ସାଧାରଣତଃ ପାନମଧୁରୀର ବ୍ୟବହାର ମାଉଥ ଫ୍ରେଶନ୍ର ଭାବରେ କରାଯାଏ l ଏହା ବ୍ୟତୀତ ଭାରତୀୟ ରୋଷେଇ ଘରେ ପାନମଧୁରୀର ବ୍ୟବହାର ଗୋଟିଏ ମସଲା ଭାବରେ ମଧ୍ୟ କରାଯାଇ ଥାଏ l ଆପଣ ହୁଏତଃ ଜାଣି ନଥିବେ ଏହି ଛୋଟ ମସଲାଟି ଶରୀର ପାଇଁ ଅତ୍ୟନ୍ତ ହିତକର ,ତାସାହିତ କିଡ୍ନୀକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ପାନମଧୁରୀର ବୈଜ୍ଞାନିକ ନାମ ଫନିକ୍ୟୁଲ ବ୍ଲଗରେ l ପାନମଧୁରୀ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହିତ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ l ଶରୀରକୁ ସୁସ୍ଥ ରଖିବା ପାଇଁ ପାନମଧୁରୀର ଭୂମିକା ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ l
* ପାଚନ ତନ୍ତ୍ରକୁ ସୁସ୍ଥରଖେ ପାନମଧୁରୀ-ପାନମଧୁରୀର ଉପଯୋଗ ସବୁଠାରୁ ଅଧିକ ପାଚନ ସମ୍ବଧୀୟ ସମସ୍ୟାରୁ ଦୁରେଇ ରହିବା ପାଇଁ କରା ଯାଇଥାଏ l ଏଥିରେ ଥିବା ଆଣ୍ଟିସ୍ପାସ୍ମଡିକ ଓ କର୍ମିନେଟିବ ଗୁଣ ବିଭିନ୍ନ ପ୍ରକାର ପେଟ ସମସ୍ୟାରୁ ଆରାମ ଦେଇଥାଏ l ଏହା ବ୍ୟତୀତ ପେଟ ଯନ୍ତ୍ରଣା ,ଏସିଡ଼ିଟି ଓ ଗ୍ୟାସ ପ୍ରଭୃତି ସମସ୍ୟାରୁ ପାନାମାଧୁରୀ ଦୁରେଇ ରଖିଥାଏ l ପେଟର ଅଲସର ପାଇଁ ମଧ୍ୟ ପାନମଧୁରୀର ବ୍ୟବହାର କରାଯାଏ l ରାତିରେ ଦୁଇ ଚାମଚ ପାନମଧୁରୀକୁ ପାଣିରେ ପକାଇ ରଖି ଦିଅନ୍ତୁ ସକାଳୁ ସେହି ପାଣିକୁ ପିଇଲେ ଗ୍ୟାସ ସମସ୍ୟା ଦୂର ହେବ l
* ଆଖିର ସୁସ୍ଥରଖେ ପାନମଧୁରୀ-ଆଖିକୁ ଛୋଟଛୋଟ ସସମସ୍ୟାରୁ ଦୁରେଇ ରଖିବାରେ ସାହାଯ୍ୟ କରେ ପାନମଧୁରୀ l ଯଦି ଆପଣଙ୍କ ଆଖି ପୋଡ଼ୁଚି କିମ୍ବା କୁଣ୍ଡେଇ ହଉଚି ,ତେବେ କିଛି ପାନମଧୁରୀକୁ ପାଣିରେ ପକାଇ ଫୁଟାନ୍ତୁ ତାପରେ ଏହି ବାମ୍ଫକୁ ଅଖରେ ସେକ ଦିଅନ୍ତୁ l ଏହା ଦ୍ୱାରା ଆଖି କୁଣ୍ଡେଇ ହେବ ଓ ଆଖି ପୋଡିବା ଦୂର ହେବ l ଆଖିର ଆଖିକୁ ଭଲରେ ଦେଖାଯିବl ପାଇଁ ଭିଟାମିନ-ଏ ଓ ଭିଟାମିନ-ସି ର ଭୂମିକା ମହତ୍ଵପୁର୍ଣ ଅଟେ l ପାନମଧୁରୀର ଭିଟାମିନ-ଏ ରହିଛି ,ଏହାକୁ ସେବନ କରିବା ଦ୍ୱାରା ଆଖି ସୁସ୍ଥ ରହିଥାଏ l
