ଗରଦପୁର: ସ୍ଥାନୀୟ ପାଟକୁରା ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି । ଚିତ୍ରୋତ୍ପଳା ନଦୀର ପାଟକୁରା ବ୍ରିଜ ନିକଟରେ ଗାଧୋଉଥିବା ବେଳେ ୨ ଜଣ ମୁସୁଲିମ ଯୁବକ ପାଣିରେ ବୁଡି ସଳିଳ ସମାଧି ନେଇଥିବା ଜଣାପଡିଛି । ଖବରପାଇଁ ଗରଦପୁର ଅଗ୍ନିଶ୍ରମ ବାହୀନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବାରୁ ୧ ଘଣ୍ଟାପରେ ୨ ଜଣ ଯୁବକ ଙ୍କୁ ଉଦ୍ଧାରକରି ପାଟକୁରା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତୁ୍ୟଘୋଷଣା କରିଥିଲେ ।ତହସିଲଦାର ଉମାକାନ୍ତବିଶ୍ୱାଳ ଙ୍କ ଉପସ୍ଥିତିରେ ପାଟକୁରା ଥାନା ଅଧିକାରୀ ସୁଜିତପ୍ରଧାନ ୨ ଯୁବକ ଙ୍କ ଶବକୁ ଟିକିନିଖି ଭାବେ ତନଖୀ କରାଇଥିଲେ ।
ଏ ସମ୍ବଦ୍ଦରେ ପାଟକୁରା ଥାନାରେ ଏକ ଅପମୁତୁ୍ୟ କେସ ନଂ ୫ ରେ ମାମଲା ରୁଜୁ କରାଯାଇ ଶବ ଦୁଇଟିର ବ୍ୟବଛେଦପାଇଁ କେନ୍ଦ୍ରାପଡା ପଠାଯାଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ମୃତକମାନେ ହେଲେ ମୁମ୍ବାଇ ଗାଜିଆବାଦର ସରିଫ ଅହମଦ (୨୦) ଓ କେନ୍ଦ୍ରାପଡା ଟାଉନଥାନାର ଜୟିପୁରା ଗ୍ରାମର ମହମଦ ହାସନ (୧୫) । ମୁସଲିମ୍ ବିଧି ଅନୁଯାୟୀ ଗତ ବୁଧୁବାର ଦିନ କେନ୍ଦ୍ରାପଡା ରୁ ୧୪ ଜଣିଆ ଗ୍ରୁପ ପାଟକୁରା ମସ୍ଜିଦକୁ ଧର୍ମପ୍ରଚାର କରିବାକୁ ଆସିଥିଲେ । ସେମାନଙ୍କ ସହିତ ମୁମ୍ବଇର ସରିଫ ଅହମଦ ସାମିଲ ଥିଲେ ।
ଆଜିସକାଳୁ ଏହି ଗ୍ରୁପ ମଧ୍ୟରୁ ୬ ଜଣ ଚିତ୍ରୋତ୍ପଳା ନଦୀର ପାଟକୁରା ବ୍ରିଜ ନିକଟକୁ ଗାଧେଇ ଯାଇଥିଲେ । ପ୍ରତ୍ୟକ୍ଷଦର୍ଶିଙ୍କ କହିବାଅନୁଯାୟୀ ଗାଧେଇଲାବେଳେ ମୁତକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଗୋଡ ଗଭୀର ପାଣିରେ ଖସିଯିବାରୁ ଅନ୍ୟଜଣେ ତାଙ୍କୁ ଉଦ୍ଧାର କରିବାପାଇଁ ଧରିପକାଇବାରୁ ଉଭୟପାଣିମଧ୍ୟକୁ ଧରାଧରି ହେଇ ବୁଡିଯାଇଥିଲେ । ଏହି ଦୁଖଦ ଘଟଣା ପ୍ରଚାରିତ ହେବା କ୍ଷେଣି କେନ୍ଦ୍ରାପଡା ଓ ପାଟକୁରା ଅଞ୍ଚଳରୁ ଶହ ଶହ ସଖ୍ୟରେ ମୁସଲିମ ଓ ହିନ୍ଦୁ ଲୋକମାନେ ପାଟକୁରା ଡାକ୍ତରଖାନାରେ ଭରପୁର ହେଇଯାଇଥିଲେ । ଏସଆଇ ସେକ ଜାମସେଦ ଘଟଣାର ତଦନ୍ତ କରୁଛନ୍ତି ।