Odisha news

ଭାରତୀୟ ସହିଦ ଯବାନଙ୍କ ଉଦେ୍ଦଶ୍ୟରେ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0

ଜଗତସିଂହପୁର:ଭାରତ-ଚୀନ ସୀମା ଗଲୱାନ ଘାଟିରେ ଦୁଇ ଦେଶର ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ଦେଶ ପାଇଁ ପ୍ରାଣବଳୀ ଦେଇ ସହୀଦ ହୋଇଥିବା ଭାରତୀୟ ଯବାନ ମାନଙ୍କ ଉଦେ୍ଦଶ୍ୟରେ ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ପ୍ରୀତମ ପରିଜାଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀମାନେ ଡାକ ବଙ୍ଗଳା ଛକ ଠାରୁ ଏକ ମହମବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଥାନା ଛକ ଠାରେ ପହଞ୍ଚିଥିଲେ ।ଗଲୱାନ ଘାଟିରେ ଚୀନ ସେନା ଆକ୍ରମଣରେ ଦେଶର ସୁରକ୍ଷା ପାଇଁ ସହୀଦ ହୋଇଥିବା ଯବାନ ମାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।ଦେଶ ପାଇଁ ଯବାନ ମାନଙ୍କ ତ୍ୟାଗ,ବିରତ୍ୱ ଅତୁଳନୀୟ ଓ ଦେଶବାସୀ ଭାରତୀୟ ସେନା ସହିତ ରହିଛି ବୋଲି କର୍ମୀମାନେ କହିଥିଲେ ।ଏହି ଶୋଭାଯାତ୍ରାରେ ଛାତ୍ର କଂଗ୍ରେସର ଜିଲ୍ଲା ସଂଯୋଜକ କୃଷ୍ନ ଚନ୍ଦ୍ର ପ୍ରଧାନ,ଅଭିଷେକ ବଳ,ବିଶ୍ୱଜିତ ପଣ୍ଡା,ସତ୍ୟ ରଞ୍ଜନ ମଲ୍ଲିକ,ଆଭାସ ମାହାଳି,ପ୍ରିତୀ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply