Odisha news

ଗରୁଡ଼ ପୁରାଣ : ଏହି ୪ ପ୍ରକାର ଲୋକ ଙ୍କ ଘରେ ଭୋଜନ କରିବା ହୋଇଥାଏ ମାତା ଲକ୍ଷ୍ମୀ ଙ୍କ ଅବମାନନା

0

ଯଦି କୌଣସି ବ୍ୟକ୍ତି କେବେ ଆମକୁ ଆଦର ଓ ସ୍ନେହ ରେ ଘରକୁ ଖାଇବାକୁ ଡାକିଥାଏ ଆମେ ମନା କରି ନଥାଉ l ଏବଂ ତାଙ୍କ ଘରକୁ ଯାଇ ଖାଦ୍ୟର ସ୍ୱାଦ କୁ ଅନୁଭବ କରିଥାଉ l ଗରୁଡ଼ ପୁରାଣ ରେ ଏଭଳି କିଛି ଲୋକ ଙ୍କ ବିଷୟରେ କୁହା ଯାଇଛି ଯେଉଁ ମାନଙ୍କ ଘରେ ଖାଇବା ଉଚିତ ନୁହେଁ l ଯାହା ଦ୍ୱାରା ବୁଦ୍ଧି ଭ୍ରଷ୍ଟ ହୋଇଥାଏ l

ଏହିସବୁ ଲୋକ ଙ୍କ ଘରେ ଅନ୍ନ ଗ୍ରହଣ କରିବା ମହାପାପ :-
* ଗରୁଡ଼ ପୁରାଣ ଅନୁଯାୟୀ କୌଣସି ଅସାମାଜିକ ବ୍ୟକ୍ତି ଘରେ କଦାପି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l ଏଭଳି ଲୋକ ନିଜ ପରିଶ୍ରମ ବଳରେ ନୁହେଁ ବରଂ ଅସାମାଜିକ ଉପାୟ ରେ ଧନ ଅର୍ଜନ କରିଥାଏ l ଯାହାଦ୍ୱାରା ଅନେକ ନିରୀହ ଲୋକ ଙ୍କ ନିଶ୍ୱାସ ରହିଥାଏ ଓ ଆମେ ମଧ୍ୟ ସେହି ପାପରେ ଭାଗୀ ହୋଇଥାଉ l

* କଦାପି କୌଣସି ସ୍ୱାର୍ଥପର ଲୋକ ଘରେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l ଏହାଦ୍ୱାରା ଜୀବନ ରେ ଅନେକ ଅସୁବିଧା ର ସମୁଖୀନ ହେବାକୁ ପଡେ l ଏଭଳି ଲୋକ ସାମାନ୍ୟ ଭୋଜନ ଦେଇ ଅନେକ ସମୟରେ ସ୍ୱାର୍ଥ ହାସଲ କରିବାକୁ ଇଚ୍ଛା କରନ୍ତି l

* ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ହିଂସା ପରାୟଣ ସ୍ଵଭାଵ ର ହୋଇଥିବ ଏଭଳି ଲୋକ ଘରେ କଦାପି ଭୋଜନ ଗ୍ରହଣ କରିବା ଉଚିତ ନୁହେଁ l ଏଭଳି ବ୍ୟକ୍ତି ମାନେ ହିଂସା ପରାୟଣ ହୋଇ ଆପଣଙ୍କ ଜୀବନ ମଧ୍ୟ ନେଇ ପାରନ୍ତି l

* ଯେଉଁ ଘରେ ସବୁବେଳେ ପର ଚର୍ଚ୍ଚା ହୋଇଥାଏ , ଅନ୍ୟର ଅନିଷ୍ଠ ଚିନ୍ତା କରାଯାଏ , ସର୍ବଦା ରୋଗ ବୈରାଗ ଲାଗି ରହିଥାଏ , ଏଭଳି ଘରେ କଦାପି ଅନ୍ନ ଗ୍ରହଣ କରନ୍ତୁ ନାହିଁ l

Leave A Reply