* ହାର୍ନିଆର ଉପଚାର ପାଇଁ ପାନମଧୁରୀର-ଚୀନରେ ହାର୍ନିଆର ପାରମ୍ପରିକ ଉପଚାର ପାଇଁ ପାନମଧୁରୀର ବ୍ୟବହାର କରାଯାଏ l ଆୟୁର୍ବେଦ ଅନୁସାରେ ହାର୍ନିଆକୁ ଠିକ କରିବା ପାଇଁ ପାନମଧୁରୀର ଅଶେଷ ଯୋଗଦାନ ରହିଛି l ଏକ ଗବେଷଣାରୁ ଜଣାଯାଇଛି ଯେ ହାର୍ନିଆ ରୋଗରେ ପୀଡିତ ଥିବା ବ୍ୟକ୍ତି ମାନେ ପାନମଧୁରୀର ସେବନ କରିବା ଦ୍ୱାରା ଆରାମ ପାଇପାରିବେ l
* ଲିଭରକୁ ସୁସ୍ଥରଖେ ପାନମଧୁରୀ-ବୈଜ୍ଞାନିକ ଗବେଷଣା ଅନୁସାରେ ପାନମଧୁରୀର ବ୍ୟବହାର ପ୍ରାଚୀନ ସମୟରୁ ଚିକିତ୍ସା ବିଜ୍ଞାନରେ କରl ଯାଉଛି l ଲିଭରର ସମସ୍ୟାରୁ ଛୁଟକାରା ପାଇବା ପାଇଁ ପାନମଧୁରୀର ବ୍ୟବହାର କରାଯାଇଥାଏ l ପାନମଧୁରୀର ଆଣ୍ଟିଆକ୍ସିଡେଣ୍ଟ ଓ ଅନ୍ୟକିଛି ମିନେରାଲ ରହିଛି ,ଯାହା ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ପାନମଧୁରୀର ସେଲେନିୟମ ମଧ୍ୟ ରହିଛି ,ଯାହା ଲିଭରର କ୍ଷମତାକୁ ବଢାଇବା ସହିତ ହାନିକାରକ ତତ୍ୱ ଠାରୁ ଲିଭରକୁ ଦୁରେଇ ରଖିବାରେ ସାହାଯ୍ୟ କରେ l
* ଫଙ୍ଗାଲ ଇଫେକ୍ସନକୁ ଦୁରକରେ ପାନମଧୁରୀ-ଫଙ୍ଗାଲ ଇଫେକ୍ସନ ଶରୀରର ଯେକୌଣସି ସ୍ଥାନରେ ହୋଇଥାଏ ,ଯେପରିକି ମୁଁହ ,ନାକ ,କାନ ,ବେକ ଇତ୍ୟାଦି l ଫଙ୍ଗାଲ ଇଫେକ୍ସନ ଦ୍ୱାରା ଜାତ୍ରାଣ ନହୋଇଥିଲେ ମଧ୍ୟ ଶରୀର କୁଣ୍ଡେଇ ହୋଇଥାଏ l ସମୟ ଥାଉଥାଉ ଆମେ ଧ୍ୟାନ ନଦେଲେ ଏହା ଶରୀରର ଅନ୍ୟସ୍ଥାନକୁ ମାଡିଯାଏ l ପାନମଧୁରୀରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ରହିଛି l ତେଣୁ ପାନମଧୁରୀକୁ ନଡ଼ିଆ ତେଲରେ ଫୁଟାଇ ଫଙ୍ଗାଲ ଇଫେକ୍ସନ ହୋଇଥିବା ସ୍ଥାନରେ ଲଗାଇବା ଦ୍ୱାରା ଏହା ଦେଉର ହୋଇଥାଏ l