Odisha news

୪ହଜାର ଟଙ୍କାରେ ଘରକୁ ନିଅନ୍ତୁ ୪୫ହଜାର ଟଙ୍କାର ହୋଣ୍ଡା ସ୍କୁଟରକୁ

0

ନୂଆଦିଲ୍ଲୀ : ଅଗ୍ରଣୀ ଓ ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ନିଜର ନୂଆ ମଡେଲ ସ୍କୁଟରରେ ଗ୍ରାହକ ମାନଙ୍କ ପାଇଁ ଭଲ ଅଫର ଦେଇଛି। ‘ହୋଣ୍ଡା ଟୁ ହ୍ୱୁଇଲର୍ସ ଇଣ୍ଡିଆ’ ନିଜର ନୂଆ ମଡେଲ ସିଏଲଆଇକ୍ୟୁର ବଜାର ପ୍ରବେଶ କରାଇବା ସମୟରେ ଏହି ଅଫର ଦିଆଯାଇଛି। ହୋଣ୍ଡା କମ୍ପାନୀର ସିଏଲଆଇକ୍ୟୁ ସ୍କୁଟରର ଦର ସବୁଠାରୁ କମ ରହିଛି। ହୋଣ୍ଡା ସିଏଲଆଇକ୍ୟୁର ସେଲଫ୍‍ ଓ ଡିଏକ୍ସ ନାମକ ଦୁଇଟି ଭିନ୍ନ ମଡେଲ ରହିଛି। ହୋଣ୍ଡା ସିଏଲଆଇକ୍ୟୁ ସେଲଫ୍‍ର ମୂଲ୍ୟ ୪୪୩୬୪ ଓ ସିଏଲଆଇକ୍ୟୁ ଡିଏକ୍ସର ମୂଲ୍ୟ ୪୪୮୬୬ ଟଙ୍କା ରହିଛି। ଏହି ସ୍କୁଟର ଚାରୋଟି ରଙ୍ଗରେ ବଜାରରେ ଉପଲବ୍ଧ ରହିଛି। ଆପଣ ଏହି ସ୍କୁଟର କିଣିବାକୁ ଚାହୁଁଥିଲେ ମାତ୍ର ୩୯୯୯ ଟଙ୍କା ମୂଳ ଅମାନତ ରାଶି ଦେଇ ଗାଡି ନେଇପାରିବେ। ବିନା ସୁଧରେ ବଳକା ଅର୍ଥରାଶି ଗ୍ରାହକ ସହଜ ମାସିକ କିସ୍ତିରେ ଦେଇ ପାରିବେ।
ଏହି ସ୍କୁଟରରେ ୧୧୦ସିସି ଇଞ୍ଜିନ, ୬୦କିମି ପ୍ରତି ଲିଟର, ମୋବାଇଲ ଚାର୍ଜଙ୍ଗ ସୁବିଧା, ସିଟ ତଳେ ୧୪ଲିଟର ଯାଗା ଆଦି ସୁବିଧା ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଟରର ବ୍ରେକିଂ ବ୍ୟବସ୍ଥାରେ କମ୍ବି ବ୍ରେକର ସୁବିଧା ମଧ୍ୟ ଦିଆଯାଇଛି।

Leave A Reply