ବର୍ତମାନ ଭାରତରେ ବ୍ଲାକ ଫଙ୍ଗସ ର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଅଧିକାଂଶ ରାଜ୍ୟରେ ଏହା ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି l ଗୋଟିଏ ରିପୋର୍ଟ ଅନୁସାରେ ବ୍ଲାକ ଫଙ୍ଗସର ଶିକାର ୭୯ ପ୍ରତିଶତ ଏପରି ଲୋକ ଅଛନ୍ତି ଯେଉଁମାନେ ମଧୁମେହ ଦ୍ୱାରା ଆକ୍ରାନ୍ତ l ସେଥିପାଇଁ ଏହା ଜରୁରୀ ଅଟେ ଯେ ସେମାନେ ନିଜକୁ ସୁରକ୍ଷିତ ରଖିବା ପ୍ରଥମେ ଆବଶ୍ୟକ l ବ୍ଲାକ ଫଙ୍ଗସ ଆଖି ,ମସ୍ତିସ୍କ , ଶ୍ୱାସ ନଳୀ ପରେ ପେଟକୁ ଆକ୍ରମଣ କରୁଛି l ଯେଉଁ କାରଣରୁ ଅନେକ ସମସ୍ୟା ଦେଖାଯାଉଛି l
ବ୍ଲାକ ଫଙ୍ଗସ ପ୍ରଥମେ ଆଖିକୁ ଆକ୍ରମଣ କରୁଥିବାରୁ ଗବେଷକମାନେ ମତ ଦେଇଛନ୍ତି ଯେ ପ୍ରଥମେ ଇମ୍ୟୁନିଟି କୁ ମଜବୁତ କରିବା ଆବଶ୍ୟକ l ସେଥିପାଇଁ ଯୋଗାସନ ,ପ୍ରାଣାୟାମ ସହିତ ଆୟୁର୍ବେଦିକ ଉପାୟ ମଧ୍ୟ ଆପଣେଇ ପାରିବେ l ସେଥିପାଇଁ ଆପଣ କିଛି ଆୟୁର୍ବେଦିକ ଜୁସ ପିଇ ପାରିବେ l ଏହାଦ୍ୱାରା ଆପଣଙ୍କ ଇମ୍ୟୁନିଟି ମଜବୁତ ହେବା ସହିତ ରକ୍ତ ଶର୍କରା ,ଓ ରକ୍ତ ଚାପ ନିୟନ୍ତ୍ରିତ ହେବ l ଏହା ସହିତ ଶ୍ୱାସନଳୀ ,ହାର୍ଟ ,କିଡ୍ନୀ ଇତ୍ୟାଦି ସୁସ୍ଥ ରହିବ l
କିପରି ପ୍ରସ୍ତୁତ କରିବେ :
ଗୋଟିଏ କଞ୍ଚା କିମ୍ବା ଶୁଖିଲା ଅଁଳା ,କିଛି ଏଲୋବେରା ଲାଳ ,୭ଟି ଲିମ୍ବ ପତ୍ର ,୫ଟି ତୁଳସୀ ପତ୍ର ନେବେ l ଏହି ସମସ୍ତ ଜିନିଷକୁ ଭଲରେ ଗ୍ରାଇଣ୍ଡିଙ୍ଗ କରିନେବେ l ଏହାପରେ ତାକୁ ଛାଣି ଖାଲି ପେଟରେ ସେବନ କରିବେ l
* ଅଁଳା ରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ,ଏହା ବ୍ୟତୀତ ଭିଟାମିନ ସି ,ଭିଟାମିନ ଏବି ,ପୋଟାସିୟମ ,ଆଇରନ ,ଫାଇବର ,ମଗ୍ନେଶୀୟମ ରହିଛି l ଯାହା ଇମ୍ୟୁନିଟି କୁ ବୁଷ୍ଟ କରିବା ସହିତ ଅନେକ ରୋଗରୁ ରକ୍ଷା କରିଥାଏ l
* ତୁଳସୀ ର ପତ୍ର ରେ ଅଧିକ ମାତ୍ରାରେ ପୋଟାସିୟମ ,ଆଇରନ ,କ୍ଲୋରୋଫିଲ ,ଭିଟାମିନ ସି ରହିଛି l ତା ସହିତ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣରେ ମଧ୍ୟ ଭରପୁର l
* ଲିମ୍ବରେ ଅର୍କ ରହିଛି ,ଯାହା ମଧୁମେହକୁ ନିୟନ୍ତ୍ରଣ ରଖିବା ସହିତ ଜୀବାଣୁ ସହିତ ଲଢ଼ିବା ର ଗୁଣରେ ଭରପୁର ଅଟେ l ଲିମ୍ବ ଗୋଟିଏ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ଅଟେ l
* ଏଲୋବେରା ପ୍ରାକୃତିକ ଭାବରେ ଶରୀର କୁ ସୁସ୍ଥ ରଖିଥାଏ l ଏଥିରେ ଥିବା ପୋଷାକ ତତ୍ୱ ଆମର ରୋଗ ପ୍ରତିରୋଧକ କ୍ଷମତା କୁ ବଢ଼ାଇଥାଏ l

Comments are closed.