Odisha news

ଏହି ଛୋଟ ଛୋଟ ଲକ୍ଷଣ ମଧ୍ୟ ହୋଇପାରେ ହୃଦଘାତ ର କାରଣ

0

ଆଜିକାଲିର ଜୀବନଶୈଳୀ ଓ ଖାଦ୍ୟ ଖାଇବାର ପ୍ରଣାଳୀ କାରଣରୁ ହାର୍ଟ ରୋଗୀ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l କରୋନା ମହାମାରୀ ପରେ ହାର୍ଟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି l ବିଶେଷ ଭାବରେ ଯୁବକ ମାନଙ୍କ ନିକଟରେ ବିଶେଷ ଭାବରେ ହାର୍ଟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି l ଆଣେ ସମୟରେ ଲୋକେ ହାର୍ଟ ଆଟାକ ସଂକେତ କୁ ଠିକ ଭାବରେ ବୁଝି ପରି ନଥାଆନ୍ତି l ହାର୍ଟ ଆଟାକ ଆସିବା ପୂର୍ବରୁ ଦ୍ରୁତ ଗତିରେ ଝାଳ ମଧ୍ୟ ବାହାରିଥାଏ l କିନ୍ତୁ ଏହି ଝାଳ ଥଣ୍ଡା ପାଗ ରେ କିମ୍ବା ଅଚାନକ ବୋହିବା ଠିକ ନୁହେଁ l ଯଦି ଏଭଳି ହେଉଛି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ l

– ହୃଦଘାତ ପୂର୍ବରୁ ଝାଳ ବୋହିବା –
ଯେତେବେଳେ ହୃତ୍ପିଣ୍ଡ ନିକଟରେ ରକ୍ତ ପହଂଚିବାରେ ରକ୍ତବାହିକା ଗୁଡିକରେ ଅସୁବିଧା ହୋଇଥାଏ ସେତେବେଳେ ଝାଳ ବାହାରିବା ଆରମ୍ଭ କରିଥାଏ l ଏହି ରକ୍ତବାହିକା କୁ କରୋନାରୀ କୁହାଯାଇ ଥାଏ, ଏଥିରେ କୋଲେଷ୍ଟ୍ରଲ ଜମିବା ଦ୍ୱାରା ବ୍ଳକେଜ ଆସିଥାଏ l ଏହାଦ୍ୱାରା ହାର୍ଟ ରେ ବ୍ଲଡ଼ ସପ୍ଲାଏ କମ ହୋଇଥାଏ, ଓ ହାର୍ଟ କୁ ବ୍ଲଡ଼ ପମ୍ପ କରିବାରେ ଖୁବ ପରିଶ୍ରମ କରିବାକୁ ପଡିଥାଏ l ଏପରି ସ୍ଥିତିରେ ଯେତେବେଳେ ହାର୍ଟ ଉପରେ ଚାପ ପଡିବା ଆରମ୍ଭ କରିଥାଏ ସେତେବେଳେ ତାପମାତ୍ରା କୁ ସାମାନ୍ୟ ରଖିବା ପାଇଁ ଚେଷ୍ଟା କରିଥାଏ ଓ ଶରୀରରୁ ଅଧିକ ଝାଳ ବାହାରିବା ଆରମ୍ଭ କରିଥାଏ l

ହୃଦଘାତ ର ଲକ୍ଷଣ –
– ଛାତିରେ ଯନ୍ତ୍ରଣା ବା ଛାତି ପୋଡିବା

– ଅସାମାନ୍ୟ ଲାଗିବା

– ମୁଣ୍ଡ ବୁଲାଇବା ଓ ଥକା ଲ;ଅଗିବା

– ହାର୍ଟ ବିଟ ବଢିଯିବା କିମ୍ବା କମିଯିବା

– ହାତ ଓ କାନ୍ଧରେ ଯନ୍ତ୍ରଣା

– ମୁଣ୍ଡରେ ଯନ୍ତ୍ରଣା ରହିବା

ହାର୍ଟ ଆଟାକ ର କାରଣ –
– ଆଜିକାଲି ର ଜୀବନଚର୍ଯ୍ୟା ହେଉଛି ହାର୍ଟ ଆଟାକ ର ବଡ଼ କାରଣ l

– ଏହାଛଡା ଅଧିକ ଔଷଧ ସେବନ ଓ ନିଶା କରିବା ମଧ୍ୟ ଗୋଟିଏ କାରଣ l ଏହା ମସ୍ତିଷ୍କ ଓ ହାର୍ଟ ଉପରେ ପ୍ରଭାବ ପକାଇଥାଏ l

– ହାର୍ଟ ଆଟାକ ର ଅନ୍ୟ ଗୋଟିଏ କାରଣ ପ୍ରଦୂଷଣ l

– ହାର୍ଟ ଅଟ୍ଟଙ୍କ ର କାରଣ ଓଜନ ବୃଦ୍ଧି l

– ମଧୁମେହ ଓ କିଡ୍ନୀ ରୋଗ ମଧ୍ୟ ହାର୍ଟ ଆଟାକ ର କାରଣ l

– ହାଇ କୋଲେଷ୍ଟ୍ରଲ ମଧ୍ୟ ହାର୍ଟ ଆଟାକ ର ବଡ କାରଣ l

IEC 2 years
Leave A Reply