Odisha news

କିଏ ସେହି ହିଜlବ ଗାର୍ଲ ସବନମ ଶେଖ ? ଯିଏ ପ୍ରଭୁ ଶ୍ରୀରାମ ଙ୍କ ପାଇଁ ମୁମ୍ବାଇ ରୁ କରିଛନ୍ତି ପଦଯାତ୍ରା ଅଯୋଧ୍ୟା 

0

ନୂଆଦିଲ୍ଲୀ : ହାତରେ ପ୍ରଭୁ ଶ୍ରୀରାମ ଙ୍କ ପତାକା ..

କାନ୍ଧରେ କେଶରୀଆ ଧ୍ୱଜ ..

ମୁଖରେ ଜୟ ଶ୍ରୀରାମ ଧ୍ୱନି …

ମୁଣ୍ଡରେ ଧାରଣ କରିଛନ୍ତି ହିଜାଵ …

ହଁ ଆଜ୍ଞା ଏଭଳି କିଛି ରୂପରେ ଦେଖିବାକୁ ମିଳିଛି ହିଜାଵ ଗାର୍ଲ ସବନମ ଙ୍କୁ l ନିଜର ଧର୍ମ ପ୍ରତି ରହିଛି ଆଦର ଓ ସନାତନ ଧର୍ମ ପ୍ରତି ରହିଛି ସମ୍ମାନ l ଏହା ମନେ ପକାଇ ଦେଉଛି ପୁରୁଣା ସମୟର ଭକ୍ତ ସାଲବେଗ ଙ୍କ କଥା l ଯିଏକି ମୁସଲମାନ ହୋଇ ମଧ୍ୟ ଶ୍ରୀଜଗନ୍ନାଥ ଙ୍କର ଥିଲେ ପ୍ରିୟ ଭକ୍ତ, ଓ ସାଲବେଗ ଙ୍କ ପାଇଁ ବଡଦାଣ୍ଡ ରେ ଅଟକି ଯାଇଥିଲା ନନ୍ଦିଘୋଷ ରଥ l

ବର୍ତମାନ ଖୁବ ଚର୍ଚାରେ ରହିଛନ୍ତି ହିଜାଵ ଗାର୍ଲ ସବନାମ ଶେଖ l ଯିଏକି ହିଜାଵ ପରିଧାନ କରି ଶ୍ରୀରାମ ମନ୍ଦିର ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁମ୍ବାଇ ରୁ l ସବନମ ଙ୍କର  ଗୋଟିଏ ଲକ୍ଷ, କରିବେ ଅଯୋଧ୍ୟାରେ ଶ୍ରୀରାମ ଙ୍କୁ ଦର୍ଶନ l ସେ ନିଜକୁ ଭାରତୀୟ ସନାତନୀ ମୁସ୍ଲିମ ବୋଲି କହିଥାଆନ୍ତି  l ସବନମ ଶେଖ ମୁମ୍ବାଇ ରେ ରୁହନ୍ତି, ସେ ନିଜ ଧର୍ମ କୁ ସମ୍ମାନ ଜଣାଇ ହିଜାଵ ପରିଧାନ କରନ୍ତି, ଏଥି ସହିତ ସେ ସନାତନ ଧର୍ମ କୁ ସମ୍ମାନ ଜଣାଇ ପରିଧାନ କରନ୍ତି ଶାଢ଼ୀ l ସବନାମ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ l ସେ ନିଜକୁ ରାଷ୍ଟ୍ରବାଦୀ ବୋଲି କହି ଥାଆନ୍ତି , ଏବଂ ତାଙ୍କ ନଜର ରେ ସବୁଠୁ ଊର୍ଧ୍ୱରେ ଦେଶ l ସେ କୁହନ୍ତି ଯେ ମୁସଲମାନ ହୋଇ ମଧ୍ୟ ପ୍ରଭୁ ଶ୍ରୀରାମ ଙ୍କ ନିକଟରେ ଗଭୀର ଆସ୍ଥା ରଖିଛନ୍ତି l

ଆଗାମୀ ଜାନୁଆରୀ ୨୨ ତାରିଖ ରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି l ଯାହାକୁ ଦେଖିବା ପାଇଁ ଦେଶ ଦୁନିଆରୁ ଲକ୍ଷ ଲକ୍ଷ ଲୋକ ଅଯୋଧ୍ୟାରେ ପହଂଚିବାକୁ ଲାଗିଛନ୍ତି l ଏହାକୁ ନେଇ ମୁମ୍ବାଇର ମୁସଲମାନ ଝିଅ ସବନମ ଶେଖ ମଧ୍ୟ ନିଜର ସାଥି ରମନ ରାଜ ଶର୍ମା ଓ ବିନୀତ ପାଣ୍ଡେ ଙ୍କ ସହିତ ପଦଯାତ୍ରା ଆରମ୍ଭ କରିଛନ୍ତି l ସବନମ ମୁମ୍ବାଇ ରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ରେ ଅଂଶ ଗ୍ରହଣ କରିବା ପାଇଁ l ସବନମ ଙ୍କ ମତରେ ” ପ୍ରଭୁ ଶ୍ରୀରାମ ସମସ୍ତଙ୍କର l ପ୍ରଭୁ ଶ୍ରୀରାମ ଙ୍କ ପାଇଁ ହିନ୍ଦୁ ଧର୍ମର ହେବା ବଡ଼କଥା ନୁହେଁ, ଗୋଟିଏ ଭଲ ମଣିଷ ହେବା ଜରୁରୀ l ”

ସବନମ ଙ୍କ ସହିତ ରାସ୍ତାରେ ଭେଟ ହେଉଥିବା ମୁସଲମାନ ମଧ୍ୟ ଜୟ ଶ୍ରୀରାମ ଧ୍ୱନି ଦେଇ ସବନମ ଙ୍କୁ ଉତ୍ସାହିତ କରୁଛନ୍ତି l ଏହାଛଡା ହିଜlବ ଗାର୍ଲ ଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ମିଳିଛି l ଏହା ସବନମ ଙ୍କ ପାଇଁ ତୀର୍ଥଯାତ୍ରା ସମାନ ଅଟେ l ସବନମ ଏହା ପୂର୍ବରୁ ମଥୁରା ମଧ୍ୟ ଯାଇଥିଲେ ଓ ସେଠାରେ କୃଷ୍ଣ ପ୍ରେମୀ ଙ୍କ ସହିତ ହୋଲି ଉତ୍ସବ ମଧ୍ୟ ପାଳନ କରିଥିଲେ l

Leave A Reply