ଆଜିକାଲି ଆମେ ନିଜ ଶରୀର ଓ ସ୍ୱାସ୍ଥ୍ୟ କୁ ପ୍ରାକୃତିକ ଉପାୟ ବଦଳରେ କୃତ୍ରିମ ଉପାୟ ଦ୍ୱାରା ଅଧିକ ସୁରକ୍ଷା ଦେଉଛୁ l ଯାହାଦ୍ୱାରା ଆମେ ଅଧିକ ମଧ୍ୟ ରୋଗରେ ପୀଡିତ ହେଉଚୁ l ପୂର୍ବ କାଳରେ ଲୋକେ ପ୍ରାକୃତିକ ଉପାୟ ରେ ନିଜକୁ ଅଧିକ ସୁରକ୍ଷିତ ରଖୁଥିଲେ, ତେଣୁ ସେମାନେ ରୋଗ ନିକଟରୁ ଦୁରେଇ ରହୁଥିଲେ l ସେଥିରେ ଅନେକ ଗୁଡିଏ ଜଡିବୁଟି ସାମିଲ ରହୁଥିଲା, ସେଥିରୁ ଗୋଟିଏ ହେଉଛି ଅଶ୍ଵଗନ୍ଧା ସହିତ ମହୁ ସେବନ କରିବା l
ନିୟମିତ ଭାବରେ ଯଦି ଆପଣ ଅଶ୍ଵଗନ୍ଧା ସହିତ ମହୁ ସେବନ କରିବେ ନିଜକୁ ରୋଗ ଠାରୁ ଦୁରେଇ ରଖିବା ସହିତ ମନକୁ ମଧ୍ୟ ଶାନ୍ତ ରଖିବେ l
* ମାନସିକ ଚାପ ଦୂର କରିଥାଏ –
ଅଶ୍ଵଗନ୍ଧା ଷ୍ଟ୍ରେସ ହର୍ମୋନ କୁ କମ କରିବାରେ ସାହାଯ୍ୟ କରିଥାଏ, ଯେତେବେଳେ ଆମେ ଏହାକୁ ମହୁ ସହିତ ମିଶାଇ ଖାଇଥାଉ ତେବେ ଏହା ଖୁବ ଭଲ ପ୍ରଭାବ ଶରୀର ଉପରେ ପକାଇଥାଏ l ଭଲରେ ନିଦ ଆସିବା ସହିତ ମନ ମଧ୍ୟ ଶାନ୍ତ ରହିଥାଏ l
* ଇମ୍ୟୁନିଟି ବୁଷ୍ଟ କରିଥାଏ –
ରୋଗ ନିକଟରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହେଵାଜରୁରୀ l ଅଶ୍ଵଗନ୍ଧା ରେ ଆଣ୍ଟିଅକ୍ସିଡେଣ୍ଟ ଓ ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଭରି ହୋଇଥାଏ l ଯାହାକି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ l ସର୍ଦି , କାଶ ଓ ଭାଇରଲ ସଂକ୍ରମଣ ରୁ ରକ୍ଷା କରିଥାଏ l
* ଉର୍ଜା ଓ ଷ୍ଟାମିନା ବୃଦ୍ଧି କରେ –
ଯେଉଁ ଲୋକମାନଙ୍କୁ ଥକା ଲାଗିଥାଏ ସେମାନଙ୍କ ପାଇଁ ଅଶ୍ଵଗନ୍ଧା ଓ ମହୁ ଷ୍ଟାମିନା ବୃଦ୍ଧି କରିବାରେ ସହାୟକ ହୋଇଥାଏ l ଏବଂ ଶରୀର କୁ ଆରାମ ପ୍ରଦାନ କରି ଥାଆନ୍ତି l
* ପାଚନ ରେ ସୁଧାର ଆଣିଥାଏ –
ମହୁ ପେଟ କୁ ସଫା ରଖିଥାଏ ଏବଂ ଅଶ୍ଵଗନ୍ଧା ପାଚନ କ୍ରିୟା ରେ ସୁଧାର ଆଣିଥାଏ, ଗ୍ୟାସ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ l ଅଶ୍ଵଗନ୍ଧା ଓ ମହୁ ନିୟମିତ ସେବନ ଦ୍ୱାରା ବାତ ,ପୀତ, କଫ ସମସ୍ୟା ରୁ ଆରାମ ମିଳିଥାଏ l