Odisha news

ଓଡ଼ିଶା ପରିବାର ସହଯୋଗରେ ଗଞ୍ଜାମର ସନ୍ତୋଷ କୁମାର ଭୂୟାଁଙ୍କ ମରଶରୀର ଓ୍ୱାର୍ଦ୍ଧାରୁ ଆଣି ତାଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ

0

ଭୁବନେଶ୍ୱର,୦୯/୦୧/୨୦୨୪ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ତହସିଲର ଗୁଡ଼ିଆଳୀ ଗ୍ରାମର ସନ୍ତୋଷ କୁମାର ଭୂୟାଁ ସୁରଟରୁ ରେଳଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଗତ ୭ ତାରିଖରେ ମହାରାଷ୍ଟ୍ରର ଓ୍ୱାର୍ଦ୍ଧା ନିକଟରେ ଅପମୃତୁ୍ୟର ଶିକାର ହୋଇଥିଲୋ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କଠାରୁ ଖବର ପାଇ ଓଡ଼ିଶା ପରିବାର ନିର୍ଦ୍ଦେଶକ ଦିଲୀପ ରାଉତରାଏ ସ୍ୱର୍ଗତଃ ଭୂୟାଁଙ୍କ ଶବକୁ ଓ୍ୱାର୍ଦ୍ଧାରୁ ଆଣି ତାଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରିଥିଲୋ ଜିଲ୍ଲା ପ୍ରଶାସନ ସହଯୋଗରେ ତାଙ୍କର ମରଶରୀର ଆମ୍ବୁଲାନ୍ସ ଯୋଗେ ତାଙ୍କ ପୈତୃକ ଗ୍ରାମକୁ ଅଣାଯାଇ ଆଜି ଶେଷକୃତ୍ୟ ସମ୍ପାଦନ କରାଯାଇଛିା ଏଥିନିମନ୍ତେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ଗୁଡ଼ିଆଳୀ ସରପଞ୍ଚ ଯାଜ୍ଞସେନୀ ଭୂୟାଁ ଏବଂ ତାଙ୍କ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟକୁ କୃତଜ୍ଞତା ଜ୍ଞାପନ କରିଛନ୍ତିା
ସେହିପରି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ତହସିଲର ଲାଞ୍ଜି ଗ୍ରାମର ବିଷ୍ଣୁ ସୁନା କେରଳର ମୂଳରେକରାଠାରେ ଗତ ୮ ତାରିଖରେ ଏକ ବସ୍‍ ଦୁର୍ଘଟଣାରେ ଅକାଳ ମୃିତୁ୍ୟର ଶିକାର ହୋଇଥିବା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କଠାରୁ ଖବରପାଇ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ତ୍ୱରିତ ପଦକ୍ଷେପ ନେଇ ସ୍ୱର୍ଗତଃ ବିଷ୍ଣୁ ସୁନାଙ୍କ ମରଶରୀରକୁ କେରଳରୁ ଆଣି ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ସମନ୍ୱୟ ରକ୍ଷା କରିଛନ୍ତିା
ପ୍ରକାଶଥାଉ କି, ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ପରିବାର ସହିତ ଭାବଗତ ଓ ଆତ୍ମୀୟତାର ସମ୍ପର୍କ ସୃଷ୍ଟି କରି ସେମାନଙ୍କ ସହିତ ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଭାବ ବିନିମୟ କରି ସେମାନଙ୍କ ବିପଦ ଆପଦରେ ସହଯୋଗର ହାତ ବାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପ୍ରତୀକ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ହୋଇଅଛିା ଏହି ନିର୍ଦ୍ଦେଶାଳୟ ପ୍ରବାସରେ ରହୁଥିବା ଓଡ଼ିଆ ପରିବାରମାନଙ୍କୁ ବିପଦ ଆପଦ ସମୟରେ ସହଯୋଗର ହାତ ବଢ଼ାଇ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛିା

Leave A Reply