Odisha news

ଆଜି ହେଉଛି ମାର୍ଗଶିର ଅମାବାସ୍ୟା ଓ ମଙ୍ଗଳବାର : ଆଜିର ଦିନରେ କରି ନିଅନ୍ତୁ ଏହି ୪ଟି ଉପାୟ, ପାଇବେ ପିତୃ ପୁରୁଷଙ୍କ ଆଶୀର୍ବାଦ

0

ଆଜି ହେଉଛି ମାର୍ଗଶିର ମାସର ଅମାବାସ୍ୟା ଓ ଏହା ଇଂରାଜୀ ମାସର ଶେଷ ଅମାବାସ୍ୟା l ଯଦି ମଙ୍ଗଳବାର ଦିନ ଅମାବାସ୍ୟା ହୋଇଥାଏ ତେବେ ଏହାର ମହତ୍ୱ ଖୁବ ଅଧିକ ବଢ଼ିଯାଇ ଥାଏ l ଏହି ଯୋଗ କୁ ଭୌମବତୀ ଅମାବାସ୍ୟା ମଧ୍ୟ କୁହାଯାଇ ଥାଏ l ପିତୃ ପୂଜନ ସହିତ ମଙ୍ଗଳ ଗ୍ରହ ର ଶାନ୍ତି ପାଇଁ ମାର୍ଗଶିର ଅମାବାସ୍ୟା ର ଖୁବ ମହତ୍ୱ ରହିଛି l ଏହି ଯୋଗ ଦ୍ୱାରା ସ୍ନାନ-ଦାନ ରୁ ରୋଗ ଓ ଦୋଷ ଦୂର ହୋଇଥାଏ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାର୍ଗଶିର ଅମାବାସ୍ୟା ରେ ପିତୃ ପୂଜନ ର ଖୁବ ମହତ୍ୱ ରହିଛି l ଅମାବାସ୍ୟା ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ଗୋଟିଏ ରାଶିରେ ରହି ଥାଆନ୍ତି l ଏହି ତିଥିର ସ୍ୱାମୀ ପିତୃ ପୁରୁଷ ଅଟନ୍ତି l

ଉପାୟ –
– ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ ଆଜିର ଦିନରେ ଦିନ ୧୧ ଟା ରୁ ୧୨ ଟା ମଧ୍ୟରେ ପିତୃ ପୁରୁଷ ଙ୍କ ପୂଜା କରିବାର ବିଧାନ ରହିଛି l ଏହି ସମୟରେ ପିତୃ ପୁରୁଷ ଙ୍କ ନିମିତ୍ତ ତର୍ପଣ ଓ ଦୀପ ଦାନ ଦ୍ୱାରା ଦାମ୍ପତ୍ୟ ଜୀବନ ର କଷ୍ଟ ଦୂର ହୋଇଥାଏ l

– ଆଜିର ଦିନରେ ବ୍ରାହ୍ମଣ ଙ୍କୁ ଭୋଜନ କରାଇବା ଖୁବ ଜରୁରୀ ଅଟେ, ଏହାଛଡା ପିଣ୍ଡ ଦାନ ମଧ୍ୟ ଖୁବ ଜରୁରୀ ଅଟେ l ଯଥାଶକ୍ତି ସମ୍ଭବ ଲୁଗାପଟା, ଖାଦ୍ୟ, ରାଶି, ଗୁଡ଼ କିମ୍ବା ଲୁଣ ଦାନ କରିବା ଜରୁରୀ l ଏହାଦ୍ୱାରା ପିତୃ ପୁରୁଷ ଙ୍କ କୃପାରୁ ଘର ର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l

– ଯଦି ମଙ୍ଗଳବାର ରେ ଅମାବାସ୍ୟା ଯୋଗ ପଡିଥାଏ ଏହା ଖୁବ ଶୁଭ ହୋଇଥାଏ l ଏହାକୁ ଭୌମବସ୍ୟା କୁହାଯାଇ ଥାଏ l ଏହିଦିନ ମଙ୍ଗଳ ଦେବ ଓ ହନୁମାନଙ୍କ ପୂଜା କରିବା ଦ୍ୱାରା ରୋଗ ବ୍ୟାଧି ରୁ ମୁକ୍ତି ମିଳିଥାଏ l ଋଣ ବହାରରୁ ମୁକ୍ତି ମିଳିଥାଏ l

– ମଙ୍ଗଳ ଙ୍କ କୁପ୍ରଭାବ ରୁ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ଅନେକ ବାଧାବିଘ୍ନ ଆସିଥାଏ, ତେଣୁ ଆଜିର ଦିନରେ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ ହନୁମାନ ଙ୍କ ଦର୍ଶନ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଭୂମି- ଭବନ ସହିତ ଜଡିତ ସମସ୍ୟା ଦୂର ହୋଇଥାଏ l

Leave A Reply