Odisha news

ବିରୁଳି ଶିବ ଅର୍ଚକ ସମାଜର ଆଞ୍ଚଳିକ ସମ୍ମିଳନୀ

0
ଗଞ୍ଜାମ :   ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଛପୁର ପଞ୍ଚାୟତ ର ମାଳି ଜଗନ୍ନାଥପୁର ଗ୍ରାମ ସ୍ଥିତ ବାଲିଲୋକ ନାଥ ଶୈବପୀଠ ପ୍ରାଙ୍ଗଣରେ ବିରୁଳି ଶିବ ଅର୍ଚକ ସମାଜ ଗଞ୍ଜାମ ର ଆଞ୍ଚଳିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଶିବ ଶକ୍ତି ପୂଜକ ବିକାଶ ମଞ୍ଚ ରାଜ୍ୟ ସଭାପତି ଟଙ୍କଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ  କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଗୌରାଙ୍ଗ ଚରଣ ମହାପାତ୍ର ଯୋଗଦେଇ ଐତିହ୍ୟ ସମ୍ପର୍ଣ୍ଣ ଜାତି ସାମ୍ପ୍ରତିକ ପରିସ୍ଥିରେ ବହୁ ପଛରେ ରହିଛି ତେଣୁ ଜାତିର ବିକାଶ କୁନେଇ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ lଅର୍ଜୁନ ମହାପାତ୍ରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୃତ୍ୟୁ ବରଣ କରିଥିବା ଅର୍ଚକ ଭାଇମାନଙ୍କ ଅମର ଆତ୍ମର ସଦଗତି ନିମନ୍ତେ ଦୁଇ ମିନେଟ ନିରବ ପ୍ରଥନା କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା l ଵିଭିନ୍ନ କ୍ଷେତ୍ରରେ ଉଲ୍ଲେଖ ନିୟ ଅବଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅତିଥି ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା l
ପୁରୀ ଜିଲ୍ଲା ଶାଖା ସମ୍ପାଦକ ଭୀମସେନ ମହାପାତ୍ର ଦଶ ହଜାର ବର୍ଷର ଐତିହ୍ୟ ସମ୍ପର୍ଣ୍ଣ ମାଳି ଜାତିର ଇତିହାସ ଓ ସଂସୃତି ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଅବାହକ ଦଣ୍ଡପାଣି ମହାପାତ୍ର ଅତିଥି ପରିଚୟ ପ୍ରଧାନ କରିଥିବା ବେଳେ ନିରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l ମହାପାତ୍ରଙ୍କ ମୁଖ ନିଃସୃତ ଦେବ ମନ୍ତ୍ରରେ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l କବି ହାଡିବନ୍ଧୁ ମହାପାତ୍ର, ପବନ କୁମାର ନାୟକ, ସୁଦର୍ଶନ ମହାପାତ୍ର,ଧୋବା ମହାପାତ୍ର ପ୍ରମୁଖ ଅତିଥି ନିଜ ନିଜ ର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିବାକୁ ଯାଇ ଜାତିର ଉଥାନ ନିମନ୍ତେ ଶିକ୍ଷିତ
ବ୍ୟକ୍ତି ମାନେ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ l ଆଗାମୀ ତିନିବର୍ଷ ପାଇଁ ନୂତନ କର୍ମକର୍ତା ଭାବେ ସଭାପତି ପବନା ମହାପାତ୍ର, ଉପ ସଭାପତି ଶରତ କୁମାର ମହାପାତ୍ର, ସମ୍ପାଦକ ଲକ୍ଷ୍ମୀ ଚରଣ ରଣା, ସହ ସମ୍ପାଦକ ମହେଶ୍ବର ମାଳି, ବେହେରା ଭାବେ ବିଜୟ ମହାପାତ୍ର, ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ବିରୁଳି, ଆଠଗଡ଼, ଖଲ୍ଲିକୋଟ, ଘୁମୁସର, ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ପ୍ରମୁଖ ଅଞ୍ଚଳ ର ଜାତିର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ l ଶେଷରେ ଡାକ୍ତର ରଣା ଧନ୍ୟବାଦ ଅର୍ପଣ କରିଥିଲେ l
Nalco
Leave A Reply