Odisha news

ସ୍ୱପ୍ନେଶ୍ୱର ମହାଦେବଙ୍କ ବିବାହ ଲାଗି ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ

0

ତିହିଡିÿ, ୨୩/୦୫(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଳକ ଅଧିନ ଭାଟପଡା ପଞ୍ଚାୟତର ତିହିଡି ଗାଁର ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ବିବାହ ଲାଗି ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଛି । ଆସନ୍ତା ୩୧ ତାରିଖ ଦିନ ପବିତ୍ର ଶୀତଳଷଷ୍ଠୀ ଅବସରରେ ସ୍ୱପ୍ନେଶ୍ୱର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଚଳିତବର୍ଷ ବର ପିତା ଭାବେ ତିହିଡି ଗାଁର ରତ୍ନାକର ଓଝା ଓ କନ୍ୟାପିତା ଭାବେ ସେହି ଗାଁର ଚନ୍ଦନ କୁମାର ପାତ୍ର ଦାୟିତ୍ୱ ନିର୍ବାହ କରିବେ । ଲଗ୍ନଧରା ଶେଷ ହେବା ପରେ କନ୍ୟା ଘରୁ ଲଗ୍ନ ଚିଟାଉ ବର ଘରକୁ ଯାଇଥିଲା । ପଣ୍ଡିତ ନିରଞ୍ଜନ କର ଓ ଦେବବ୍ରତ ଗ୍ରହାଚାର୍ଯ୍ୟ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଏହି ଲଗ୍ନଧରା କାର୍ଯ୍ୟରେ ଶରତ କୁମାର କର, ପାର୍ଥସାରଥୀ ନାୟକ, ରଘୁନାଥ ପାତ୍ର, କୈଳାସ ପାତ୍ର, ରମାକାନ୍ତ ନାଥ, ପ୍ରଭାତ କୁମାର ରାଉଳ, ପି.ହୃଷିକେଶ, ବିଷ୍ଣୁଚରଣ ଦାସ, ମହେନ୍ଦ୍ର ଓଝା, ଧ୍ରୁବଚରଣ ମହାରଣା, ଉମାକାନ୍ତ ସୂତାର, ବିବେକାନନ୍ଦ ନାୟକ, ସରୋଜ କର, ଶିବପ୍ରସାଦ ଓଝା, ବସନ୍ତ ବେହେରା, ମନୋରଞ୍ଜନ ବେହେରା, ପ୍ରଫୁଲ୍ଲ ପାତ୍ର, ରାକେଶ ନାୟକ, କମଳାକାନ୍ତ ସାହୁ, ଚିତ୍ତରଞ୍ଜନ ବାରିକ, ପୀତବାସ ପଣ୍ଡା, ଗୋପାଳ ସାହୁ, ପ୍ରକାଶ ନାୟକ ଓ ମାଳତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply