ଜମନକିରା,୯/୧୦: ବ୍ଲକ ଅନ୍ତର୍ଗତ ତବଲାକଟା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଟୁରାଚୁଆଁ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଜାଗୁଡ଼ା ଗ୍ରାମର ସମାଜସେବୀ ଦିବ୍ୟ ସାହୁ , ଅଙ୍ଗନୱାଡି କର୍ମୀ ବିମଲା ମାଝୀ ଯୋଗ ଦେଇଥିବା ବେଳେ କୁଚିଣ୍ଡା ଚାଇଲ୍ଡ ଲାଇନ୍ କର୍ମୀ ଶ୍ୱେତାଙ୍ଗିନି ବାରିକ ସଭା ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ମିଶି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ କରିଥିଲେ । ଏହା ପରେ ସ୍ଵାମୀ ବିବେକାନନ୍ଦ ଶିଶୁ ସଂଘର ସଦସ୍ୟମାନଙ୍କୁ ନେଇ ବତ୍କୃତା ପ୍ରତିଯୋଗିତା କରାଯାଇଥିଲା ଓ ମୁଖ୍ୟ ଅତିଥି ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଶିଶୁ ମାନଙ୍କୁ ଅନୁପ୍ରାଣୀତ ହେବା ପାଇଁ ଉଦବୋଧନ ଦେଇଥିଲେ । ଶିଶୁ ମାନଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ପ୍ରତିଜ୍ଞା କୁସୁମ , ଲକ୍ଷ୍ମୀପ୍ରିୟା ମହାନନ୍ଦ ଇଶ୍ୱରୀ ବେହେରା ଙ୍କୁ ପୁରସ୍କାର ଅତିଥିଗଣ ପ୍ରଦାନ କରିଥିଲେ । ଶେଷରେ ଚାଇଲ୍ ଲାଇନ୍ କର୍ମୀ ମିଲୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
