ବୈଦିକ ଜ୍ୟୋତିଷ ଓ ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ କଳିଯୁଗ ଚିରଞ୍ଜିବି ଭଗବାନ ହନୁମାନ ଙ୍କୁ ସମର୍ପିତ ଅଟେ l ସଙ୍କଟମୋଚନ ହନୁମାନ ଭୁତ , ପିଶାଚ , ଗ୍ରହ ଙ୍କ ବାଧା ବିଘ୍ନ , ରୋଗ ଶୋକ ରୁ ମୁକ୍ତି ଦେଇ ଥାଆନ୍ତି l ମାନ୍ୟତା ରହିଛି ଯେ ହନୁମାନଙ୍କ କୃପା ଯେଉଁ ଜାତକ ବ୍ୟକ୍ତି ଉପରେ ରହିଥାଏ ତାର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ l
* ମଂଗଳବାର ଦିନ ହନୁମାନ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ “ଓଂ ତେଜସେ ନମଃ ” ମନ୍ତ୍ରଟି ୧୦୮ ଥର ଜପ କରି ହନୁମାନ ଙ୍କୁ ତୁଳସୀ ପତ୍ରର ମାଳ ଅର୍ପଣ କରନ୍ତୁ l
* ମଙ୍ଗଳବାର ଦିନ ହନୁମାନଙ୍କ ନିକଟରେ “ଓଂ ପ୍ରସନ୍ନାତ୍ମନେ ନମଃ ” ମନ୍ତ୍ରଟି କୁ ପାଠ କରି ଗୋଟିଏ ଘିଅ ଦୀପ ହନୁମାନ ଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l
* ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟରେ ” ଓଂ ସୁରାୟ ନମଃ ” ମନ୍ତ୍ରଟି କୁ ରୁଦ୍ରାକ୍ଷ ଧାରଣ କରି ପାଠ କରିବା ଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l
* ଓଂ ଶାନ୍ତାୟ ନମଃ ” ଏହି ମନ୍ତ୍ରକୁ ପ୍ରତି ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ପାଠ କରି ହନୁମାନ ଙ୍କ ନିକଟ ରେ ପ୍ରଣାମ କରନ୍ତୁ l ଏପରି କରିବା ଦ୍ୱାରା ଜୀବନ ରୁ ସମସ୍ତ ବିଘ୍ନ ଦୂର ହେବ l
* ମଙ୍ଗଳବାର ଦିନ ସକାଳୁ ସ୍ନାନ ସାରି ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ଗୋଟିଏ ଆସନ ଉପରେ ହନୁମାନ ଙ୍କ ସମୁଖରେ ବସି ” ଓଂ ମାରୁତାତ୍ମଜୟ ନମଃ ” ମନ୍ତ୍ର ଟି ପାଠ କରନ୍ତୁ l ଏପରି କରିବା ଦ୍ୱାରା ଘରୁ ରୋଗ ଶୋକ ଓ ଭୟ ଦୂର ହୋଇଥାଏ l
* ପ୍ରତି ମଙ୍ଗଳବାର ସନ୍ଧ୍ୟା ସମୟରେ ” ଓଂ ହନୁମତୟେ ନମଃ ” ମନ୍ତ୍ରଟି ପାଠ କରନ୍ତୁ l ଏବଂ ପାଠ କରିବା ସମୟରେ ହନୁମାନ ଙ୍କ ନିକଟ ରେ ଗୋଟିଏ ରାଶି ତେଲ ଦୀପ ଜଳାନ୍ତୁ l ଏପରି କରିବା ଦ୍ୱାରା ସର୍ବ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ l