Odisha news

ନୂଆପଡାରେ ବିଶ୍ଵ ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ  

0
ନୂଆପଡା-୨୨/୬ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ଅବୈଧ ନିଶା ବ୍ୟବହାର ଓ ଏହାର ଚୋରା ଚାଲାଣ ରୋକିବା ତଥା ବିଶ୍ଵ ନିଶା ନିବାରଣ ଦିବସ ଆସନ୍ତା ଜୁନ ୨୬ ତାରିଖରେ ପାଳନ କରିବା ପାଇଁ  ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଅନୁଯାୟି ଉକ୍ତଦିନ ସକାଳ ୯ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥ ସହିତ ରାଲି ବାହାରିବ l ଏହାପରେ ଜିଲ୍ଲାପାଳଙ୍କ  ସମ୍ମିଳନୀ କକ୍ଷରେ ଦିବା ଘ ୧୦. ୩୦ ସମୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ l ଏଥିରେ ମଦ ଏବଂ ନିଶା ନିବାରଣ କ୍ଷେତ୍ରରେ ଉଲ୍ଲେଖନିୟ ଯୋଗଦାନ ଦେଇଥିବା ସ୍ବେଛାସେବୀ ଅନୁଷ୍ଠାନ, ସ୍ୱଂୟ ସହାୟକ ଦଳ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ l ଦିବସ ଉପଲକ୍ଷେ ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତରରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ବିଦ୍ୟାଳୟ ସ୍ତରରେ ଏହାର ବିଷୟ ବସ୍ତୁ “ନିଶାମୁକ୍ତ ସମାଜ” ଥିଲାବେଳେ ମହାବିଦ୍ୟାଳୟ ସ୍ତରରେ ବିଷୟ” ନିଶା ସେବନ ଏକ ସାମାଜିକ ବ୍ୟାଧି” ରହିଛି l ଦିବସ ପାଳନ ଅବସରରେ ମଦ ଏବଂ ଅବୈଧ ନିଶା କାରବାରର ଅପକାରିତା ସମ୍ବର୍ଦ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି l
Nalco
Leave A Reply