Odisha news

ଜାଲ ହାତପଟ୍ଟା ବଳରେ ଧର୍ମଶାଳା ତହସିଲରୁ ଶହଶହ ଏକର ଅନାବାଦୀ, ଗୋଚର ଓ ଜଙ୍ଗଲକିଶମ ଜମି ହଡପ : ମୁହଁ ଖୋଲିଲେ ମଧୁପୁରଗଡ ରାଣୀ

0
ଚଣ୍ଡିଖୋଲ/ଚଡେଇଧରା :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧିନ ପାହାଡ ପର୍ବତରୁ ହଜାର ହଜାର କୋଟି ଟଙ୍କାର କଳାପଥର ଚୋରୀ ଓ ବ୍ୟାପକ ରାଜସ୍ୱ ଫାଙ୍କି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲାବେଳେ ଏବେ ଉକ୍ତ ତହସିଲର ସୁକୁଟିଝର,ତେଲିପୋଖରୀ,ଲୁଣିବର,ଅଞ୍ଜିରା,
ଚକତେଲିପୋଖରୀ ପ୍ରଭୃତି ମୌଜାରୁ କେକ ନିର୍ଦ୍ଧିଷ୍ଟ ଜମି ମାଫିଆ ଜାଲ ହାତପଟ୍ଟା ବଳରେ ଶହଶହ ଏକର ଗୋଚର,ଅନାବାଦୀ ଓ ଜଙ୍ଗଲ କିଶମ ଜମି ହଡପ କରିନେବା ପରେ ତାହାକୁ ନିଜ ନାମରେ ରେକର୍ଡ କରିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି! ମାଫିଆମାନେ ପ୍ରଥମେ କୌଶଳକରି ସରକାରୀ ଜମିକୁ ଜବର ଦଖଲ କରିନେଇ ପରେ ସେହି ଜମି ଉପରେ ବେଆଇନ ଭାବେ ବାଡବନ୍ଦି ବା ସିମେଣ୍ଟ ପ୍ରାଚିର ନିର୍ମାଣକରି ନିଜ ଅକ୍ତିଆରକୁ ନେଉଛନ୍ତି! ଉପରୋକ୍ତ ମୌଜାରେ ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ବ୍ୟାପକ ମୂଲ୍ୟବାନ ଜମିକୁ ବିଶେଷକରି ହଡପ କରାଯାଇଛି! ହଡପ ହୋଇଥିବା ଓ ହେବାକୁ ଯାଉଥିବା ଜମିର ମୂଲ୍ୟ ଅତିକମରେ ହଜାରେ କୋଟିରୁ ଉର୍ଦ୍ଧ୍ବ ହେବବୋଲି ଆଲୋଚନା ହେଉଛି! ଏହି ଘଟଣା ଚର୍ଚ୍ଚାକୁ ଆସିବା ପରେ ମଧୁପୁରଗଡ ରାଜଜେମା ତଥା ବର୍ତ୍ତମାନର ରାଣୀ ଅପର୍ଣ୍ଣା ଧିର ସିଂ ଭରଦ୍ୱାଜ ମୁହଁ ଖୋଲିଛନ୍ତି! ସେ ଏହି ବଡ ଜମି ଦୁର୍ନୀତିକୁ ରୋକିବା ତଥା ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଜବରଦଖଲ ହୋଇଥିବା ସମସ୍ତ ଜମିକୁ ସରକାରୀ ବା ମୂଳ ଖାତାକୁ ଫେରାଇ ଆଣିବାପାଇଁ ପ୍ରଥମେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କୁ ଶାକ୍ଷାତକରି  ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି! ଏଥିସହ ସେ ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ମୁଖ୍ୟମନ୍ତ୍ରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚାଇ ଦେଇଛନ୍ତି!  