Odisha news

ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ

0

ଗଞ୍ଜାମ,ସୋରଡ଼ା କେଶାବ ପଣ୍ଡା ସ୍ନାତକ ମହାବିଦ୍ୟାଳୟରେ ଅଧକ୍ଷ୍ୟ ପ୍ରିୟସୀତା ପଣ୍ଡାଙ୍କ ସଭାପତିତ୍ୱରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ତା ୧.୩.୨୦୨୩ ରେ ଆୟୋଜିତ ହୋଇଥିଲା l ନିମନ୍ତ୍ରଣ କ୍ରମେ ଏହି ମହିଳା ମହାବିଦ୍ୟାଳୟର ସଭାପତି ଶ୍ରୀ କେଶାବ ପଣ୍ଡା ଓ ଟ୍ରଷ୍ଟର ସଭାପତି ଶ୍ରୀମତୀ ସୁଦଶ୍ନା ପଣ୍ଡା ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ମହିଳା ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ତଥା ଶ୍ରୀମତୀ ମାନସି ପାଣ୍ଡଵ, ଶ୍ରୀମତୀ ଜାନକୀ କୁମାରୀ ଭୂୟାଁ, ଶ୍ରୀମତୀ ସୁପ୍ରଭା ସେଠି, ଶ୍ରୀ ବିଷ୍ଣୁ ଚରଣ ବେହେରା, ମିସ ମଧୁସ୍ମିତା ସେଠି ସହ ସମସ୍ତ ଅଧ୍ୟାପକ ଓ କର୍ମଚାରି ଉପସ୍ଥିତ ଥିଲେ l ଭାଷଣ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5 T ଆମ ଓଡିଶା ନବୀନ ଓଡିଶାର ଅଧକ୍ଷ୍ୟ ଶ୍ରୀଯୁକ୍ତ V. K. ପାଣ୍ଡିଆନଙ୍କ ବଳିଷ୍ଠ ନେତୃତ୍ୱ ଫଳରେ ଛାତ୍ରୀମାନେ ବାର୍ଷିକ 10,000 ଟଙ୍କା ଛାତ୍ରବୃତ୍ତି ପାଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି l ନୋଡାଲ ଅଫିସର ଭାବେ ଶ୍ରୀମତୀ ସ୍ନିଗ୍ଧା ରାଣୀ ପଣ୍ଡା କାର୍ଯ୍ୟ କ୍ରମ ର ସଫଳ ରୂପାୟନ କରି ଧନ୍ୟବାଦ ଅର୍ପଣ କରିଥିଲେl
ରିପୋର୍ଟ – ମନୋରଞ୍ଜନ ଅଧିକାରୀ

Leave A Reply