Odisha news

ପିଲା ମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ ବଜାରରେ ମିଳୁଥିବା ମିଳୁଥିବା ବିଭିନ୍ନ ହେଲ୍ଥଡ୍ରିଙ୍କସ୍

0
ଆଜିକାଲି ମାର୍କେଟ ରେ ଏଭଳି ଅନେକ ଜିନିଷ ମିଳୁଛି , ଯାହାକୁ ଲୋକେ ଖୁବ୍ ଆଗ୍ରହର ସହିତ ଖାଉଛନ୍ତି । ପିଲାମାନେ ଯେଭଳି ସହଜ ରେ ଦୁଗ୍ଧ ସେବନ କରିବେ ସେଥିପାଇଁ ପିତାମାତା ଦୁଗ୍ଧ କୁ ସ୍ଵାଦିଷ୍ଟ କରିବା ପାଇଁ ସେଥିରେ ହେଲ୍ଥଡ୍ରିଙ୍କସ୍ ପାଉଡର ମିଶାଇ ପିଆଉଛନ୍ତି । ଯାହାକି ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଜେଵେକି ଆଜିକାଲି ହେଲ୍ଥଡ୍ରିଙ୍କସ୍ ଓ ଏନର୍ଜି ଡ୍ରିଙ୍କ ର ଟ୍ରେଣ୍ଡ ଚାଲିଛି । ଯାହାକୁ ସେବନ ଦ୍ଵାରା ଡିହାଇଡ୍ରେଶନ ସମସ୍ୟା ଠିକ୍ ହୋଇପାରିବ ବୋଲି କୁହାଯାଉଛି । କିନ୍ତୁ ହେଲ୍ଥଡ୍ରିଙ୍କସ୍ ରେ ମିଶିଥିବା ଏଭଳି କିଛି ପଦାର୍ଥ ପିଲାଙ୍କ ସ୍ବାସ୍ଥ୍ୟ କୁ ପ୍ରଭାବିତ କରିପାରେ ।
* ମାର୍କେଟ ରେ ମିଳୁଥିବା ବିଭିନ୍ନ ହେଲ୍ଥଡ୍ରିଙ୍କସ୍ କୁ ସେବନ କରିବା ପରେ ପିଲାମାନେ ଅକ୍ଟିଭ୍ ରହିବେ ବୋଲି ଦାବି କରାଯାଇଛି । କିନ୍ତୁ ଏହିସବୁ ହେଲ୍ଥଡ୍ରିଙ୍କସ୍ ରେ ଅଧିକ ଶୁଗର୍ ର ବ୍ୟବହାର ହୋଇଥାଏ, ଯାହାକି ପିଲାଙ୍କ ଓଜନ ବୃଦ୍ଧି କରିବାର ଗୋଟିଏ କାରଣ ଅଟେ । ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ହେଲ୍ଥଡ୍ରିଙ୍କସ୍ ଅତ୍ୟଧିକ ସେବନ ଦ୍ଵାରା ଓଜନ ତ ବୃଦ୍ଧି ହୋଇଥାଏ, ତା ସହିତ ପିଲା ମାନଙ୍କର ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।
* ମାର୍କେଟ ରେ ମିଳୁଥିବା ଏହି ସ୍ୱାସ୍ଥ୍ୟକର ହେଲ୍ଥଡ୍ରିଙ୍କସ୍ ରେ ପ୍ରଚୁର ମାତ୍ରାରେ ସୋଡିୟମ ରହିଥାଏ । ତା ସହିତ ପ୍ୟାକେଜ ଫୁଡ୍ ରେ ସୋଡିୟମ୍ ମଧ୍ୟ ଅଧିକ ମାତ୍ରାରେ ରହିଥାଏ । ଏହାକୁ ସେବନ ଦ୍ଵାରା ପିଲାଙ୍କ ମଧ୍ୟରେ ମାନସିକ ଚାପ , ମୋଟାପା , ଉଚ୍ଚ ରକ୍ତଚାପ ଇତ୍ୟାଦି ଦେଖା ଦେଇଥାଏ ।
* କାଫିନ ଛୋଟ ପିଲାଙ୍କ ପାଇଁ ଖୁବ୍ କ୍ଷତିକାରକ । ଏନର୍ଜି ଓ ହେଲ୍ଥଡ୍ରିଙ୍କସ୍ ରେ ପ୍ରଚୁର ମାତ୍ରାରେ କଫିନ ରହିଥାଏ । ଏହାଦ୍ବାରା ଉଚ୍ଚ ରକ୍ତଚାପ ଓ ଅନିଦ୍ରା ସମସ୍ୟା ଦେଖା ଯାଇଥାଏ । କାଫିନ୍ ଯୁକ୍ତ ଡ୍ରିଙ୍କ ସେବନ ଦ୍ଵାରା ମୁଣ୍ଡ ବିନ୍ଧା ମଧ୍ୟ ଗୋଟିଏ ବଡ଼ କାରଣ ହୋଇପାରେ ।
* ଅନେକ ଗୁଡ଼ିଏ ହେଲ୍ଥଡ୍ରିଙ୍କସ୍ ରେ ହାଇ ଫ୍ରୁକ୍ ଟୋଜ କର୍ଣ ସିରପ ରହିଥାଏ । ଯାହାକି ପିଲାଙ୍କୁ ଇନ୍ଷ୍ଟାନ୍ଟ ଏନର୍ଜି ଯୋଗାଇ ଥାଏ ଓ ଫ୍ୟାଟ୍ ବୃଦ୍ଧିର ମଧ୍ୟ କାରଣ ଅଟେ । ତେଣୁ
ହେଲ୍ଥଡ୍ରିଙ୍କସ୍ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
Leave A Reply