ଢ଼େଙ୍କିକୋଟ ତା ୧୨. ୯. ୨୩ : ଘଟଗାଁ ଥାନା ଅନ୍ତର୍ଗତ ତରା ପଞ୍ଚାୟତ ର ମଣତା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଯାହାକି ଆଜି ଉକ୍ତ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି l ଉକ୍ତ ଗ୍ରାମର କଲେଜ ପଢୁଆ ଝିଅ ମିନା ( ଛଦ୍ମନାମୀ ) ୧୬ ବର୍ଷ, ସେ ଗ୍ରାମର ଜଣେ ଯୁବକ ଯାହାର ବୟସ ( ୧୭ ) ସହିତ ପ୍ରେମ ସମ୍ପର୍କ ରଖିଥିଲା l ଶୁଣାଯାଏ ଯୁବକ ଜଣକଂ ବି କଲେଜ ପଢୁଆ l ତେବେ ଜନ୍ମାଷ୍ଟମୀ ରାତିରେ ପ୍ରେମିକ ଜଣକଂ ଫୋନକରି ଝିଅଟିକୁ ଗାଁ ପୋଖରୀ ପାଖକୁ ଡାକିଥିଲା l ଝିଅଟି ଆସିବାପରେ ପ୍ରେମିକ ଜଣକଂ ଅନ୍ୟଏକ ପିଲା ସହିତ ତାକୁ ଯୋର ଜବରଦସ୍ତି କରି ଏକ ବାଇକଯୋଗେ ବସାଇ ଢ଼େଙ୍କିକୋଟ ନିକଟବର୍ତୀ ଖଣ୍ଟଘର ଗ୍ରାମକୁ ନେଇଯାଇଥିଲେ l ପରେ ପ୍ରେମିକ ଜଣକଂ ତାକୁ ଯୋର ଜବରଦସ୍ତି ଧର୍ଷଣ କରିଥିଲା l ଝିଅଟି ଘରକୁ ଆସି ପରିବାର ଲୋକକୁ କହିବାପରେ ସେ ନିଜେ ଆସି ଘଟଗାଁ ଥାନାରେ ଲିଖିତଆକାରରେ ଜଣାଇଥିଲେ l ଘଟଗାଁ ଥାନା ଇନ୍ସପେକ୍ଟର ଅଞ୍ଜନ କୁମାର ପାତ୍ର ଏ କେସ ର ଦାଇତ୍ୱ ସବ ଇନ୍ସପେକ୍ଟର ତପନ କୁମାର ଜେନା କୁଂ ଦେଇଥିଲେ l ପରେ ଉଭୟ ପ୍ରେମିକ ଓ ପ୍ରେମିକା ର ଡାକ୍ତରୀମାଇନା ହୋଇଥିଲା l ପ୍ରେମିକ ଜଣକୁ ପୋସ୍କୋ ଆକ୍ଟ ଓ ଦୁଷ୍କର୍ମ ଅଭିଯୋଗରେ କେସ ନମ୍ବର୍ ୨୦୯/୨୩ ଦଫା ୩୪୧, ୩୬୩, ଅନୁଯାୟୀ ଗିରଫକରି ରାଉରକେଲା ଜୁଭେନାଇଲ କୋର୍ଟ କୁ ପଠାଇଛନ୍ତି l ତତ ସହିତ ପ୍ରେମିକା କୁ ତା ପରିବାର ଲୋକକୁ ହସ୍ତାନ୍ତର କରି ଅଧିକ ତଥ୍ଯ ସଂଗ୍ରହପାଇଁ ତଦନ୍ତ ଚାଲୁରଖିଛନ୍ତି l