Odisha news

ନକଲି ପୋଲିସ ଆଧିକାରୀକୁ ଗିରଫ କଲା ଘଟଗାଁ ପୋଲିସ

0

ଘଟଗାଁ,୯/୧୦-ନକଲି ବରିଷ୍ଟ ପଲିସ ଅଧିକାରୀକୁ ଗିରଫ କଲା ଘଟଗାଁ ପୋଲିସ । ଯୁବକ ଗୋଷ୍ଟିକୁ ନିଜକୁ ପୋଲିସ ଡିଆଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ନେଉଥିବା ଠକକୁ ଶେଷରେ ଅସଲି ପୋଲିସ ଗିରଫ କରିବାରେ ସଫଳତା ପାଇଛି । ଅଭିଯୁକ୍ତ ଯାଜପୁର ଜିଲ୍ଲା ସଦର ଥାନା ଏରବାଙ୍କ ଗ୍ରାମର ସୁଜିତ ପଢିଆରୀ । ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଟ ପୋଲିସ କହିବା ସହ ଚାକିରୀ କରାଇଦେବା ପାଇଁ କହି ଟଙ୍କା ଠକିଥିବା ସୁଜିତ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ସୁଚନା ଦେଇଛି । ତେବେ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିବା ସହ ଘଟଗାଁ ସ୍ଥିତ ତାରିଣୀ ଲଜରେ ବରିଷ୍ଟ ପୋଲିସ ଅଧିକାରୀ ଯୁନିଫର୍ମରେ ରହିଥିବା ସମୟରେ ଘଟଗାଁ ଥାନା ଆଇଆଇସି ପ୍ରତିଭା ମଞ୍ଜରୀ ସାହୁ, ଏଏସଆଇ ତପନ ଜେନା ପୋଲିସ ଟିମ ସହ ଚଢ଼ାଉ କରି ଆଭିଯୁକ୍ତକୁ ଗିରଫ କରିଥିଲେ । ଯୁବକ ଜଣଙ୍କ ଠାରୁ ପୋଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ କରାଯାଇଥିଲା ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଆଭିଯୁକ୍ତ ଆଉ କେଉଁ କେଉଁ ଘଟଣାରେ  ସାମିଲ ଆଛି ଅଧିକ ତଦନ୍ତ ଚଳାଇଛି ପୋଲିସ।

Govt
Leave A Reply