Odisha news

ଯଦି ଖୁସି ରହିବାକୁ ଚାହୁଁଛନ୍ତି ତେବେ ଛାଡି ଦିଅନ୍ତୁ ଏହି ୭ ଟି ନେଗେଟିଭ୍ ଅଭ୍ୟାସ

0

ମଣିଷ ମନରେ ନେଗେଟିଭ୍ ଥଟ ବା ନକାରାତ୍ମଳ ଭାବନା ଆସିବା ଗୋଟିଏ ସାଧାରଣ କଥା l କିନ୍ତୁ ଏହି ନକାରାତ୍ମକ ଭାବନା ମଣିଷ ନିକଟରୁ ତାର ସୁଖ ଶାନ୍ତି ଛଡାଇ ନେଇଥାଏ l ତେଣୁ ଆମେ ସେଥିପାଇଁ ନିଜ ଭିତରୁ ନକାରାତ୍ମକ ଭାବନା କୁ ତ୍ୟାଗ କରିବା ଜରୁରୀ l

* କଥାରେ ଅଛି ଚିନ୍ତା ଚିତା ସମାନ l ଓଭର ଥିକିଙ୍ଗ ଦ୍ୱାରା ମଣିଷ ର ଅସୁବିଧା ବଢିଥାଏ l ବର୍ତମାନ ରେ ପ୍ରତ୍ୟେକ ମଣିଷ ରହିବା ଜରୁରୀ, ଯାହାବି ହେବ ଠିକ ହେବ l ଏବଂ ନିଜ ଉପରେ ଭରସା ରଖିବା ଉଚିତ l

* କିଛି ଲୋକ ଥାଆନ୍ତି ନିଜକୁ ଅନ୍ୟ ମାନଙ୍କ ସହିତ ତୁଳନା କରି ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ l ଅନ୍ୟ ସହିତ ନିଜକୁ ତୁଳନା କରିବା ଦ୍ୱାରା ମଣିଷ ନିଜକୁ ଭଲ ପାଇବା କମେଇ ଦେଇଥାଏ l ଏବଂ ଏହା ତାର ଦୁଃଖ ର କାରଣ ହୋଇଥାଏ l ନିଜକୁ ନିଜେ ଭଲ ପାଆନ୍ତୁ ଓ ଖୁସି ରୁହନ୍ତୁ l

* ନିଜ ଖୁସି ପାଇଁ ନିଜ ମଧ୍ୟରେ ଛୋଟ ଛୋଟ ପରିବର୍ତ୍ତନ ଆଣନ୍ତୁ l ଏବଂ ଏହା ଜୀବନ ପାଇଁ ନିହାତି ଜରୁରୀ l

* ନିଜ ଖୁସି ପାଇଁ ଅନ୍ୟ ନିକଟରୁ ମନ୍ତବ୍ୟ ନେବା ଛାଡ଼ନ୍ତୁ l ନିଜେ ନିଜକୁ ଖୁସି ରଖିବା ପାଇଁ ଅନ୍ୟ ର ମନ୍ତବ୍ୟ ନେବା ଜରୁରୀ ନୁହେଁ l ଅନ୍ୟ ର ମନ୍ତବ୍ୟ ଅନେକ ସମୟରେ ମଣିଷ ମନରେ କଷ୍ଟ ଦେଇଥାଏ l

* ନିଜକୁ ମଣିଷ ସବୁ ସମୟରେ ସମ୍ମାନ ଦେବା ଜରୁରୀ l ମଣିଷ ପାଇଁ ତାର ସମ୍ମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ l ତେଣୁ ନିଜର ସମ୍ମାନ ହାନି ହେଉଥିବା ସ୍ଥାନରୁ ଦୂରେଇ ରହିବା ସବୁଠୁ ଜରୁରୀ l

* ଅନ୍ୟର ଜଜ ମେଣ୍ଟ କୁ ନେଇ ନିଜକୁ ଦୁଃଖୀ କରନ୍ତୁ ନାହିଁ l ଯଦି ଆପଣଙ୍କୁ କେହି ନେଇ କୌଣସି ଜଜ ମେଣ୍ଟ ଦେଉଛି ତାହାକୁ ଅଣଦେଖା କରନ୍ତୁ l

* ମାତ୍ର ଥରେ ଯଦି ମଣିଷ କୁ ଏକୁଟିଆ ରହିବାର ଅଭ୍ୟାସ ପଡି ଯାଇଥାଏ , ତେବେ ମାନସିକ ଚାପ ଓ ମାନସିକ କଷ୍ଟ ବଢିଯାଇ ଥାଏ l ତେଣୁ ସକାରାତ୍ମକ ଭାବନା ଲୋକ ଙ୍କ ସହିତ ରୁହନ୍ତୁ ଓ ନିଜକୁ ଖୁସି ରଖନ୍ତୁ l

Leave A Reply