Odisha news

ଗ୍ୟାସ ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଏହିସବୁ ଛୋଟ ଛୋଟ କଥାକୁ ଅଣଦେଖା କରନ୍ତୁ ନାହିଁ

0

ପେଟରେ ଗ୍ୟାସ ହେବା ସାଧାରଣ ସମସ୍ୟା, ପେଟରେ ହେଉଥିବା ଗ୍ୟାସ ସର୍ବଦା ନିର୍ଭର କରିଥାଏ ଯେ ଆପଣଙ୍କ ଦୈନନ୍ଦିନ ଜୀବନ ଜାପନ ରେ ଖାଦ୍ୟ ପଦାର୍ଥ ର କି ଭୂମିକା ରହୁଛି l କିନ୍ତୁ ଅନେକ ସମୟରେ ଗ୍ୟାସ ଯୋଗୁଁ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ l ଅନେକ ସମୟରେ ଲୋକଙ୍କୁ ସକାଳୁ ଉଠିବା ମାତ୍ରକେ ଗ୍ୟାସ ସମସ୍ୟାର ସମୁଖୀନ କରିବାକୁ ପଡିଥାଏ l

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସକାଳୁ ଗ୍ୟାସ ହେବାର ସବୁଠୁ ବଡ କାରଣ ହେଉଛି ଆପଣ ରାତିରେ କଣ ଖାଇଥିଲେ l ଆସନ୍ତୁ ଆଜି ଜାଣିବା ସକାଳୁ ଗ୍ୟାସ ହେବାର କାରଣ ଗୁଡିକ କଣ –

– ଯଦି ଆପଣ ରାତିରେ ଅଧିକ ସାଲାଡ଼ ଖାଉଛନ୍ତି ତେବେ ଏହା ଗ୍ୟାସ ର କାରଣ ହୋଇପାରେ l ଏହାଛଡା ଗ୍ୟାସ ସମସ୍ୟା ବଢାଉଥିବା ଖାଦ୍ୟ ଗୁଡୀକ ହେଲା ଫୁଲକୋବି, ବନ୍ଧାକୋବି, ବିନ୍ସ, ସଜନା ଛୁଇଁ ଇତ୍ୟାଦି l ଯେତେବେଳେ ଆପଣ ଏହି ଜିନିଷ ଗୁଡିକୁ ସେବନ କରନ୍ତି ଗ୍ୟାସ ଆରମ୍ଭ ହୋଇଯାଏ l

– ରାତିରେ ଅତ୍ୟଧିକ ମସଲା ଯୁକ୍ତ ଭୋଜନ କରିବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦେଖା ଦେଇଥଏ l ଅଧିକ ରାଗ ଓ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହଜମ ହେବାରେ ଅସୁବିଧା ହୋଇଥାଏ ଓ ଗ୍ୟାସ ସମସ୍ୟା ଦେଖା ଦିଏ l

– ଯଦି ଆମେ ଉଚିତ ମାତ୍ରାରେ ପାଣି ପିଇ ନଥାଉ ସେତେବେଳେ ମଧ୍ୟ ଗ୍ୟାସ ସମସ୍ୟା ଦେଖା ଦେଇଥାଏ l ଏହା ଏଥିପାଇଁ ହୋଇଥାଏ କାହିଁକି ନା ବିନା H2O ରେ ଆପଣଙ୍କ ମଳ ସୁଖୀ ଯାଇଥାଏ l ଯେଉଁ କାରଣରୁ ଏହା ଆପଣଙ୍କ ଶରୀରରୁ ବହାରୀବା ପାଇଁ ଦୀର୍ଘ ସମୟ ଲାଗିଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପେଟ ରେ ଖାଦ୍ୟ ଫରମେଣ୍ଟ ହେବାଦ୍ବାରା ହାଇଡ୍ରୋଜେନ, ମିଥେନ ଓ କାର୍ବନ ଡ଼ାଈଅକ୍ସାଇଡ ର ନିର୍ମାଣ ହୋଇଥାଏ ଯେଉଁ କାରଣରୁ ଆପଣଙ୍କ ପେଟ ବେଲୁନ ଭଳି ଫୁଲି ଉଠିଥାଏ l

– ରାତିରେ ଆମିଷ ଭୋଜନ କରିବା ଉଚିତ ନୁହେଁ l କିମ୍ବା ରାତ୍ରି ଭୋଜନ ପରେ ତୁରନ୍ତ ଶୋଇବା ଉଚିତ ନୁହେଁ l ଏହି ୨ଟି କାରଣ ମଧ୍ୟ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ l ତେଣୁ ରାତିରେ ଶାକାହାରୀ ଭୋଜନ କରିବା ଆବଶ୍ୟକ ଓ ରାତ୍ରି ଭୋଜନ ଶୀଘ୍ର ମଧ୍ୟ କରିବା ଉଚିତ l

– ସମୟ ଥାଉ ଥାଉ ଗ୍ୟାସ ସମସ୍ୟା ପ୍ରତି ସତର୍କ ରହିବା ଜରୁରୀ l ଗ୍ୟାସ ସମସ୍ୟା ରହିଲେ ମଣିଷ ସର୍ବଦା ଥଣ୍ଡା, ଗଣ୍ଠି ଯନ୍ତ୍ରଣା, ମୁଣ୍ଡ ବିନ୍ଧା ଇତ୍ୟାଦି ଦ୍ୱାରା ଆକ୍ରାନ୍ତ ରହିଥାଏ l

Nalco
Leave A Reply