ଦଶପଲ୍ଲା : ଆଜିଠାରୁ ଆରମ୍ଭ ହେବ ଦଶପଲ୍ଲା କପ ଫୁଟବଲ । ସ୍ଥାନୀୟ କ୍ରୀଡା ସଂଗଠନ ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନ ଠାରେ ଏହି ଫୂଟବଲ ପ୍ରତିଯୋଗିତା ଆରମ୍ଭ ହେବ । ପ୍ରତିଯୋଗିତାରେ ଦୁଇଟି ଗ୍ରୁପ ରେ ସର୍ବ ଭାରତୀୟ ସ୍ତରରୁ ୧୨ ଟି ଦଳ ଅଂଶ ଗ୍ରହଣ କରିବେ । ‘ଏ’ ଗ୍ରୁପ ରେ ଭଞ୍ଜନଗର ଫୂଟବଲ ଏକାଡେମୀ, ମା ଭୁଅଶୁଣି ଫୁଟବଲ କ୍ଲବ , ଏମ ଜେ ବି ୟୁନାଇଟେଡ଼ ସରୋଜିନ ନଗର ନୂଆଦିଲ୍ଲୀ, ମା କାମାକ୍ଷା ସ୍ପୋର୍ଟସ କ୍ଲବ ବିହାର, ପତାକା କ୍ଲବ ଅନୁଗୁଳ, ଏବଂ ସାନ କ୍ଲବ ଭୁବନେଶ୍ୱର ସ୍ଥାନ ପାଇଥିବା ବେଳେ ‘ବି’ ଗ୍ରୁପ ରେ ପି ୱାଇ ସି ଫୂଟବଲ କ୍ଲବ ସୁନାବେଡା, ୱାଇ ଏ ଏଫ ସି ଚୈଦ୍ୱାର , ଶୋଧପୁର କ୍ଲବ କୋଲକାତା, ଡି ଏମ ଏଫ ଏସ ଝାଡ଼ଖଣ୍ଡ, ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ଦଶପଲ୍ଲା, ଓ ଜାଗା ୟୁନାଇଟେଡ଼ କ୍ଲବ ଭୁବନେଶ୍ୱର ରହିଛନ୍ତି । ପ୍ରତିଯୋଗିତା ର ପ୍ରଥମ ସେମି ଫାଇନାଲ ୧୪ ତାରିଖ ରେ ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ୨୦ ତାରିଖ ରେ ଅନୁଷ୍ଠିତ ହେବ ଏବଂ ପ୍ରତିଯୋଗିତା ର ଫାଇନାଲ ମ୍ୟାଚ ୨୧ ତାରିଖରେ ଅନୁଷ୍ଠିତ ହେବ । ୧୫ ତାରିଖ ରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ପକ୍ଷରୁ ଖେଳ ସୂଚୀ ପ୍ରକାଶ ପାଇଛି । ଏ ନେଇ ସ୍ପୋଟିଭି ସ୍ପୋର୍ଟସ ସୋସାଇଟି ପକ୍ଷ ସମସ୍ତ କାର୍ଯ୍ୟ ଶେଷ ହୋଇଛି ।