Odisha news

କର୍ମଚାରୀଙ୍କ ଭୁଲ୍ ନିଷ୍ପତ୍ତି ଦୁଇ ଘଣ୍ଟା ସଟ୍ଡ଼ାଉନ୍ ହେଲା ଗୋପ ତହସିଲ , ଜରୁରୀ କାର୍ଯ୍ୟରେ ଆସି ଫେରିଲେ ଶତାଧିକ ଜନସାଧାରଣ

0

ଗୋପ : ବୁଧବାର ସରକାରୀ କର୍ମଚାରୀଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ଗୋପ ତହସିଲ ଦୀର୍ଘ ଦୁଇ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ସଟ୍ଡ଼ାଉନ୍ ଅବସ୍ଥାରେ ରହିଥିବାବେଳେ ଦୂର ଦୂରାନ୍ତରୁ ଜରୁରୀ କାର୍ଯ୍ୟରେ ଆସିଥିôବା ଶତାଧିକ ଜନସାଧାରଣ ଫେରିଯାଇଥିଲେ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିôବାବେଳେ ଜନ ଅସନ୍ତୋଷ ଦେଖାଦେଇଛି । ତେବେ ଏହି ଘଟଣାକୁ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ଖଣ୍ଡନ କରିଛନ୍ତି । ବୁଧବାର ମଧ୍ୟାହ୍ନରେ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ତହସିଲ କାର୍ଯ୍ୟାଳୟ ପରିସରରୁ ଜନସାଧାରଣମାନଙ୍କୁ ବାହାରିବା ଲାଗି କୁହାଯାଇଥିଲା । ଏଥିସହ ଜିଲା ପ୍ରଶାସନର ନିଷ୍ପତ୍ତିକ୍ରମେ ତହସିଲକୁ ସଟ୍ଡ଼ାଉନ୍ କରାଗଲା ବୋଲି ସୂଚନା ଦିଆଯାଇଥିଲା । ଜରୁରୀ କାର୍ଯ୍ୟରେ ଆସିଥିବା ଜନସାଧାରଣ ଓ ସ୍ଥାନୀୟ ଓକିଲ ମୋହରିୟରମାନେ ହଠାତ୍ କିଛି ବୁଝିପାରୁନଥିଲେ । ଦୀର୍ଘ ସମୟ ଜନସାଧାରଣମାନେ ଅପେକ୍ଷା କରିବା ପରେ ବାଧ୍ୟ ହୋଇ ଫେରିଯାଇଥିଲେ ।

ପରେ କିଛି ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ଖବର ସଂଗ୍ରହ କରିବାକୁ ପହଞ୍ଚôଥିବାବେଳେ ଗୋପ ତହସିଲଦାରଙ୍କ ଅନୁପସ୍ଥିତିରେ ବରିଷ୍ଠ କିରାଣୀ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ପଚାରିବାରେ ପୁରୀରେ ଜଣେ ଆଇନ୍ଜୀବୀ ଓ ମୋହରିର କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାରୁ ଉପଜିଲାପାଳଙ୍କ ସୂଚନାକ୍ରମେ ତହସିଲକୁ ସଟ୍ଡ଼ାଉନ୍ କରାଯାଉଛି କହିବା ସହ ମୋବାଇଲ ମାଧ୍ୟମରେ ଏକ ଚିଠି ଦେଖାଇଥିଲେ । ମାତ୍ର ଏହି ଚିଠିରେ କୌଣସି ଅଧିକାରୀଙ୍କ ସ୍ୱାକ୍ଷର ନଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ସରକାରୀ ବା ବେସରକାରୀ ଭାବେ ସଟ୍ଡ଼ାଉନ୍ କରାଯାଇଛି କି ନାହିଁ ପ୍ରଶ୍ନ କରିଥିଲେ । ପରେ ପୁରୀ ସହର ପାଇଁ ଲାଗୁ ହୋଇଥିôବା କଟକଣା ସଂପର୍କିତ ଏକ ଚିଠି ଦେଖାଇଥିଲେ । ଯେଉଁଥିରେ କି, ଗୋପ ତହସିଲ ସଂପର୍କରେ କୌଣସି ତଥ୍ୟ ଉଲ୍ଲେଖ ନଥିଲା । ପରେ ଏ ନେଇ ତହସିଲଦାର ପୃଥିରାଜ ମଣ୍ଡଳଙ୍କୁ ଟେଲିଫୋନ୍ ମାଧ୍ୟମରେ ସୂଚନା ଦିଆଯିବା ପରେ କିଛି ସମୟ ପରେ ତହସିଲ ତାଲା ଖୋଲାଯାଇ କାର୍ଯ୍ୟ ସ୍ୱଭାବିକ୍ ହୋଇଥିଲା । ଏ ସଂପର୍କରେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳଙ୍କୁ ପଚାରିବାରେ ସେ କୁହନ୍ତି, ମୁଁ ଅନୁପସ୍ଥିତ ଥିବାବେଳେ ଏଭଳି ଘଟଣା ଘଟିଥିବା କଥା ଟେଲିଫୋନ୍ ମାଧ୍ୟମରେ ଖବର ପାଇଲି । ଖବର ପାଇବା ପରେ ସଂପୃକ୍ତ ଅଧିକାରୀଙ୍କୁ ତାଗିଦ୍ କରିବା ସହ ତୁରନ୍ତ ତହସିଲ ଖୋଲିବାକୁ ନିଦେ୍ର୍ଦଶ ଦେଇଥିଲି ।

Leave A Reply

Your email address will not be published.