Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ ସଭା ଅନୁଷ୍ଠିତ

0
 ଗୋପ : ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଞ୍ଚନାଥ ମଣ୍ଡଳର ଗଣେଶ୍ୱରପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ ସଭା ମଞ୍ଚନାଥ ବିଜେପି ସଭାପତି ରାଜକିଶୋର ସ୍ବାଇଁଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ମୋଦିଜୀଙ୍କ ୯ ବର୍ଷର ସେବା ଓ ସୁଶାସନରେ ହିତାଧିକାରୀଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ  ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ସହ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ଦିଆଯାଇଛି ବୋଲି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ସାସଂଦ ବିଭୁ ପ୍ରସାଦ ତରାଇଙ୍କ ସମେତ ଶତାଧିକ ବିଜେପି କାର୍ଯ୍ୟକର୍ତା ଏବଂ ଜନ ସାଧାରଣ ଉପସ୍ଥିତ ଥିଲେ।
Nalco
Leave A Reply