Odisha news

ଆଜି ହେଉଛି ରବିବାର : କାର୍ତିକ ମାସରେ ସୂର୍ଯ୍ୟ ପୂଜନ ର ଧାର୍ମିକ ଓ ବୈଜ୍ଞାନିକ ମହତ୍ୱ

0

ରବିବାର ଦିନଟି ସୂର୍ଯ୍ୟଦେଙ୍କ ବାର ଅଟେ l ଏହିଦିନ ସୂର୍ଯ୍ୟଦେବ ଙ୍କୁ ବିଧିବଧ ଭାବରେ ପୂଜାର୍ଚନା କରାଯାଇ ଥାଏ l ଆମ ହିନ୍ଦୁ ଧର୍ମରେ ଉଭୟ ଅସ୍ତାଚଳଗାମୀ ସୂର୍ଯ୍ୟ ଓ ଉଦିତ ସୂର୍ଯ୍ୟ ଉଭୟଙ୍କୁ ପୂଜା କରିବାର ବିଧାନ ରହିଥାଏ l କିନ୍ତୁ କାର୍ତିକ ମାସ ଧର୍ମର ମାସ ଅଟେ, ଏହି ମାସରେ ବିଷ୍ଣୁ ପୂଜନର ଯେତିକି ମହତ୍ୱ ରହିଛି ସୂର୍ଯ୍ୟ ପୂଜନ ର ମଧ୍ୟ ସେତିକି ମହତ୍ୱ ରହିଛି l ଏହିମାସ ସାରା ମଧ୍ୟ ଆପଣ ସୂର୍ଯ୍ୟ ଦେବଙ୍କୁ ଦୁଗ୍ଧ ରେ ଅର୍ଘ୍ୟ ଦେଇପାରିବେ l

* କାର୍ତିକ ମାସରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ମହତ୍ୱ -:
କାର୍ତିକ ମାସରେ ସୂର୍ଯ୍ୟଦେବ ଙ୍କୁ ଅର୍ଘ୍ୟ ଦେବାର ବିଶେଷତା ରହିଛି l ଏହି ମାସରେ ସୂର୍ଯ୍ୟ ନିଜର ସପ୍ତରଶ୍ମୀ ଦ୍ୱାରା ମନ, ବୁଦ୍ଧି, ଶରୀର ଓ ଉର୍ଜା କୁ ନିୟନ୍ତ୍ରିତ କରି ସାଧାରଣ ଜୀବନ ପାଇଁ ପ୍ରେରିତ କରି ଥାଆନ୍ତି l ଏହି ମାସରେ ସୂର୍ଯ୍ୟ ପୂଜନ ଦ୍ୱାରା ପବିତ୍ର  ବୁଦ୍ଧି ଓ ମନ ଶାନ୍ତ ହୋଇଥାଏ l ଏହାଦ୍ୱାରା ମଣିଷ ଭଲ କାର୍ଯ୍ୟ କରିଥାଏ ଓ ମୋକ୍ଷପ୍ରାପ୍ତି କରିଥାଏ l

* ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ବୈଜ୍ଞାନିକ ମହତ୍ୱ -:
ସୂର୍ଯ୍ୟ ଅର୍ଘ୍ୟ ଦେବା ପଛରେ ରଙ୍ଗ ର ବିଜ୍ଞାନ ରହିଛି l ମାନବ ଶରୀରରେ ରଙ୍ଗ କୁ ସନ୍ତୁଳନ ବିଗିଡ଼ିବା ଦ୍ୱାରା ଅନେକ ରୋଗ ର ବିପଦ ଜୀବନ ଉପରେ ରହିଥାଏ l ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ସୂର୍ଯ୍ୟଙ୍କ କିରଣ ଆମ ଶରୀର ଉପରେ ପଡିବ ଦ୍ୱାରା ଏହି ରୋଗ ଦୂରେଇ ଯାଇଥାଏ l ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ l ସୂର୍ଯ୍ୟଙ୍କ କିରଣରୁ ମିଳୁଥିବା ଭିଟାମିନ ଡି ଶରୀରକୁ ମିଳିଥାଏ l ଚର୍ମ ଜନିତ ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ l

* ବିଜ୍ଞାନ ଅନୁସାରେ ବୃଦ୍ଧି ପାଇଥାଏ ପ୍ରଜନନ ଶକ୍ତି -:
ଜାତୀୟ ହୃଦରୋଗ ବିଶେଷଜ୍ଞ ଡା . କେ.କେ. ଅଗ୍ରୱାଲ କହିଛନ୍ତି କାର୍ତିକ ମାସ ରେ ମହିଳା ଓ ପୁରୁଷଙ୍କ ପ୍ରଜନନ ଶକ୍ତି ବୃଦ୍ଧି ହୋଇଥାଏ ଓ ଗର୍ଭବତୀ ମାତାଙ୍କୁ ଭିଟାମିନ ଡି ମିଳିଥାଏ l ବିଜ୍ଞାନ ଅନୁସାରେ ସବୁଠୁ ଅଧିକ ଭିଟାମିନ ଡି ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟଦୟ ସମୟରେ ମିଳିଥାଏ l

* ସୂର୍ଯ୍ୟ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ବନସ୍ପତି ଔଷଧ ଓ ଅର୍କ -:
ସୂର୍ଯ୍ୟଙ୍କ କିରଣ ବନସ୍ପତି ଔଷଧ ଓ ଅର୍କ ର ନିର୍ମାଣ କରିଥାଏ l ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କର ୧୨ ଟି ରୂପ ରହିଛି l ଏହି ରୂପ ଦ୍ୱାରା ମାସ ଗୁଡିକ ର ନାମାଙ୍କନ ହୋଇଛି l ପ୍ରତ୍ୟେକ ମାସରେ ସୂର୍ଯ୍ୟଙ୍କ ରୂପ ଅଲଗା ହୋଇଥାଏ l ବର୍ଷର ୬ମାସ ସୂର୍ଯ୍ୟ ଉତ୍ତରାୟଣ ଓ ଅନ୍ୟ ୬ମାସ ଦକ୍ଷିଣାୟନ ଗତି କରନ୍ତି l ସୂର୍ଯ୍ୟ କେବଳ ପ୍ରକାଶ ନୁହନ୍ତି, ଭୋଜନ ଓ ଶକ୍ତି ମଧ୍ୟ l ସେଥିପାଇଁ ବେଦ ରେ ସୂର୍ଯ୍ୟଙ୍କୁ ଜଗତ ସ୍ରଷ୍ଟା ଓ ପାଳନ କର୍ତା ବୋଲି କୁହାଯାଏ l

Nalco
Leave A Reply