Odisha news

ଏସିଡ଼ିଟି ର କାରଣରୁ ଛାତି ରେ ଯନ୍ତ୍ରଣା ରେ କଷ୍ଟ ପାଉଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

ଖାଇବା ପିଇବାର ସିଧା ପ୍ରଭାବ ଶରୀର ଉପରେ ପଡିଥାଏ l ମସଲା ଯୁକ୍ତ ଓ ଅଧିକ ତୈଳ ଯୁକ୍ତ ଖାଇବା କାରଣରୁ ଛାତିରେ ଜ୍ବଳନ ହୋଇଥାଏ l ଏହା ପଚାର କାରଣ ଗ୍ୟାସ ଓ ଏସିଡ଼ିଟି ହୋଇଥାଏ l ଯେତେବେଳେ ଏସିଡ଼ିଟିର ସମସ୍ୟା ଅଧିକ ବଢ଼ିଯାଇଥାଏ ଓ ଏହାଦ୍ୱାରା ଅଧିକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ l ସାଧାରଣତଃ ଗ୍ୟାସ ସମସ୍ୟା ସେତେବେଳେ ହୋଇଥାଏ ଯେତେବେଳେ ଖାଦ୍ୟ ଠିକ ଭାବରେ ହଜମ ହୋଇନଥାଏ l ଯଦି ଆପଣ ଏହି ଗ୍ୟାସ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ l

* ଗ୍ୟାସ୍ରୁ ମୁକ୍ତି ପାଇବା ପାଇଁ ଭିନେଗାର ଆରାମ ଦେଇଥାଏ l ଭିନେଗାର ରେ ଏପରି ତତ୍ୱ ରହିଛି ଯାହା ଗ୍ୟାସ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ସେଥିପାଇଁ ଆପଣ ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଠିପି ଭିନେଗାର ମିଶାଇ ପୀଇ ପାରିବେ l

* ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର l କିନ୍ତୁ ଆପଣ କଣ ଜାଣିଛନ୍ତି ପାଚିଲା ଅମୃତଭଣ୍ଡା ଗ୍ୟାସ ସମସ୍ୟାକୁ ଦୂର କରିଥାଏ l ପପିତା ରେ ପ୍ରଚୁର ମାତ୍ରାରେ ଫାଇବର ରହିଛି l ଯାହା ଗ୍ୟାସ ସମସ୍ୟାକୁ ଦୂର କରିବା ସହିତ କୋଷ୍ଠ କାଠିନ୍ୟ ସମସ୍ୟା କୁ ଦୂର କରିଥାଏ l

* ପ୍ରତେକଦିନ ସକାଳୁ ଆପଣ ଉଠି ଉଷୁମ ପାଣି ପିଅନ୍ତୁ l ଏହା ଗ୍ୟାସ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ l ଉଷୁମ ପାଣି ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରିଦେଇଥାଏ l ତା ସହିତ ଏହା ଏସିଡ଼ିଟି ସମସ୍ୟା ରୁ ଦୂର କରିଥାଏ l

* ଅଧିକାଂଶ ସମୟ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡ଼ିଟି ସମସ୍ୟା ଦେଖାଦେଇଥାଏ l ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ତୁରନ୍ତ ଘୋଳ ଦହି ପିଇନିଅନ୍ତୁ l ଘୋଳ ଦହିରେ ଥିବା ଲାକଟିକ ଏସିଡ ପେଟରେ ଗ୍ୟାସ ହେବାକୁ ଦେଇନଥାଏ l

Nalco

Comments are closed.