ଗୋପ : ଖବରରୁ ପ୍ରକାଶ ଆଜି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଂଚାୟତର ନିରୁଗୁଣ୍ଡି ଗାଁର ସହୀଦ ସନ୍ଦୀପ ସ୍ବାଇଁଙ୍କ ସହୀଦ ସ୍ମୃତି ମଣ୍ଡପ ଶୁଭ ଉଦୁଘାଟନ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି, ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ନିମାପଡା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ସାଧାରଣ ସମ୍ପାଦକ ସତ୍ୟବ୍ରତ ପାତ୍ର ସହୀଦ ସ୍ମୃତି ମଣ୍ଡପପକୁ ଉଦୁଘାଟନ କରିଥିଲେ,ଷୋମବାର ଦିନ ମଧ୍ୟାହ୍ନ 12ଟା ସମୟରେ ଏହି ଉତ୍ସବରେ ରାଜ୍ୟ ବିଜେଡି ସମ୍ପାଦକ ସ୍ମୃତି ପ୍ରକାଶ ନନ୍ଦ,ଗୋପ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ପରିଡା,ପୟରା ସରପଞ୍ଚ ସୁମନ୍ତ ସ୍ୱାଇଁ, ପୁନେସ ସେନାପତି,ଭାସ୍କର ସେଠ,କେଦାର ବେହେରା,ସମିରି ସାମନ୍ତରାୟ,ଜ୍ୟୋତିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସହୀଦ ସନ୍ଦୀପ ସ୍ୱାଇଁ ବିର ଯବାନ ଆମର ରହେ ନାରାରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିବା ବେଳେ ସ୍ଥାନୀୟ ଅଂଚଳରୁ ବହୁ ମାନ୍ୟ ଗଣ ବ୍ୟକ୍ତି ବେଶେଷ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା
