ଜିରାବାଡ଼ି ପଞ୍ଚାୟତରେ “ଆମ ଓଡିଶା- ନବୀନ ଓଡିଶା ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ : ଅର୍ଥମନ୍ତ୍ରୀଙ୍କ ଦ୍ୱାରା BSKY କାର୍ଡ ଓ ମଧୁବାବୁ ପେନସନ ଭର୍ତ୍ତା ବଣ୍ଟନ
ଜଗନ୍ନାଥ ପ୍ରସାଦ :୧୫/୩(ଗଞ୍ଜାମ ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନଙ୍କ ଦ୍ୱାରା ଆୟୋଜିତ ଶେଷ କାର୍ଯ୍ୟକ୍ରମ “ଆମ ଓଡିଶା ନବୀନ ଓଡିଶା” ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଓ ଜିରାବାଡ଼ି ପଞ୍ଚାୟତ ଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ଜିରାବାଡ଼ି ଗ୍ରାମର ବଡଦାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଜିରାବାଡ଼ି ସରପଞ୍ଚ ସରୋଜ କୁମାର ନାୟାକ ସଂଯୋଜନା କରିଥିଲେ l ଏଥିରେ ଓଡିଶା ସରକାରଙ୍କ ମାନ୍ୟବର ଅର୍ଥମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ, ଉପାଧକ୍ଷ ରଞ୍ଜିତ ପାତ୍ର,ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର, ସରପଞ୍ଚ ସରୋଜ କୁମାର ନାୟକ, ସମିତି ମେମ୍ବର କିଶୋର ଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା, ପୂର୍ବତନ ସରପଞ୍ଚ ସାବିତ୍ରୀ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ l କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଲୋକଙ୍କୁ ସଚେତନତା କରିଥିଲେ,ଏହା ସହିତ ଜିରାବାଡ଼ି ନୂତନ ପଂଚାୟତ ହେଲା ପରେ ଏଠାରେ ହୋଇଥିବା ବିଭିନ୍ନ ବିକାଶର ଏକ ପୁସ୍ତିକାକୁ ଅର୍ଥମନ୍ତ୍ରୀ ତଥା ବିଧାୟକ ଶ୍ରୀ ଆରୁଖ ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଆମ ଓଡିଶା ନବୀନ ଓଡିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, କାଳିଆ ଯୋଜନା, ଯାତାୟାତ ପାଇଁ ସହରାଞ୍ଚଳ ରୁ ଗ୍ରାମାଞ୍ଚଳକୁ ଗଡୁଥିବା ଲଷ୍ମୀବସ ସେବା ଭଳି ଅନେକ ଜନହିତକର ଯୋଜନା ଦ୍ୱାରା ଗ୍ରମାଞ୍ଚଳ ଭିତିଭୂମି ସୁଦୃଢହେଵାକୁ ଯାଉଛି ବୋଲି ମତପ୍ରକାଶ କରିଥିଲେ l ଆଜି ଜିରାବାଡ଼ି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୁଡୁରୁଙ୍ଗୁ ପଞ୍ଚାୟତର ୧୨୭ BSKY କାର୍ଡ ଓ ୭୯ ଭର୍ତ୍ତା ପ୍ରଦାନ,ଛାମୁଣ୍ଡା ପଞ୍ଚାୟତର ୨୫୭ bsky କାର୍ଡ ଓ ୧୨୭ ଭର୍ତ୍ତା,କାଦୁଆ ପଞ୍ଚାୟତର ୨୪୪ bsky କାର୍ଡ ଓ ୧୦୯ ଭର୍ତ୍ତା ଏବଂ ଜିରାବାଡ଼ି ପଞ୍ଚାୟତରେ ୯୮ bsky କାର୍ଡ ଓ ୫୦ ଜଣକୁ ଭର୍ତ୍ତା ପ୍ରଦାନ,ଏହିପରି ଭାବେ ୪ଗୋଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ମେମ୍ବରଙ୍କ ଉପସ୍ଥିତରେ ସର୍ବମୋଟ ୭୨୬ଜଣ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ୩୬୫ ଜଣକୁ ମଧୁବାବୁ ପେନସନ କାର୍ଡ ବଣ୍ଟନ କରାଯାଇଛି l ଏହା ସହ ୨୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୭୦ଲକ୍ଷ ଟଙ୍କା ଋଣ ମଞ୍ଜୁରୀ,୧୭୧ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ବୃହତ ମେଗା ଜଳ ପ୍ରକଳ୍ପ ସହାୟତାରେ ବ୍ଲକର ୮୬ଗୋଟି