ବୁଗୁଡ଼ା(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୨୨/୦୩ ଗଞ୍ଜାମ ଜିଲ୍ଲାର ଆଧ୍ଯାତ୍ମିକ ପଟ୍ଟଭୂମି ତଥା ଅତି ପୁରାତନ ବାଲିପଦର ଜଙ୍କସନ୍ ଠାରେ ବରିଷ୍ଠ ସମାଜସେବୀ ଶିଳ୍ପପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ତ୍ବାବଧାନରେ ସପ୍ତଦିନ ବ୍ୟାପି ବିଶ୍ବକଲ୍ୟାଣ ତଥା ସମସ୍ତ ପରିବାରଙ୍କ ମଙ୍ଗଳ ପାଇଁ ମହାମ୍ରୁ୍ତ୍ୟୁଞ୍ଜୟ ମନ୍ତ୍ର ଯଜ୍ଞ ସହ ଋଦ୍ରାଭିଷେକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉତ୍ତରପ୍ରଦେଶର ଚିତ୍ରକୁଟ, ହ୍ରୁଷିକେଶ, କାଶିରୁ ଆସିଥିବା ସାତଜଣ ପଣ୍ତିତ ଆଚାର୍ଯ୍ୟ ମହାମ୍ରୁ୍ତ୍ୟୁଞ୍ଜୟ ମନ୍ତ୍ର ଯଜ୍ଞ ଓ ରୁଦ୍ରାଭିଷେକ ପୂଜାର ପରିଚାଳନା କରିଥିଲେ ସ୍ଥାନିୟ ବ୍ରାହ୍ମଣ ପଣ୍ଡିତ ମାନେ ବିଭିନ୍ନ ଯଜ୍ଞରେ ସହଯୋଗ କରିଥିଲେ। ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ଧର୍ମପତ୍ନୀ ସଂଘମିତ୍ରା ନାୟକ, ଦୁଇପୁତ୍ର ଅଜାଦ୍ ଓ ମୋହନ କର୍ତ୍ତା ଭାବେ ପ୍ରତ୍ୟେହ ସକାଳ ୭:୦୦ ୧:୦୦ ଘଣ୍ଟ ଏବଂ ସଂନ୍ଧ୍ଯା ୬:୦୦ ଠାରୁ ୭:୩୦ ଯାଏଁ ମନ୍ତ୍ର ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ପ୍ରତ୍ୟେହ ସଂଧ୍ଯାରେ ବିଭିନ୍ନ ଆଧ୍ଯାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ସାତଦିନ ବ୍ୟାପି ଶଶିକଳା ମଣ୍ଡପରେ ପରି ବେଷଣ ହୋଇଥିଲା। ପର୍ଯ୍ୟାୟ କ୍ରମେ ଦିଗପହଣ୍ଡି ଅଞ୍ଚଳର ଦାସକାଠି,ସନ୍ତୋଷପାଢୀଙ୍କ ଭାରତ ଲୀଳା, ଭୁବନେଶ୍ୱରର ଇସ୍କନସଂସ୍ଥାର ପ୍ରବଚନ, ଆଲୋକ ବିଷୋୟୀଙ୍କ ଘୁଡୁକି ଓ ସଖିନାଚ,ସ୍ନେହଲତା ବେହରା(କଟକ)ଙ୍କ ପାଲା ଅନୁଷ୍ଠିତ ହୋଇ ଆଜି ଉଦ୍ ଯାପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିପଦର ସରପଂଚ ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ବିଶ୍ବକଲ୍ୟାଣର କାମନା କରିଥିଲେ। ବାଲିପଦର ମହୋତ୍ସବ କମିଟି, ବଣିକ ସଂଘ, ଉନ୍ନୟନ ପରିଷଦ, ଘୁମୁସର ର ସ୍ବର, ବାଲିପଦର ଯୁବକ ସଂଘ ପ୍ରମୁଖଙ୍କ କର୍ମକର୍ତ୍ତା ଏବଂ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ,ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର,ପୂର୍ଣ୍ଣଚନ୍ଦ୍ର ଜେନା,କେ.ମନୋଜ କୁମାର ଆଚାରୀ, ଖଲିପରିଡା,ଡି.ଗାପାଳ କ୍ରୁଷ୍ଣ ଆଚାରୀ, ରାଜଗୋପାଳ ନାୟକ,ଗୋପାଳ ସେଠୀ, ସୁନୀଲ ପ୍ରଧାନ, ଆକୁଳି ଡାକୁଆ, ପୁରୁଷୋତ୍ତମ ନାଥ, ରାଜେନ୍ଦ୍ର ମହାରଣା,ଇ.ବାଳକୁ୍ୂଷ୍ଣ ଦୋରା, ଉମାଶଙ୍କର ନାୟକ, ଜି. ସଂଜିବ ପାତ୍ର, ଜି. ମନୋଜ ପାତ୍ର,କେ.ସମିତ୍ ପାତ୍ର, ନାରାୟଣ ସାମନ୍ତରା, କାହ୍ନୁଚରଣ ବାଡତ୍ୟା,
ଜି.ଯଜ୍ଞ ପାତ୍ର,ଶ୍ରୀକାନ୍ତ ଗୁରୁ, ଜଗନ୍ନାଥ(ଚିଙ୍କୁ)ମହାରଣା,ହର ପ୍ରସାଦ ଦାସ, ଜନାର୍ଦ୍ଦନ ସ୍ବାଇଁ,ରବିନ୍ଦ୍ର ନାୟକ ସମେତ ବନ୍ଧୁ ବର୍ଗ, ଭାଇ-ଭଉଣୀ ଉପସ୍ଥିତ ରହି ଆଶୀର୍ବାଦ ପ୍ରାପ୍ତି କରିଥଲେ। ଆଜି ପବିତ୍ର ଧାମ ପୁରୀ ଶ୍ରୀକ୍ଷେତ୍ର ଠାରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଯଜ୍ଞର ଉଦ୍ ଯାପନ ପାଇଁ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ପୁରୀ ଯାଇ ଫେରି ଆସିଛନ୍ତି।
Next Post