ନୂଆଦିଲ୍ଲୀ : ବଙ୍ଗଳାଦେଶରେ ଗୋଟିଏ ହିନ୍ଦୁ ମନ୍ଦିର ରେ ମୂର୍ତି ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି l ଘଟଣା ବିଷୟରେ ଜଣା ପଡିବା ପରେ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ପୋଲିସ ସକ୍ରିୟ ହୋଇ ଯାଇଛି l ମିଳିଥିବା ସୂଚନା ଅନୁସାରେ ମନ୍ଦିର ସମିତିର ଅଧ୍ୟକ୍ଷ ସୁକୁମାର କୁଣ୍ଡା ଙ୍କ ଦ୍ୱାରା ଏହି ସୂଚନା ଦିଆଯାଇ ଥିଲା l ଏହାଛଡା ପୋଲିସ ଅଧିକାରୀ ଙ୍କୁ ନିକଟ ସ୍ଥାନରେ ଖଣ୍ଡିତ ମୂର୍ତି ମିଳିଛି l ଏହି ମନ୍ଦିରଟି ହେଉଛି ମା କାଳୀଙ୍କର l
ଏହା ବ୍ରିଟିଶ ଶାସନ ଚାଲିଥିବା ସମୟର ମନ୍ଦିର ଅଟେ ଓ ଏଠାରେ ସେହି ସମୟରୁ ପୂଜାର୍ଚନା କରାଯାଉ ଥିଲା l ଏହି ଘଟଣାଟି ହିନ୍ଦୁ ମାନଙ୍କର ବାର୍ଷିକ ଦୁର୍ଗା ପୂଜା ସମାପ୍ତ ର କିଛି ସମୟ ପରେ ଘଟିଥିଲା l ଏହି ଘଟଣାକୁ ଢାକା ବିଶ୍ୱବିଦ୍ୟାଳୟ ର ଗଣିତ ପ୍ରଫେସର ଏହାର ନିନ୍ଦା କରିଛନ୍ତି l ଏହି ଘଟଣାକୁ ଛାଡିଲେ ସମଗ୍ର ବଙ୍ଗଳାଦେଶ ରେ ଚଳିତ ବର୍ଷ ଦୁର୍ଗାପୂଜା ଖୁବ ଶାନ୍ତିପୂର୍ଣ ଭାବରେ ପାଳିତ ହୋଇଛି l ଗତବର୍ଷ ବଙ୍ଗଳାଦେଶ ରେ ଦୁର୍ଗାପୂଜା ସମୟରେ ହିଂସା ଦେଖା ଦେଇଥିଲା l ବଙ୍ଗଳାଦେଶ ର ୧୬ କୋଟି ୯୦ ଜନସଂଖ୍ୟାରେ ପାଖାପାଖି ୧୦ ପ୍ରତିଶତ ହିନ୍ଦୁ ଅଛନ୍ତି l
