Odisha news

ନ୍ୟୂମେରୋଲୋଜି : ଏପରି ଅଭ୍ୟାସ ଥିବା ଝିଅଙ୍କୁ କଦାପି ବିବାହ କରିବା ଉଚିତ ନୁହେଁ

0

ଯେବେବି ୨ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥାଏ, ଉଭୟ ଉଭୟଙ୍କୁ ବୁଝି ପାରିବା ଦ୍ୱାରା ସେହି ସମ୍ପର୍କ ଆଗକୁ ବଢିଥାଏ l ପ୍ରତ୍ୟେକ ବ୍ୟକ୍ତିଙ୍କ ର ନିଜସ୍ୱ ଚିନ୍ତାଧାରା ରହିଛି l ସେହି ଚିନ୍ତାଧାରା କୁ ନେଇ ସେମାନେ ନିଜର ଜୀବନ ଅତିବାହିତ କରିବାକୁ ଇଛା କରି ଥାଆନ୍ତି l ସେହିଭଳି କିଛି ଲୋକଙ୍କର ଅଭ୍ୟାସ ରହିଥାଏ ଯେ କୌଣସି କଥାରେ କିଛିନା କିଛି କମି ବାହାର କରିବା l ଏଭଳି ବ୍ୟକ୍ତିଙ୍କ ସ୍ଵଭାଵ ଅନ୍ୟକୁ ଖରାପ ଲାଗିଥାଏ l ସେହିଭଳି ମହିଳା ମାନଙ୍କର କିଛି ଏପରି ଅଭ୍ୟାସ ରହିଛି ଯାହାକୁ ନେଇ ପୁରୁଷ ମାନେ ବିଶେଷ ଭାବରେ ସତର୍କ ରହିବା ଦରକାର l

* ଅଧିକ ଚାଲାକ ଝିଅ –
ବେଳେବେଳେ ପୁରୁଷ ମାନେ ଏଭଳି ଝିଅଙ୍କ ପ୍ରେମରେ ପଡି ଯାଇ ଥାଆନ୍ତି ଯେଉଁମାନେ ଅଧିକ ଚାଲାକ ହୋଇ ଥାଆନ୍ତି l ଏଭଳି ଝିଅଙ୍କୁ ବୁଝିବା କଷ୍ଟକର ଅଟେ l ଏଭଳି ମହିଳା ସର୍ବଦା ନିଜ ବିଷୟରେ ଅଧିକ ଚିନ୍ତା କରି ଥାଆନ୍ତି l ତେଣୁ ଏଭଳି ଝିଅଙ୍କୁ ଜଗିରଖି ମିଶିବା ଆବଶ୍ୟକ l

* ପ୍ରତ୍ୟେକ କଥାରେ ମୁଣ୍ଡ ପୁରାଇବା –
ଯଦି ଆପଣ କାହା ସହିତ ରିଲେସନସିପ ରେ ରହିଛନ୍ତି ତେବେ ତାଙ୍କଠାରୁ ସାମାନ୍ୟ ଦୂରତା ରଖି ମିଶିବା ଉଚିତ l ଯାହାଦ୍ୱାରା ଗୋଟିଏ ହେଲଦି ରିଲେସନସିପ ଗଢି ଉଠିବ l କିଛି ମହିଳା ଏଭଳି ରହି ଥାଆନ୍ତି ଯେଉଁମାନେ ଅନ୍ୟର କଥାରେ ଅଧିକ ମୁଣ୍ଡ ପୁରାଇ ଥାଆନ୍ତି l ଏପରି ମହିଳା ଯଦି ଆପଣଙ୍କ ଜୀବନସାଥୀ ହେବେ ତେବେ ସମ୍ପର୍କ ରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହେବ l କାରଣ ପୁରୁଷ ମାନେ ସ୍ୱାଧୀନ ମେଂଟାଲିଟି ର ହୋଇ ଥାନ୍ତି ସେମାନଙ୍କୁ ବନ୍ଧନ ପସନ୍ଦ ହୋଇଥାଏ ହେଲେ ଅଧିକ ତାଗିଦ କଲାଭଳି ଜୀବନ ସାଥି ଖୋଜି ନଥାଆନ୍ତି l

* ସନ୍ଦେହୀ ଝିଅ –
ସନ୍ଦେହ ଗୋଟିଏ ରୋଗ ଭଳି ହୋଇଥାଏ l କିଛି ମହିଳା ଖୁବ ଅଧିକ ସନ୍ଦେହୀ ହୋଇ ଥାଆନ୍ତି ଯାହାଦ୍ୱାରା ଅନ୍ୟକୁ ଭରସା କରି ପାରି ନଥାନ୍ତି l ଏଭଳି ଝିଅ ଠାରୁ ଦୂରତା ରଖିବା ସବୁଠୁ ଭଲ l

* ଦମନ ସ୍ଵଭାଵ ଝିଅ –
ଅଧିକାଂଶ ଝିଅ ମିସାଣିଆ ହୋଇଥିବା ସମୟରେ ଆଉ କିଛି ଝିଅ ଥାଆନ୍ତି ଅନ୍ୟକୁ ଦମନ କରି ରଖିବାରେ ସୁଖ ଅନୁଭବ କରି ଥାଆନ୍ତି l ଏଭଳି ଝିଅଙ୍କ ନିକଟରୁ ଦୂରତା ରଖିବା ଅବଶ୍ୟକ l

Leave A Reply