ଗୁଗଲ୍ ସର୍ଚ୍ଚ ଜରିଆରେ ଏବେ ପ୍ରିପେଡ୍ ମୋବାଇଲ୍ ସିମ୍ ରିଚାର୍ଜ କରିହେଉଛି । ଏଥିପାଇଁ ଗୁଗଲ୍ ଭାରତର ଲିଡିଂ ଟେଲିକମ୍ କମ୍ପାନୀ ଜିଓ, ଏୟାରଟେଲ୍, ବିଏସ୍ଏନ୍ଏଲ୍, ଭୋଡାଫୋନ୍ ଓ ଆଇଡିଆ ସହ ବୁଝାମଣା କରିଛି । ଏହି ପେମେଣ୍ଟ୍ ଅ«ନରେ ପେଟିଏମ୍, ଫୋନ୍ ପେ, ଗୁଗଲ୍ ପେ, ଫ୍ରି ଚାର୍ଜ ସମେତ ଅନେକ ଅ«ନ ଅଛି । ଗୁଗଲ୍ ସର୍ଚ୍ଚ ସମୟରେ ହିଁ ଉପଭୋକ୍ତା ନିଜ ପ୍ଲାନ୍କୁ ଅନ୍ୟ ପ୍ଲାନ୍ ସହ ତୁଳନା କରିପାରିବେ । ଏହି ସୁବିଧା କେବଳ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ଙ୍କ ପାଇଁ ଲାଗୁ କରାଯାଇଛି । ଖୁବ୍ଶୀଘ୍ର ଆଇଫୋନ୍ ୟୁଜର ଏହାର ଲାଭ ଉଠାଇପାରିବେ । ରିଚାର୍ଜ ପାଇଁ ଗୁଗଲ୍ ସର୍ଚ୍ଚକୁ ଯାଇ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ ଟାଇପ୍ କରିବା ପରେ ରିଚାର୍ଜ ଅ«ନ୍ ଆସିବ । ଏହା ଉପରେ କ୍ଲିକ୍ କରିବା ପରେ ପ୍ରିପେଡ୍ ନମ୍ବର ଦେବାକୁ ହେବ । ସିମ୍ ଅପରେଟର୍ ଚୁଜ୍ କରିବା ପରେ ପେମେଣ୍ଟ୍ କରି ରିଚାର୍ଜ କରିହେବ ।