Odisha news

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପଶ୍ଚିମ ଓଡ଼ିଶା ବନ୍ଦ ସଫଳ

0

ସମ୍ବଲପୁର, ୫ା୨ : ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଦୀର୍ଘବର୍ଷ ହେବ ଜନଆନ୍ଦୋଳନ ମୁଣ୍ଡ ଟେକିଛି । ମାସମାସ ଧରି ଧାରଣା, ବିକ୍ଷୋଭ ପରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଭଳି ନ୍ୟାୟୋଚିତ ଦାବୀକୁ ପୂରଣ କରୁନାହାଁନ୍ତି । ପଶ୍ଚିମ ଓଡିଶାବାସୀ ନିଜର ହକ୍‌, ଅଧିକାର ଓ ସ୍ୱାଭିମାନ ପାଇଁ ଲଢେଇ କରୁଥିବା ବେଳେ ଉଭୟ ସରକାର ଚିଠି ଦିଆନିଆରେ ସମୟ ଗଡାଇ ଚାଲିଛନ୍ତି । ଅନ୍ୟପଟେ ଏହି ଆନ୍ଦୋଳନକୁ ଷଡଯନ୍ତ୍ର କରି ନ୍ୟାୟାଳୟ ସ୍ତରରେ ଚପାଇ ଦେବାକୁ ଉଦ୍ୟମ ଜାରି ରହିଛି । ତେଣୁ ଗତ ୨୩ ଜାନୁଆରୀ, ୨୦୨୦ରେ ବଲାଙ୍ଗୀର ଠାରେ ପଶ୍ଚିମ ଓଡିଶା ସମସ୍ତ ଓକିଲ ସଂଘର ସମ୍ମିଳନୀ ହୋଇଥିଲା । ରାଜ୍ୟ ଓ କେନ୍ଦ୍ର ସରକାର ଦୀର୍ଘଦିନର ଏହି ଦାବୀ ପ୍ରତି ଉଦାସୀନତା ପ୍ରତିବାଦରେ ଫେବୃଆରୀ ୫ରେ ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପେକ୍ଷୀରେ ବୁଧବାର ପଶ୍ଚିମ ଓଡିଶାର ସମ୍ବଲପୁର ସମେତ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, କଳାହାଣ୍ଡି, ଦେବଗଡ, ନୂଆପଡା ଆଦି ଜିଲ୍ଲାରେ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା ।

Leave A Reply

Your email address will not be published.