Odisha news

ଗ୍ଲେଜ ଇଣ୍ଡିଆନାମ ବ୍ୟବସାୟୀକ ଅନୁଷ୍ଠାନ ର ଅମଣିଷ ପଣିଆ ଯୋଗୁ ଭକ ଉପାସରେ ଫସିରହିଛନ୍ତି ୧୫ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ

0

ରାୟଗଡା : ଅଧା ବାଟରେ ହାତ ଛାଡ଼ିଦେଲା ଗ୍ଲେଜ ଇଣ୍ଡିଆ ନାମକ ଏକ ବ୍ୟବସାୟୀକ ଅନୁଷ୍ଠାନ । ରାୟଗଡ଼ାର ସହରର ଏକାଧିକ ଭଡ଼ା ଘରେ ଭକ ଉପାସରେ ଫସିରହିଛନ୍ତି ୧୫ ଶହରୁ ଉର୍ଦ୍ଧ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଛାତ୍ରଛାତ୍ରୀ । ଗୋଟିଏ ପଟେ ଘରଭଡ଼ା ପାଇଁ ମାଲିକର ତାଗିଦ ଅପରପକ୍ଷରେ ପେଟ ଭକୋର ଜ୍ୱାଳା । କୌଣସି ସହାୟତା ମଧ୍ୟ ମିଳିପାରିଲା ନାହିଁ ନିଜ ରାଜ୍ୟକୁ ଫେରିଯିବା ପାଇଁ ଜିଲ୍ଲା ପ୍ରଶାସନର ନିକଟରେ କଲେ ଆକୁଳ ନିବେଦନ ।
ଗ୍ଲେଜ ଇଣ୍ଡିଆନାମ ବ୍ୟବସାୟୀକ ଅନୁଷ୍ଠାନ ମୂଖ୍ୟତ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀଙ୍କୁ ଆଣି ଚାକିରୀ ଯୋଗାଇ ଦେବା ନାମରେ ସହରରେ ପ୍ରତିପାଳିତ କରୁଛି । ବିଭିନ୍ନ କସମେଟିକ ସାମଗ୍ରୀ ସହ କୃଷି ଭିତିକ କୀଟନାସକ ଆଦି ବିକ୍ରୀ କରିବା କାର୍ଯ୍ୟରେ ନିୟଜିତ କରୁଥିବା ଏହି ଛାତ୍ରଛାତ୍ରୀଙ୍କୁ ସଂପୃକ୍ତି ଗ୍ଳେଜ ଇଣ୍ଡିଆ ଅନୁଷ୍ଠାନ । ତେବେ ଲକ ଡ଼ାଉନ ପୂର୍ବରୁ ସମସ୍ତଙ୍କୁ ନିଜ ନିଜ ଗାଁକୁ ପଠାଇ ଦେବାରେ ସଂପୃକ୍ତ ଅନୁଷ୍ଠାନର ଗୁରୁ ଦାୟୀତ୍ୱ ଥିବାବେଳେ ଅଧା ମଝିରେ ସଂପୃକ୍ତ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଖରୁ ହାତ ଛାଡ଼ିଦେଇଛି । ଅନୁଷ୍ଠାନର ମାଲିକ ହେଉବା ପରିଚାଳନା ନିଦେ୍ର୍ଧଶକ ଏମାନଙ୍କ ରହିବା ଖାଇବା ପିଇବା ଭୋଳି କୌଣସି ମୌଳିକ ସୁବିଧାକୁ ନଜର ଅନ୍ଧାଜ କରିଦେଇଛି । ଫଳରେ ଗତ ୭ରୁ ୧୦ଦିନ ଧରି ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ଛାତ୍ରଛାତ୍ରୀମାନେ ଏକା ଥରକେ ୧୨ ହଜାର ଟଙ୍କା ଜମାଦେଇ ଗ୍ଲେଜ ଇଣ୍ଡିଆ ନାମକ ଅନୁଷ୍ଠାନରେ ପଞ୍ଜିକରଣ କରିଥାନ୍ତି । ଏମାନଙ୍କୁ ତାଲିମ ଦେଇ କସମେଟିକ ସାମଗ୍ରୀ ସହ କୃଷି ଭିତିକ କୀଟନାସକ ସାମଗ୍ରୀ ଘର ଘରବୁଲି ବିକ୍ରୀ କରିଥାନ୍ତି । ଏମାନେ ସହରର ବିଭିନ୍ନ ସ୍ଥାନରେ ଘରଭଡ଼ା ସୂତ୍ରରେ ନେଇ ରହିଥାନ୍ତି । ତେବେ ଲକ ଡ଼ାଉନ ପାଇଁ ସମସ୍ତ ଅନୁଷ୍ଠାନ ବନ୍ଦ ହୋଇଥିବା ବେଳେ ପ୍ରାୟ ୪ ହଜାର ଛାତ୍ରଛାତ୍ରୀ କଷ୍ଠେମଷ୍ଠେ ନିଜ ନିଜ ଗାଁକୁ ଚାଲିଯାଇଛନ୍ତି । ବର୍ତ୍ତମାନ ୧୫ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଘରକୁ ନଯାଇ ରାୟଗଡ଼ା ସହରରେ ପଡିରହି ଥିବାବେଳେ ସଂପୃକ୍ତ ଅନୁଷ୍ଠାନ ହାତଟେକି ଦେଇଛି । ଆଜି ଜିଲ୍ଲା ପ୍ରସାଶନର ଗୁହାରୀ କରିଛନ୍ତି । ଏହି ଛାତ୍ରଛାତ୍ରୀ ସହଜିଲ୍ଲାପାଳ ସୁବ୍ରତ ପାଣିଗ୍ରାହୀଙ୍କୁ ସାକ୍ଷାତ କରିଥିଲେ ସେ କରିଛନ୍ତି ଆମେ ରାଜ୍ୟ ସରକାରଙ୍କୁ ଅବଗତ କରିବୁ ସରକାରଙ୍କ ଯାହା ନିଦେ୍ର୍ଧଶ ଆସିବ ତାହା କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ।

Leave A Reply