପଢା ଓ ଅନ୍ୟାନ୍ୟ ଖର୍ଚ୍ଚ ମାଗିଲେ ମୋତେ ଓ ମୋ ପିଲାଙ୍କୁ ମାରିଦେବାକୁ ଧମକ ଦିଅନ୍ତି । ଏସବୁ ସହ୍ୟ କରି ସଂନ୍ଧ୍ୟା ସେହି ଘରେ ପଡି ରହିଥିଲା । ମାତ୍ର ସ୍ୱାମୀ କୈ÷ଳାସ ପାଖ ଗ୍ରାମ ରୁଡୁଙ୍ଗାରୁ ଜନୈକା ଯୁବତୀଙ୍କୁ ୨୯/୦୯/୨୦ତାରିଖରେ ବିବାହ ହୋଇଯାଇଥିବାର ଖବର ପାଇ ଥାନାର ଦ୍ୱାରସ୍ଥ ହୋଇଥିବାର ଜଣାଯାଇଛି । ଅପରପକ୍ଷେ ଏପରି ଏକ ସମ୍ବେଦନଶୀଳ ଘଟଣା କିଛି ରାଜନୈ÷ତିକ ବ୍ୟକ୍ତି ଦଲାଲ ସିମୁଳିଆ ଥାନାରେ ସକି୍ରୟ ହୋଇ ସ୍ୱାମୀ କୈ÷ଳାସକୁ ଛାଡିଦେଲେ କେତେ ଅର୍ଥ ଆବଶ୍ୟକ ମୂଲଚାଲ ଚାଲିଛି ଓ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବାର ସନ୍ଧ୍ୟା ପ୍ରକାଶ କରିଛି । ସିମୁଳିଆ ଥାନା ପକ୍ଷରୁ କୈ÷ଳାସକୁ ଖୋଜଖବର କରାଯାଉଥିଲେବି ସେ କେଉଁଆଡେ ଫେରାର ହୋଇଯାଇଥିବାର ସିମୁଳିଆ ପୋଲିସ ପକ୍ଷରୁ ପ୍ରକାଶ କରି ହାତଯୋଡି ବସି ଯାଇଥିବା ସନ୍ଧ୍ୟା ଅଭିଯୋଗ କରିଛି
