ଆମ ହିନ୍ଦୁ ଧର୍ମରେ ବାରମାସ ରେ ତେର ପର୍ବ l ପ୍ରତ୍ୟେକ ମାସର କିଛିନା କିଛି ବିଶେଷତା ରହିଛି l ବୈଶାଖ ମାସରେ ବିଶେଷ ଭାବରେ ଅକ୍ଷୟତୃତୀୟା ପାଳନ କରାଯାଇ ଥାଏ l ଏହିଦିନଟି ହିନ୍ଦୁ ଧର୍ମ ରେ ଖୁବ ଗୁରୁତ୍ୱପୂର୍ଣ ଅଟେ l ଏହିଦିନ ଚାଷୀ ଅକ୍ଷିମୁଠି ଧରି ଚାଷ କାର୍ଯ୍ୟ ଆରମ୍ଭ କରିଥାଏ l ଏହାଛଡା ଆଜିର ଦିନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥକାଠ ମଧ୍ୟ ଅନୁକୂଳ ହୋଇଥାଏ l ଆଜିର ଦିନଟି ଏତେ ଶୁଭ ଯେ ଯେ କୌଣସି ଶୁଭ କାର୍ଯ୍ୟ କରିବା ଦ୍ୱାରା ଭଲ ଫଳ ପ୍ରାପ୍ତି ହୋଇଥାଏ l ଆଜିର ଦିନରେ ଦାନଧର୍ମ ର ଅନେକ ମହତ୍ୱ ରହିଛି l
– ଆଜିର ଦିନରେ ଯଦି ଯଦି ହାତରେ ନଡ଼ିଆ ନେଇ ଗୋଟିଏ ଓସ୍ତ ବୃକ୍ଷର ୭ଥର ପରିକ୍ରମା କରି ତାହାକୁ ତା ମୂଳରେ ଅର୍ପଣ କରିବେ, ତେବେ ମାନ୍ୟତା ଅନୁସାରେ ଏହାଦ୍ୱାରା ବିବାହ ସମ୍ବନ୍ଧିତ ସମସ୍ତ ଅସୁବିଧା ଦୂର ହେବ l ଆଜିର ଦିନରେ ଯଦି ବିବାହିତା ମହିଳା ମାନେ ଚୁଡ଼ି ଓ ସିନ୍ଦୁର ଦାନ କରିବେ ତେବେ ଏହା ଜୀବନ ରେ ଶୁଭଫଳ ଦେବ l
– ଅକ୍ଷୟତୃତୀୟା ଦିନ ଶିଵାଲୟ ରେ ମାଟିର ମାଠିଆ ଦାନ କରନ୍ତୁ ଓ ଶିବଲିଙ୍ଗ ରେ ରୁଦ୍ରାଭିଷେକ କରନ୍ତୁ l ଏହି ଉପାୟ ବୈବାହିକ ଜୀବନ ରେ ସୁଖସମୃଦ୍ଧି ପ୍ରଦାନ କରିବ ଓ ବୈବାହିକ ଜୀବନ ସୁଖମୟ ହେବ l
– ଚଳିତ ଥର ଅକ୍ଷୟତୃତୀୟା ରେ ବିବାହ ର କାରକ ଗୁରୁ ତାରା ଅସ୍ତ ହୋଇଛନ୍ତି, ସେଥିପାଇଁ ଚଳିତଥର ଅକ୍ଷୟତୃତୀୟା ରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ନାହିଁ l କୁଣ୍ଡଳୀ ରେ ଗୁରୁ ଙ୍କ ସ୍ଥାନ ଭୁଲ ସ୍ଥାନରେ ରହିଥିଲେ ବିବାହ କାର୍ଯ୍ୟରେ ଅସୁବିଧା ଦେଖା ଦେଇଥାଏ l ତେଣୁ ଅକ୍ଷୟତୃତୀୟା ଦିନ କଦଳୀ ଗଛକୁ ପୋତି ତାହାକୁ ଜଳଦାନ କରନ୍ତୁ ଏବଂ ‘ଓଂ ଗ୍ରାଁ ଗ୍ରାଁ ଗ୍ରାଉ ଶଃ ଗୁରବେ ନମଃ ମନ୍ତ୍ର ଟିକୁ ୧୦୮ ଥର ଜପ କରନ୍ତୁ l
– ଅକ୍ଷୟତୃତୀୟା ଦିନ ଭଗବାନ ବିଷ୍ଣୁ ଙ୍କ ନିକଟରେ ୫ଖଣ୍ଡ ହଳଦୀ କୁ ଗୋଟିଏ ହଳଦିଆ କପଡା ରେ ଅର୍ପଣ କରନ୍ତୁ l ଏହାପରେ କେଶର ଓ ଚନ୍ଦନ ତିଳକ ନିଜ ମଥାରେ ଲଗାନ୍ତୁ l ହଳଦୀ ମାଳା ରେ ‘ଓଂ ହୃଙ୍ଗ ଶୃଙ୍ଗ ଲକ୍ଷ୍ମୀବାସୁଦେବାୟ ନମଃ କୁହାଯାଏ ଯେ ଏହାଦ୍ୱାରା ପ୍ରେମ ବିବାହ ଅସୁବିଧା ଦୂର ହୋଇଥାଏ l
– ଅକ୍ଷୟ ତୃତୀୟl ଦିନ ମାଟିର ଜଳ ଭରା କଳସ ଓ ଫଳ ପଥଚାରୀ ଙ୍କୁ ଦାନ କରନ୍ତୁ , ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ସନ୍ତାନ ମାନଙ୍କ ଜୀବନ ରେ ଉନ୍ନତି ହୋଇଥାଏ l
– ଅକ୍ଷୟତୃତୀୟା ଦିନ ଜଳ ଦାନ ର ଅନେକ ମହତ୍ୱ ରହିଛି l ଏହିଦିନ ବିଭିନ୍ନ ସ୍ଥାନରେ ଜଳ ଛତ୍ର କରାଯାଇ ଥାଏ ଆମେ ସମସ୍ତେ ଦେଖିଛେ l କିନ୍ତୁ ବିଶେଷ ଭାବରେ ଆଜିର ଦିନରେ ଯଦି ଜୀବଜନ୍ତୁ ଙ୍କୁ ଜଳ ଓ ଭୋଜନ ଦାନ କରାଯାଏ ତେବେ ଜୀବନ ରେ ଖୁବ ଶୁଭଫଳ ମିଳିଥାଏ l