ବାଲିପାଟଣା ୨ ୯/୦୯ : ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକର ଉର୍ଣ୍ଣତି ପାଇଁ ବହୁବିଧ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି।ଚାଷୀମାନେ ଯାହାଦ୍ୱାରା ନିଜର ଆର୍ଥିକ ସ୍ଥିତି ମଜଭୁତ ହେବା କଥା, କିନ୍ତୁ ପ୍ରାକୁତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା, ଓ ରୋଗ ପୋକ ଚାଷୀଙ୍କ ଫସଲକୁ ବ୍ୟାପକ କ୍ଷୟକ୍ଷତି ଘଟାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି। ଚଳିତବର୍ଷ ବାଲିପାଟଣା ବ୍ଲକର ୧୭ ଟି ଗ୍ରାମପଞ୍ଚାୟତରେ ୯୫୦୦ ହେକ୍ଟର ଧାନ ଚାଷ ଓ ୧୦୨ ହେକ୍ଟର ଜମିରେ ପାନିପାରିବା ଚାଷ କରାଯାଇଥିଲା।କିନ୍ତୁ ଚଳିତ ବନ୍ୟାରେ ୬ ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇ ଶତକଡା ୮୦ ଭାଗ ଫସଲ ନଷ୍ଟ ହୋଇଥିଲା । ଚାଷୀମାନେ ଛୋଟ ଧାନ ତଳି ସଂଗ୍ରହ କରି ରୁଆ ବେଉଷଣ କରିଥିଲେ।ଯାହାବି ହେଉ କିଛି ଅମଳରେ ଘର ଚଲିଯିବ।
କିନ୍ତୁ ପ୍ରକୁତିକ ବିପର୍ଯ୍ୟୟ ରୋଗ ପୋକ ମୁହଁରେ ସବୁଜିବ।ଏବେ ଚକଡ଼ା ପୋକ କବଳରେ ଚାଷୀଙ୍କ ଧାନ ଫସଲ।ରାତିକେ ଏକର ଏକର ଧାନ ଫସଲ ନଷ୍ଟ କରିଦେଉଛନ୍ତି।।କୃଷି ଅଧିକାରୀରାଧାଶ୍ୟାମ ଦାସ, ବ୍ଲକ ଟେକେନିକାଲ ମ୍ୟାନେଞ୍ଜର ସଂଜୀବ କେତନ ସାହୂ, ଭି ଏଲ ଡବ୍ଲୁ ବୁଦ୍ଧନାଥ ବିଶ୍ୱାଳ,କୃଷକସାଥି ସ୍ୱାଗତିକା ଜେନା, ଓ ଦେବାଶିଷ ରାଉତରାୟ ପ୍ରମୁଖ କୃଷ୍ଣ ଚନ୍ଦ୍ର ରାୟ ଙ୍କର ୧୨ ଏକର, ଦୁଃଶାସନ ଭୋଇ ଏକ ଏକର, ରମାକାନ୍ତ ଭୋଇ ୨ ଏକର, ଶଙ୍କର ଭୋଳ ଙ୍କର ୨ ଏକର କ୍ଷତିଗ୍ରସ୍ତ ପମ୍ପାଲୋ ପଞ୍ଚାୟତର କୂଳନ୍ତିରା।ଗ୍ରାମ ର କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ସଚେତନ କରିଛନ୍ତି।ଏବେ ଠାରୁ ପ୍ରତିକାର ନ କଲେ ସାରା ପଞ୍ଚାୟତ କୁ ଚାରିଯିବେ ବୋଲି କହିଛନ୍ତି।ବିଲରୁ ପାଣି କାଟିବା ସହ ଧାନ ବୁଦାକୁ କନ୍ଦି କରି ମେଡିସିନି ପ୍ରୟୋଗ କଲେ, ପୋକର ଦାଉ କମ ରହିବ।। ଚକଡ଼ା ପୋକ ପ୍ରତି କୃଷି ବିଭାଗ ସଜାଗ ରହିବା ସହ କୃଷକସାଥୀମାନେ ପ୍ରତେକ ଅଞ୍ଚଳରେ ବୁଲି ଦେ ଖୁଛନ୍ତି। ତୁରନ୍ତ ଚାଷୀମାନଙ୍କୁ ସରକାରୀ ସହାୟତାରେ ମେଡିସିନି ଓ ପ୍ରତିକାର ସମ୍ବଧିୟ ତଥ୍ୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।
