Odisha news

ବନ୍ୟାଞ୍ଚଳରେ ବିପନ୍ନଙ୍କୁ ସହାୟତାର ହାତ ବଢ଼େଇଛି ସ୍ୱେଚ୍ଛାସେବୀ ସଂଗଠନ।କରୁଛି

0

ଗୋପ :  ବନ୍ୟା ଛାଡିଯାଇଛି ସତ କିନ୍ତୁ ବିପର୍ଣ୍ଣ ମାନଙ୍କ ଦୁଃଖ ବଢିଛିଇଛି ଓ ଦୁର୍ଦ୍ଦଶା ମଧ୍ୟ ବଢ଼ିଯାଇଛି । ଏପରି ଅବସ୍ଥାରେ ଏବେ ଦୀର୍ଘଦିନ ଧରି ଗୋପ ବ୍ଲକ ଅଞ୍ଚଳର ବିକାଶ ସ୍ୱେଚ୍ଛାସେବୀ ସଂଗଠନ ଓ ପଲ ହାବଲିନ ସ୍ୱେଚ୍ଛାସେବୀ ସଂଗଠନ ବିପନ୍ନଙ୍କ ସୁଖଦୁଃଖରେ ନିଜକୁ ସାମିଲ କରିଛି । ଏପରିକି ବନ୍ୟା ଛାଡି ଯିବା ପରେ ଗୋପ ବ୍ଲକର ୧୦ ପଞ୍ଚାୟତର ୪୩ ଗାଁର ପ୍ରାୟ ୨୮ହଜାର ବିପନ୍ନଙ୍କୁ ରନ୍ଧା , ଶୁଖୁଲା ଖାଦ୍ୟ ଯୋଗାଇଦେଉଛି | ଅଗଷ୍ଟ ୧୬ ରେ ଗୋପ ବେଦପୁର ପଞ୍ଚାୟତ ଖଣ୍ଡିଆକୁଦ ନିକଟ କୁଶଭଦ୍ରା ନଦୀର ଏକ ୩୦ଫୁଟ ଘାଇ ସୃଷ୍ଟି ହେବା ସହିତ ଧନୁଆ ନଦୀ ବନ୍ୟା ଜଳରେ ୧୦ ପଞ୍ଚାୟତର ୩୦ହଜାର ଲୋକ ଜଳବନ୍ଦୀ ହୋଇଥିଲେ ।

ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକତା ଅନୁସାରେ ଚୁଡ଼ା , ଗୁଡ଼ , କିରୋସିନ ଓ ପିଇବା ପାଣି ଯୋଗାଇ ଦିଆଯାଇଥିଲା । ବନ୍ୟା ଛାଡି ଯିବା ପରେ ଏହି ଦୁଇ ସ୍ବେଚ୍ଛାସେବୀ ସଂଗଠନ ଦୀର୍ଘ ଦେଢ ମାସ ହେବ ଗୋପ ବ୍ଲକର ଗଣେଶ୍ୱରପୁର , ଅଣ୍ଡରା – ଇଚ୍ଛାପୁର , ନାଗପୁର ସମେତ ୧୦ ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ବିପନ୍ନମାନଙ୍କୁ ସେବା ଦେଇଆସୁଛି । ସୋମବାର ବିକାଶ ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶକ ଅଶୋକ ନନ୍ଦ ବନ୍ୟାଞ୍ଚଳରେ ପହଞ୍ଚି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ  ବିପର୍ଣ୍ଣ ମାନେ ବନ୍ୟା ପରବର୍ତ୍ତୀ ସମୟରେ କିଭଳି ଜୀବନ କାଟୁଛନ୍ତି ସେ ନେଇ ବିପର୍ଣ୍ଣ ମାନଙ୍କ ସହ ଆଲୋଚନା କରିଥିଲେ।ରିଲିଫ ସାମଗ୍ରୀ କିଭଳି ବିପର୍ଣ୍ଣ ପରିବାର ପାଖରେ ପହଁଚି ଛି ତଦାରଖ କରିଛନ୍ତି। ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସଂଗଠନର  ଗଣେଶ ଚନ୍ଦ୍ର ଦାଶ , ରୀତା ମିଶ୍ର , ପ୍ରଫୁଲ୍ଲ ପଣ୍ଡା , ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply