Odisha news

ଗଟ ହେଲ୍ଥ ପାଇଁ ନିଜ ଡାଏଟ ରେ ସାମିଲ କରନ୍ତୁ ଏହି ୫ଟି ସୁପର ସିଡ୍ସ

0

ଆଜିର ଲାଇଫ ଷ୍ଟାଇଲ ବିଶେଷ ଭାବରେ ପେଟ ସମସ୍ୟାକୁ ବୃଦ୍ଧି କରୁଛି, ତେଣୁ ଗ୍ୟାସ, ବଦହଜମି, ଏସିଡ଼ିଟି ସାଧାରଣ ସମସ୍ୟା ହୋଇଯାଇଛି l ଏପରି ସ୍ଥିତିରେ ନିଜର ଗଟ ହେଲ୍ଥ ବା ଅନ୍ତ ର ସ୍ୱାସ୍ଥ୍ୟ କୁ ଠିକ ରଖିବା ସବୁଠୁ ଜରୁରୀ ହୋଇଯାଇଛି l କାହିଁକିନା ଆମର ଡାଇଜେସନ ସିଷ୍ଟମ ଯେତେ ସୁସ୍ଥ ରହିଥାଏ ଆମ ଶରୀର ସେତିକି ସୁସ୍ଥ ରୁହେ l ଏହାକୁ ନେଇ ହାବାର୍ଡ ର ଗେଷ୍ଟ୍ରୋଏଣ୍ଟରୋଲୋଜି ଏବଂ ଲିଭର ଡାକ୍ତର ସୌରଭ ସେଠି ଗଟ ହେଲ୍ଥ କୁ ଠିକ ରଖିବା ପାଇଁ ୫ଟି ସିଡ୍ସ ବିଷୟରେ କହିଛନ୍ତି l ଆସନ୍ତୁ ଜାଣିବା ସେ ଗୁଡିକ କଣ l

* ସବୁଠୁ ଆଗରେ ରହିବ ଚିଆ ସିଡ୍ସ –
ଚି ଆ ସିଡ୍ସ ଫାଇବର ରେ ଭରପୁର ଅଟେ, ଯାହାକି ଗଟ ହେଲ୍ଥ ପାଇଁ ଖୁବ ଉନ୍ନତ ଅଟେ, ଏହା ଗୋଟିଏ ପ୍ର -ବାୟୋଟିକ ଭଳି କାର୍ଯ୍ୟ କରେ, ଏବଂ ପେଟରେ ଗୁଡ଼ ବ୍ୟାକ୍ଟେରିଆ କୁ ବୃଦ୍ଧି କରେ, ଏହାକୁ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟା ଦୂର ହୁଏ, ଏବଂ ପେଟ ସଫା ରହିଥାଏ l

* ବାସିଲ ସିଡ୍ସ –
ବାସିଲ ସିଡି ଗଟ ହେଲ୍ଥ ପାଇଁ ଖୁବ ଭଲ , ଏହା ଫାଇବର ରେ ଭରପୁର ଅଟେ, ଏବଂ ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ, ଗ୍ୟାସ, ଏସିଡ଼ିଟି ସମସ୍ୟା ଦୂର କରି ପେଟକୁ ଥଣ୍ଡା ରଖିଥାଏ l

* କଖାରୁ ମଞ୍ଜି –
ଫାଇବର ରେ ଭରପୁର କଖାରୁ ମଞ୍ଜି ଜିଙ୍କ ଏବଂ ମଗ୍ନେଶୀୟମ ରେ ଭରପୁର ଅଟେ, ଯାହାକି ଗଟ ହେଲ୍ଥ ପାଇଁ ରାମବାଣ ଅଟେ l ଏବଂ ଶରୀର କୁ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କ ଯୋଗାଇଥାଏ l

* ଫ୍ଲାକ୍ସ ସିଡ୍ସ –
ଅଳସି ମଞ୍ଜି ଗଟ ହେଲ୍ଥ ପାଇଁ ଖୁବ ହିତକର ହୋଇଥାଏ, ଏଥିରେ ୨ ପ୍ରକାରର ଫାଇବର ରହିଥାଏ , ଇନସଲ୍ୟୁବୁଲ ଯାହାକି କବ୍ଜ ସମସ୍ୟା କୁ କମ କରିବାରେ ଏବଂ ପେଟ କୁ ସଫା ରଖିବାରେ ସାହାଯ୍ୟ କରିଥାଏ l

* ସୂର୍ଯ୍ୟମୁଖୀ ମଞ୍ଜି –
ସୂର୍ଯ୍ୟମୁଖୀ ମଞ୍ଜି ରେ ଭରପୁର ମାତ୍ରାରେ ଫାଇବର ରହିଥାଏ, ଯାହାକି ଡାଇଜେସନ କରିବାରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠ କାଠିନ୍ୟ ସମସ୍ୟାକୁ ଦୂର କରିଥାଏ, ଏହା ସହିତ ଏହା ଗୁଡ଼ ବ୍ୟାକ୍ଟେରିଆ କୁ ମଧ୍ୟ  ପେଟରେ ବୃଦ୍ଧି କରିଥାଏ, ଯାହାଦ୍ୱାରା ଗଟ ହେଲ୍ଥ ଠିକ ରହିଥାଏ l

Leave A Reply