ହିଞ୍ଜିଳିକାଟୁ,୩୦/୧ : ଗଞ୍ଜାମ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳଙ୍କ ପେନସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୋମବାର ହିଞ୍ଜିଳିକାଟୁରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଗଞ୍ଜାମ ପୋଲିସ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା,ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ପ୍ରଶାସନ)ଲୀନା କୁମାରୀ ଖେସ,ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ (ଅଭିଯୋଗ) ଓମ ପ୍ରକାଶ ପରିଡା ପ୍ରମୁଖ ଯୋଗ ଦେଇଥିଲେ।ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗର ଜନହିତକର ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆଶାୟୀ ହିତାଧିକାରୀଙ୍କ ଠାରୁ ସିଧାସଳଖ ଅଭିଯୋଗ ଗୁଡ଼ିକର ଶୁଣାଣି ହୋଇଥିଲା।ସମୁଦାୟ୨୧୨ଟି ବିଭିନ୍ନ ପ୍ରକାର ଅଭିଯୋଗ ପଞ୍ଜିକୃତ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତିଗତ ଆଧାରରେ ପକ୍କା ଘର,ଭତ୍ତା,ଖାଉଟି କାର୍ଡ,ବସୁନ୍ଧରା ଯୋଜନାରେ ଭୂମି ଏବଂ ଅନ୍ୟାନ୍ୟ ୧୮୭ଟି ଅଭିଯୋଗ ବିଷୟରେ ଶୁଣାଣି ହୋଇଥିଲା।ସାମୁହିକ ଭାବେ ୨୫ଟି ଅଭିଯୋଗ ହୋଇଥିଲା।
ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ୧୩ଟି ଅଭିଯୋଗର ସିଧାସଳଖ ସମାଧାନ କରିଥିଲେ।ଶିବିରରେ ଉପସ୍ଥିତ ଥିବା ୪ଜଣ ଭିନ୍ନକ୍ଷମଙ୍କୁ ଚକଲଗା ଚୌକି ଓ କୃତ୍ରିମ କହୁଣୀ ବଣ୍ଟନ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଶିବିରରେ ଓଏସଏଏମବି ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ,ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ସିଏସଓ ପୁସା ମୁଣ୍ଡା,ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ,ଡିପିଏଚଓ ଡାକ୍ତର ଜଗଦୀଶ ପଟ୍ଟନାୟକ,ବିଏସକେୱାଇ ପରିଚାଳକ ଅନିରୁଦ୍ଧ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ,ଏଡିଇଓ ପବିତ୍ର ମୋହନ ସାହୁ,ସହକାରୀ ବନ ସଂରକ୍ଷକ ଏ. ମେଧାବୀ ଲତା,ଡିଏସଏସଓ କଲ୍ୟାଣୀ ଦାସ,ଲିଡ଼ ବ୍ୟାଙ୍କ ଅଧିକାରୀ ଅଶୋକ କୁମାର ପଣ୍ଡା,ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ଦାଶ,ଉମା ଚରଣ ପାଢ଼ୀ,ଡ୍ରେନେଜ ବିଭାଗ ଅଧିକାରୀ ବେଣୁଗୋପାଳ ବେହେରା,ଆସିକା ଏସଡିପିଓ ଉମା ଶଙ୍କର ସିଂ,ତହସିଲଦାର ପ୍ରଭାତ କୁମାର ପରିଡା, ଆଇଆଇସି ଅଭିମନ୍ୟୁ ଦାସ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରତିଭା କୁମାରୀ ପାତ୍ର,ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ଏଡିଓ ସୌଦାମିନୀ ପଣ୍ଡା,ଗୋଷ୍ଠୀ କୃଷି ଅଧିକାରୀ ବାସୁଦେବ ଶତପଥୀ,ଏଏଓ ଏଅମର ପ୍ରସାଦ ସାହୁ,ଏମଆଇ ପୁରଞ୍ଜୟ ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ବେହେରା,ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ନାୟକ,ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା,ସହକାରୀ ଯନ୍ତ୍ରୀ ହର୍ଷ ମାଧବ କର,ପ୍ରସନ୍ନ କୁମାର ଦଳାଇ,ମାନସ ରଞ୍ଜନ ଦାଶ,ଦିଲ୍ଲୀପ କୁମାର ମିଶ୍ର,ପ୍ରକାଶ ଚନ୍ଦ୍ର ବଳିୟାର ସିଂ,ଜିଲ୍ଲା ପରିଷଦ ସଭ୍ୟ ଏ.ସୁଦର୍ଶନ,ସିପି ଦଣ୍ଡପାଣି ଦାଶ,ବୃନ୍ଦାବନ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।ଶିବିରରେ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।
