Odisha news

ବୋରିଗୁମ୍ମା :୪୧ ହଜାର ହିତାଧିକାରୀ ଙ୍କୁ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ।

0
ବୋରିଗୁମ୍ମା :— ରାଜ୍ୟ ସରକାର କରୋନା ଭାଇରସ କୁ ମୁକାବିଲା କରିବା ପାଇଁ ନାନା ଯୋଜନା କରିଛନ୍ତି। ଲକ ଡାଉନ ସମୟରେ ଗରିବ, ଖଟିଖିଆ, ମଜୁରିଆ ତଥା ଶ୍ରମିକ ଶ୍ରେଣୀ ର ଲୋକମାନେ ବହୁତ ପ୍ରଭାବିତ ହେଉଛନ୍ତି। ଏଣୁ ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ଏକା ସାଙ୍ଗରେ ତିନି ମାସର ଚାଉଳ ପ୍ରଦାନ ସହ ପ୍ରତେକ ହିତାଧିକାରୀ ଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ବୋରିଗୁମ୍ମା ବ୍ଲକରେ ମୋଟ  ୪୧ ହଜାର ୮୫୭ ହିତାଧିକାରୀଙ୍କ ମଧ୍ୟରୁ ୪୧,୦୬୭ ହିତାଧିକାରୀ ଙ୍କୁ ଯୋଗାଣ ବିଭାଗ ଚାଉଳ ପ୍ରଦାନ କରିଛନ୍ତି। ମୋଟ ୨୫ ହଜାର ୨୭୨ କ୍ୱିଣ୍ଟାଲ ୭୫ କିଲୋ ଚାଉଳ ଦିଆଯାଇଥିବା ଯୋଗାଣ ନିରୀକ୍ଷକ ବିଶ୍ୱଜିତ ଦାସ କହିଛନ୍ତି। ସେହିଭଳି ୪୧ ହଜାର ୧୪୧ ହିତାଧିକାରୀ ଙ୍କୁ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସେହିଭଳି ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ତିନି ମାସର ମଧ୍ୟାହ୍ନ ଭୋଜନ ସ୍ୱରୂପ ଚାଉଳ ତାଙ୍କ ପରିବାର ମୁଖ୍ୟ କୁ ଦିଆଯାଇଛି। ଏପର୍ଯ୍ୟନ୍ତ ମୋଟ ୨୦,୪୯୫ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ୧୯,୦୬୭ ଜଣ ଛାତ୍ରଛାତ୍ରୀ ଙ୍କ ପରିବାର ମୁଖ୍ୟ ଙ୍କୁ ୧୪୧୮ କ୍ୱିଣ୍ଟାଲ ଚାଉଳ ପ୍ରଦାନ କରାଯାଇଛି।
Leave A Reply