ଏହିସବୁ ଅଞ୍ଚଳ ମଧୁପୁରଗଡ ଇଷ୍ଟେଟ ଅଧିନରେ ପୂର୍ବରୁ ରହିଥିଲା ବେଳେ ରାଜା ସମସ୍ତ ଜମିର ମାଲିକ ଥିଲେ! ଏବେ ମଧ୍ୟ ସେ ସମୟର ଜମିଜମାର ସମସ୍ତ ଆବଶ୍ୟକୀୟ ରେକର୍ଡ ଓ କାଗଜପତ୍ର ତାଙ୍କ ପାଖରେ ମହଯୁଦ ରହିଛି! ତେବେ ମାଫିଆ ମାନଙ୍କୁ ବା ଅନ୍ୟ କାହାକୁ ରାଜ ପରିବାର ପକ୍ଷରୁ କେବେ ବି ହାତପଟ୍ଟା ପ୍ରଦାନ କରାଯାଇ ନଥିଲା ବେଳେ ବେଆଇନ ଭାବେ କିଏ ଜମି ମାଫିଆଙ୍କୁ ଜାଲ ହାତପଟ୍ଟା ପ୍ରଦାନ କରୁଛି ତାକୁନେଇ ରାଣୀ ପ୍ରଶ୍ନ କରିବା ସହ ଏହି ହଜାର ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଉପରେ ଉଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି! ରାଣୀଙ୍କ କହିବା ଅନୁଯାଇ ଗତ କିଛି ବର୍ଷ ମଧ୍ୟରେ ମଧୁପୁର ଇଷ୍ଟେଟ ଅଧିନ ତେଲିପୋଖରୀ, ଚକତେଲିପୋଖରୀ,ଲୁଣିବର ଓ ଶୁକୁଟିଝର ମୌଜା ସମେତ ବଳରାମପୁରଗଡ ଜମିଦାରଙ୍କ ଅଧିନସ୍ତ ଅଞ୍ଜିରା ମୌଜାରୁ ଶହଶହ ଏକର ସରକାରୀ, ଗୋଚର,ଅନାବାଦୀ ଓ ଜଙ୍ଗଲକିଶମ ମୂଲ୍ୟବାନ ଜମି ଜବରଦଖଲ ହୋଇ ଚାଲିଛି! ଜାଲ ହାତପଟ୍ଟା ବଳରେ ମାଫିଆମାନେ ଵନ୍ଦୋବସ୍ତ କମିଶନରଙ୍କ ପାଖରେ ଆରପି କେଶ ବା କୋର୍ଟରେ ସିଭିଲସୁଟ କରି ଜବରଦଖଲ ହୋଇଥିବା ଜମିକୁ ବେଆଇନ ଭାବେ ନିଜ ନାମରେ କରାଇବାକୁ ମସୁଧା କରୁଛନ୍ତି! କେଶର ପ୍ରଥମ ଅବସ୍ତାରେ ଫାଇଲ କରାଯାଇଥିବା ହାତପଟ୍ଟା ଜାଲବୋଲି ହାକିମଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ମାଫିଆମାନେ ତାହାର ଭରପୁର ସୁଯୋଗ ଉଠାଉଛନ୍ତି! ୧୯୪୯/୫୦ ମସିହା ଚକବନ୍ଦୋବସ୍ତ ବେଳେ ତତ୍କାଳୀନ ରାଜା ବୃନ୍ଦାବନ ଚନ୍ଦ୍ର ଧୀରନରେନ୍ଦ୍ର କମିଶନରଙ୍କ ଇଜିଲାସରେ ୧୧୯/୧୯୪୯ ରେ ଆପତିକରି ତେଲିପୋଖରୀ ମୌଜାରେ ଥିବା ୧୪ ଏକର ଗୋଚର ଜମିକୁ ବଦଳିକରି ସରକ୍ଷୀତ କରାଇଥିଲେ ! ସେହିପରି ସେତେବେଳେ ରାଜ ପରିବାର ପକ୍ଷରୁ ୧୯୫୦/୫୧ ମସିହାରେ କମିଶନର କୋର୍ଟରେ ଆରପିକେଶ କରିଯାଇ ୪୮ ଏକର ଜମିକୁ ରାଜପରିବାର ନାମରେ ମିସ କେଶ ନମ୍ବର ୧୭୫ର ନିର୍ଦ୍ଦେଶ ବଳରେ ରେକର୍ଡ ଭୁକ୍ତ କରାଯିବା ପାଇଁ ଆଦେଶ ପ୍ରାପ୍ତ ହୋଇଥିଲେ! ତେଲିପୋଖରୀ ମୌଜାର ଖାତା ନମ୍ବର ୩୯ର ପ୍ଳଟ ନମ୍ବର ୫୬ରେ ରହିଥିବା ଏହି ୪୮ ଏକର ଜମିକୁ ମଧ୍ୟ ଜାଲ ହାତପଟ୍ଟା ବଳରେ ଆରପି କେଶକରି ମାଫିଆମାନେ ହଡପ କରିଥିବା ରାଣୀ ଅଭିଯୋଗ କରିଛନ୍ତି! ଆମପାଖରେ ସେତେବେଳର କୋର୍ଟ ଆଦେଶ ରହିଛି ଓ ଆମେ କାହାରିକୁ ସେହି ଜମି ବିକ୍ରି ବା ହସ୍ତାନ୍ତର ପାଇଁ ସମ୍ମତି ଦେଇ ନଥିଲି ବେଳେ ସେହି ଭୂସମ୍ପତି କିପରି ମାଫିଆମାନେ ନିଜ ନାମରେ କରାଇଲେ ତାହା ମଧ୍ୟ ରାଣୀ ଅପର୍ଣ୍ଣା ପ୍ରଶ୍ନ କରିଛନ୍ତି! ଉପରୋକ୍ତ ମୌଜାର ସାବକ ରେକର୍ଡରେ ଜଙ୍ଗଲ କିଶମ ଥିବା,ଝାଟି ଜଙ୍ଗଲ ଥିବା ଓ ମୂଳ ରେକର୍ଡ ଅନାବାଦୀ ଥିବା ଶହଶହ ଏକର ଜମି କିପରି ମାଫିଆଙ୍କ କବଜାକୁ ଯାଇଛି ସେଥିନେଇ ଖୁଲାସା ହେବବୋଲି ଏବେ ଆଲୋଚନା ହେଉଛି
Nalco
Leave A Reply