ପିଜୁଳୀ ସ୍ୱାସ୍ଥ୍ୟ ପକ୍ଷରେ ଯେତିକି ଗୁଣକାରୀ ହୋଇଥାଏ, ତାର ପତ୍ର ମଧ୍ୟ ସେତିକି ଗୁଣକାରୀ ଅଟେ l ଏପରିସ୍ଥିତି ରେ ପିଜୁଳି ପତ୍ର ଫୋପାଡିବା ପୂର୍ବରୁ ଏଣିକି ଥରଟିଏ ଭାବିବେ ନିହାତି l ଆସନ୍ତୁ ଆଜି ଜାଣିବା ପିଜୁଳି ଭଳି ତାର ପତ୍ର କେଉଁସବୁ ସ୍ୱାସ୍ଥ୍ୟଗତ ଲାଭ ଦେଇଥାଏ l
* କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ପିଜୁଳି ରେ ଭିଟାମିନ ସି, ବି, କ୍ୟାଲସିୟମ, ଆଇରନ, ମଗ୍ନେଶୀୟମ, ଫସଫରସ, ପୋଟାସିୟମ, ପ୍ରୋଟିନ ଆଦି ଅନେକ ତତ୍ୱ ରହିଛି l ନ୍ୟୁଟ୍ରିସନିଷ୍ଟ ଙ୍କ ମତ ଅନୁସାରେ ଯଦି ନିୟମିତ ଖାଲି ପେଟରେ ପିଜୁଳି ପତ୍ର ଖାଇବା ଏହାଦ୍ୱାରା ଆମ ଶରୀର କୁ ଅନେକ ପୋଷାକ ତତ୍ୱ ମିଳିବ l
* ଖାଲି ପେଟରେ ପିଜୁଳି ପତ୍ର ସେବନ କରିବା ଦ୍ୱାରା ଆମ ପାଚନ ତନ୍ତ୍ର ମଜବୁତ ହୋଇଥାଏ, ପିଜୁଳି ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିମାଇକ୍ରୋଵିୟଲସ ଗୁଣ ରହିଥାଏ ମିଳିଥାଏ l ଏହି ଗୁଣ ପାଚନ କୁ ଠିକ ରଖିବା ସହିତ ଗ୍ୟାସ୍ଟ୍ରିକ ଅଲସର ସମସ୍ୟା ମଧ୍ୟ ଦୂର ହୋଇଥାଏ l
* ଓଜନ ହ୍ରାସ କରିବା ପାଇଁ ପିଜୁଳି ପତ୍ର ଖୁବ ହିତକର l ପିଜୁଳି ପାତ୍ରରେ ଅନେକ ବାୟୋ ଆକ୍ଟିଭ କମ୍ପାଉଣ୍ଡ ରହିଥାଏ, ଯାହା ଶରୀରରେ ସୁଗାର ଓ କାର୍ବୋହାଇଡ୍ରେଟ କୁ ଅବଜର୍ବ ହେବାକୁ ଦେଇନଥାଏ l ଏହା କ୍ୟାଲୋରୀ ମାତ୍ରାକୁ ହ୍ରାସ କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l
* ଖାଲି ପେଟରେ ପିଜୁଳି ପତ୍ର ଚୋବାଇ ଖାଇବା ଦ୍ୱାରା ଡାଇରିଆ ଦୂର ହୋଇଥାଏ l ଏହି ପତ୍ରକୁ ସେବନ କରିବା ଦ୍ୱାରା ଶରୀରରୁ ହେମୋଗ୍ଲୋବିନ ବୃଦ୍ଧି ହୋଇଥାଏ ଓ ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ l
* ଯଦି ଆପଣ ପ୍ରଶ୍ୱାସ ସମ୍ବନ୍ଧୀୟ ଅସୁବିଧାର ସମୁଖୀନ ହେଉଛନ୍ତି, ତେବେ ପିଜୁଳି ପତ୍ର ଖୁବ ହିତକାରୀ l ପିଜୁଳି ପତ୍ରରେ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଛି, ଏହା କାଶ, ସର୍ଦି, ଗଳା ଦରଜ, ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ l
* ପିଜୁଳି ପତ୍ରରେ ଆଣ୍ଟି ଏଲର୍ଜୀ ଗୁଣ ମିଳିଥାଏ l ତେଣୁ ଏହା ଏଲର୍ଜୀ ରୁ ଦୁରେଇ ରଖିବା ସହ ଏଲର୍ଜୀ ଦ୍ୱାରା ହେଉଥିବା ଲକ୍ଷଣ ମଧ୍ୟ ଦୂର କରିଥାଏ l ତେଣୁ ନିୟମିତ କିଛିଟା ପିଜୁଳି ପତ୍ରକୁ ଭଲରେ ଧୋଇ ସେବନ କରନ୍ତୁ ଓ ଜବରଦସ୍ତ ଲାଭ ପାଆନ୍ତୁ l