ଗ୍ରାମର ପ୍ରତି ଘରକୁ ଘର ପାନୀୟ ଜଳ ସଂଯୋଗୀ କରଣ, ଛାମୁଣ୍ଡା ଗ୍ରାମରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଜଗନ୍ନାଥ ପ୍ରସାଦ ତହସିଲରେ ୧୪୮ ଗୋଟି ରାଜସ୍ୱ ଗ୍ରାମକୁ ନେଇ ଆସନ୍ତା ଜୁନ ୧ତାରିଖରୁ ନୂତନଭାବେ ସବରେଜିଷ୍ଟର କାର୍ଯ୍ୟାଳୟ କାର୍ଯ୍ୟକାରୀ ହେବା ନେଇ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଜିରାବାଡ଼ି ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି l ଜିରାବାଡ଼ି ଠାରେ ଥିବା ରାମପାଦ ପାଇଁ ୪ଲକ୍ଷ ଟଙ୍କାର ଅନୁଦାନ ଓ ମହାଦେବ ମନ୍ଦିରର ପୁର୍ଣରୁଦ୍ଧାର ପାଇଁ ଅତ୍ୟାବଶକୀୟ ଅନୁଦାନ ଯୋଗାଇ ଦେବା ଲାଗି ସର୍ବସମୁଖରେ ବକ୍ତବ୍ୟ ରଖିଥିଲେ l ପରିଶେଷରେ ଜିରାବାଡ଼ିରେ ନୂତନ ପଞ୍ଚାୟତ ଗଠନ ପାଇଁ ଅବଦାନ ଥିବା ନିଜର ସହକର୍ମୀ ଶିକ୍ଷକ ସ୍ୱର୍ଗତ ବିପ୍ର ଚରଣ ପ୍ରଧାନଙ୍କୁ ଅର୍ଥମନ୍ତ୍ରୀ ଶ୍ରେୟ ପ୍ରଦାନ କରିଛନ୍ତି l କାର୍ଯ୍ୟକ୍ରମକୁ ସମାଜସେବୀ ସୁଳପାଣି ଶତପଥୀ ମଞ୍ଚ ପରିଚାଳନା କରିଥିବେ ବେଳେ ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ସଞ୍ଜୟ ପ୍ରଧାନ, ଅନାଦି ବେହେରା, ଉପେନ୍ଦ୍ର ବେହେରା,ହରିକୃଷ୍ଣ ବିଷୋୟୀ,ସନ୍ତୋଷ କୁମାର ଦଳବେହେରା,ପ୍ରଫୁଲ ଡାକୁଆ,ସନ୍ୟାସୀ ପ୍ରଧାନ,ଗନ୍ଧର୍ବ ପ୍ରଧାନ,ଦିଲ୍ଲୀପ ପାଣିଗ୍ରାହୀ,ସନ୍ତୋଷ କୁମାର ପ୍ରଧାନ, କୃତିବାସ ସେନାପତି, ହାଡୁ ବନ୍ଧୁ ଦାସ, ମୂଳିଆ ସେଠୀ, ଅକ୍ଷୟ କୁମାର ଦଳବେହେରା,ମିଲୁ ସାଥୁଆ,ନାଏବ ସରପଞ୍ଚ ସସ୍ମିତା ପ୍ରଧାନ,ଆଦିକନ୍ଦ ପ୍ରଧାନ, ହାଡୁବନ୍ଧୁ ମୂଳି, ତ୍ରିନାଥ ରାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଅଞ୍ଚଳର ସମାଜସେବୀ ରାଜନେତା ଓ ବହୁ ବୁଦ୍ଧି ଯିବି ଉପସ୍ଥିତ ରହି ସହଯୋଗ କରିଥିଲେ |
ସେହିପରି ଭାବେ ଅପରାହ୍ନରେ ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ପହଞ୍ଚି ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ bsky କାର୍ଡ ଏବଂ ଭର୍ତ୍ତା ପ୍ରଦାନ କରିଥିଲେ l ଜଗନ୍ନାଥ ପ୍ରସାଦ ବ୍ଲକ ଅଧୀନରେ ଥିବା ୪୧୯୮ ପରିବାର ମଧ୍ୟରୁ ଆଜି ବିଡ଼ିପୁର, ରାଉତି, ଖମାରପଲ୍ଲୀ, ଜଗନ୍ନାଥ ପ୍ରସାଦ,ପଞ୍ଚଭୂତି, ଚଢ଼େୟାପଲ୍ଲୀ ଏବଂ କୁମ୍ପାପଡା ପଞ୍ଚାୟତରେ ସର୍ବମୋଟ ୩୫୦ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଓ ୧୬୨୦ ଜଣକୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି କାର୍ଡ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ବିଭାଗୀୟ ଅଧିକାରୀ ରାମକୃଷ୍ଣ ମହାନ୍ତି, ଜିପିଓ ମାଥୁରାମ ନାୟକ, ପିଇଓ ବସନ୍ତ କୁମାର ସାହୁ,ବ୍ଲକ ସାମାଜିକ ଅଧିକାରୀ ମିତାଲୀ ପ୍ରିୟଦର୍ଶିନୀ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମୋନାଲି ମହାନ୍ତି, ସମସ୍ତ ଯନ୍ତ୍ରୀ, ଗ୍ରାମସେବକ ଓ ସମସ୍ତ ବ୍ଲକ କର୍ମଚାରୀ, ସିଡିପିଓ ଦାର୍ଶନି ନାୟକ,ମିଶନଶକ୍ତି ବ୍ଲକ ସଂଯୋଜିକା ସୀତା ବରାଳ,ଅଞ୍ଚଳର ସରପଞ୍ଚ ଏବଂ ସମିତି ମେମ୍ବର ପ୍ରମୁଖ୍ ସହଯୋଗ କରିଥିଲେ l