Odisha news

ଦୀର୍ଘାୟୁ ହେବା ପାଇଁ ଗୋଲଡେନ ରୁଲ : ଦୀର୍ଘାୟୁ ହେବା ପାଇଁ ଆପଣାନ୍ତୁ ଏହି ୮ଟି ନିୟମ  

0
ଆଗ କାଳରେ ଲୋକ ମାନଙ୍କ ଜୀବନଶୈଳୀ ସମ୍ପୂର୍ଣ ସରଳ ଓ କର୍ତବ୍ୟ ପରାୟଣ ଥିଲା, ଯାହାକି ଆଜିକାଲି ଦେଖିବାକୁ ମିଳୁନାହିଁ l ପୂର୍ବରୁ ଲୋକେ ଅଧିକ ରୋଗ ରେ ମଧ୍ୟ ପୀଡିତ ହେଉ ନଥିଲେ l କିନ୍ତୁ ବର୍ତମାନ ପ୍ରତ୍ୟେକ ଦିନ ଶୁଣିବାକୁ ମିଳୁଛି ଗୋଟିଏ ଗୋଟିଏ ନୂଆ ନୂଆ ରୋଗ ଓ ଅନେକ ରୋଗ ସେଥି ମଧ୍ୟରୁ ଚିକିତ୍ସା ମଧ୍ୟ ହୋଇପାରୁ ନାହିଁ l ସେତେବେଳେ ଲୋକେ ଦୀର୍ଘାୟୁ ମଧ୍ୟ ହେଉଥିଲେ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ ଜୀବନଶୈଳୀ ସହିତ ଜଡିତ କିଛିଟା ଅଭ୍ୟାସ ଦୀର୍ଘ ଜୀବନ ସମ୍ବନ୍ଧିତ ଅଟେ l ଗବେଷକ ଙ୍କ ମତରେ ଦୀଘଯୁ ହେବା ପାଇଁ ଏହିସବୁ ଅଭ୍ୟାସ କୁ ତୁରନ୍ତ ଆପଣାଇବା ଜରୁରୀ l
* କଦାପି ଜୀବନ ରେ ଧୁମ୍ରପାନ କରିବା ଉଚିତ ନୁହେଁ, ତମ୍ବାଖୁ ସେବନ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ l ଗୋଟିଏ ସିଗାରେଟ ଆପଣଙ୍କ ଜୀବନ ର ୧୧ ମିନିଟ କମ କରି ଦେଇଥାଏ l
* ଶାରୀରିକ ଭାବରେ ନିଜକୁ ଆକ୍ଟିଭ ରଖନ୍ତୁ l ନିୟମିତ ବ୍ୟାୟାମ ଅଭ୍ୟାସ ଆପଣଙ୍କୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖିବାରେ ସାହାଯ୍ୟ କରିବ l
* ଅତ୍ୟଧିକ ମଦ୍ୟପାନ ସେବନ ଠାରୁ ଦୁରେଇ ରୁହନ୍ତୁ , କାହିଁକି ନା ମଦ୍ୟପାନ ଅନେକ ପ୍ରକାର ଶାରୀରିକ ସମସ୍ୟା କୁ ଟାଣି ଆଣିଥାଏ ଓ ଖୁବ କମ ଦିନରେ ମଣିଷ ମୃତ୍ୟୁ ବରଣ କରିଥାଏ l
* ପ୍ରତିଦିନ ଭଲ ନିଦରେ ଶୋଇବା ଜରୁରୀ , ନିୟମିତ ଅତି କମ ରେ ୮ଘଣ୍ଟା ଗଭୀର ନିଦ୍ରାରେ ଶୁଆନ୍ତୁ l
* ନିଜ ଡାଏଟ ରେ ସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ କରନ୍ତୁ , ଯାହାକି ସାକାହାରୀ ଓ ପ୍ରାକୃତିକ ହୋଇଥିବ l ଯେପରିକି ପନିପରିବା, ଫଳମୂଳ ଇତ୍ୟାଦି l
* ସବୁବେଳେ ମାନସିକ ଚାପ ଓ ଚିନ୍ତା ଠାରୁ ଦୁରେଇ ରୁହନ୍ତୁ, ଯେଉଁ ଜିନିଷ ଉପରେ ଆମର ନିୟନ୍ତ୍ରଣ ନାହିଁ ସେହି ବିଷୟରେ ଅଧିକ ଚିନ୍ତା କରିବା ମଧ୍ୟ ଉଚିତ ନୁହେଁ l
* ସବୁବେଳେ ପଜିଟିଭ ରିଲେସନସିପ ରେ ନିଜକୁ ବ୍ୟସ୍ତ ରଖନ୍ତୁ, ସମସ୍ତ ଙ୍କ ସହିତ ସୁ-ସମ୍ପର୍କ ରଖନ୍ତୁ ଓ ସୀମିତ ଲୋକଙ୍କ ସହିତ ସମ୍ପର୍କ ରଖନ୍ତୁ l
* ନିଜ ମଧ୍ୟରେ ସମ୍ବେଦନଶୀଳତା, ଦୟା, ଧର୍ମ, ପରୋପକାର, ସ୍ନେହ ମମତା ଭଳି ଗୁଣ ରଖନ୍ତୁ l ଯାହା ଆପଣଙ୍କୁ ଗୋଟିଏ ଶାନ୍ତି ପୁର୍ଣ ଜୀବନ ଦେବ l
Leave A Reply