Odisha news

ଜ୍ୟେଷ୍ଠ ମାସର ପ୍ରଥମ ବୁଧବାର ରେ କରନ୍ତୁ ଏହି ଶକ୍ତିଶାଳୀ ମନ୍ତ୍ରର ପାଠ ଦୂର ହେବ ହେବ ସମସ୍ତ ବାଧାବିଘ୍ନ

0

ବୁଧବାର ଦିନଟି ଗଣପତି ଙ୍କୁ ସମର୍ପିତ ଅଟେ, ଏହିଦିନ ଗୌରୀ ପୁତ୍ର ଗଣପତି ଙ୍କର ବିଧି ବିଧାନ ଅନୁସାରେ ପୂଜାର୍ଚନା କରାଯାଇଥାଏ, ଧାର୍ମିକ ମାନ୍ୟତା ଅନୁସାରେ ବିଶେଷ ଭାବରେ ଜ୍ୟେଷ୍ଠ ମାସର  ବୁଧବାର ଦିନ ଗଣପତି ଙ୍କ ନିକଟରେ ଉପାସନା କରିବା ଦ୍ୱାରା ଜୀବନ ର ସମସ୍ତ କଷ୍ଟ ଦୂର ହୋଇଥାଏ l ଏବଂ ବିଶେଷ ମନ୍ତ୍ରପାଠ ଦ୍ୱାରା ଜୀବନ ରୁ ଦୁଃଖ ଦୂର ହୋଇଥାଏ l ଜ୍ୟେଷ୍ଟ ମାସ ବୁଧବାର ରେ ଗଣେଶ ଙ୍କୁ ପୂଜା କରିବା ସମୟ ରେ ଗଣେଶ ସ୍ତୋତ୍ର ପାଠ କରନ୍ତୁ l

* କ୍ୟାରିଅର ରେ ଉନ୍ନତି ପାଇଁ –
” ଶୃଣୁ ପୁତ୍ର ମହାଭାଗ ଯୋଗସନ୍ତି ପ୍ରଦାୟକମ , ଯେନ ତ୍ଵଂ ସର୍ବଯୋଗଜ୍ଞ ବ୍ରହ୍ମାଭୁତ ଭବିଷ୍ୟସି ” – ଏହି ମନ୍ତ୍ରଟିକୁ ପାଠ କରି ଗଣପତିଙ୍କୁ ଦୁବ ଘାସ ଅର୍ପଣ କରନ୍ତୁ l

* ସୁଖୀ ଦାମ୍ପତ୍ୟ ଜୀବନ ପାଇଁ –
” ଚିତଂ ପଜ୍ଵାବିଧ୍ୱଂ ପ୍ରକ୍ତଙ୍ଗ ମୂଢ଼ଙ୍ଗ ମହାମତେ , ବିକ୍ଷିପ୍ତଙ୍ଗ ଚ ତଥୈକା ଗ୍ରଙ୍ଗ ନିରୋଧଙ୍ଗ ଭୂମିସଜ୍ଞକଂ ” ଏହି ମନ୍ତ୍ରଟିକୁ ଯଦି ଆପଣ ପାଠ କରନ୍ତି ତେବେ ବୈବାହିକ ଜୀବନ ସୁଖମୟ ହେବ l ଏହି ମନ୍ତ୍ର କୁ ପାଠ କରି ଲଡୁ ଭୋଗ ରେ ଅର୍ପଣ କରନ୍ତୁ l

* ଧନ ପ୍ରାପ୍ତି ପାଇଁ –
” ଚିତ୍ତରୁପା ସ୍ୱୟଂବୁଦ୍ଧିଚିତ୍ତଭ୍ରାନ୍ତିକାରି ମତା , ସିଧ ମର୍ଯ୍ୟା ଗଣେଷସ୍ୟ ମାୟାଖେଳକଉଚତେ l ” ଏହି ମନ୍ତ୍ରଟିକୁ ପାଠ କରି ଗଣପତି ଙ୍କ ନିକଟରେ ଗୋଟା ପାନ ଓ ଗୁଆ ଅର୍ପଣ କରନ୍ତୁ l

* ବିଦ୍ୟା ପ୍ରାପ୍ତି ପାଇଁ –
“ତେନ ତଂ ସାଧ୍ୟୟତିସ୍ମ ଗଣେଶଙ୍ଗ ସର୍ବସିଦ୍ଧିଦମ , କ୍ରମେଣ ଶାନ୍ତିମାପନ୍ନ ଯୋଗବିଦ୍ୟ ସ୍ୱଭାବନ୍ତ l ” ଏହି ମନ୍ତ୍ରଟିକୁ ପାଠ କରି ଗଣପତିଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରନ୍ତୁ l ବିଦ୍ୟା ପ୍ରାପ୍ତି କରିବେ l

IEC 2 years
Leave A Reply