Odisha news

କନ୍ଧମାଳ ହଳଦୀ ପାଇଁ ବୋର୍ଡ ଗଠନ : କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କନ୍ଧମାଳ ବାସୀଙ୍କ ପ୍ରଶଂସା

0
କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): ଗୁରୁବାର କେନ୍ଦ୍ର କ୍ୟାବିନେଟରେ କନ୍ଧମାଳ ହଳଦୀକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର କନ୍ଧମାଳ ହଳଦୀ ବୋର୍ଡ ଗଠନ କରିଛନ୍ତି । ଏହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ବାସୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବ ପ୍ରଶଂସା କରିବା ସହିତ ଧନ୍ୟବାଦ ବି ଜଣାଇଛନ୍ତି । ବୋର୍ଡ ଗଠନ ହେବା ଦ୍ୱାରା ହଳଦୀ ଚାଷୀଙ୍କ ଆୟ ବୃଦ୍ଧି ପାଇବ ଏବଂ ବୋର୍ଡ ମାଧ୍ୟମରେ ବିକ୍ରି ବଟା କରି ଚାଷୀ ମାନେ ଲାଭବାନ ହୋଇପାରିବେ । ଅନ୍ୟପକ୍ଷରେ ପୂର୍ବରୁ କନ୍ଧମାଳ ହଳଦୀକୁ ଜି-ଆଇ ଟ୍ୟାଗ ମାନ୍ୟତା ମଧ୍ୟ ମିଳି ସାରିଛି ।କନ୍ଧମାଳ ଜିଲ୍ଲାରେ ଜୈବିକ ପଦ୍ଧତିରେ ହେଉଥିବା ହଳଦୀ ଚାଷ ଯୋଗୁଁ ସେଥିରେ ରହିଥିବା କରକୁମିନ ବିଶେଷ କରି କ୍ୟାନ୍ସର ରୋଗକୁ ଭଲ କରିବାରେ ବେଶ ସହାୟକ ହୋଇ ପାରୁଛି । ତେଣୁ କନ୍ଧମାଳ ହଳଦୀ ବୋର୍ଡ ଗଠନ ଦ୍ୱାରା ହଳଦୀ ଦର କମ ରହୁଥିବା ଯୋଗୁଁ ଅନେକ ଚାଷୀ ଚାଷ କାମ ଛାଡ଼ି ଦାଦନ ଶ୍ରମିକ ଭାବେ ବାହାରକୁ ଯାଉଥିଲେ । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅଞ୍ଚଳର ଚାଷୀମାନେ ପୁନର୍ବାର ହଳଦୀ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା ପ୍ରକଟ କରାଯାଉଛି l

Leave A Reply