୩।୧୨: ଜ଼ିଲ୍ଲାରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ସଚେତନତା ରଥ ଆରମ୍ଭ ହୋଇଛି , ଏହି ସଚେତନତା ରଥ ଛତ୍ରପୁର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ବୁଲି ଚାଷୀ ଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜମିରେ ଥିବା ଫସଲ କୁ କିପରି ଚାଷୀ ରକ୍ଷା କରିବ ତାହା ସଚେତନ କରାଇବ.. ସୂଚନା ଥାଉ କି ଗତକାଲି ଜ଼ିଲ୍ଲାପାଳ ଏକ ଜରୁରୀ ବୈଠକ ଡାକି କୃଷି ବିଭାଗ, ରାଜସ୍ବ ବିଭାଗ, ଉଦ୍ୟାନ ବିଭାଗ,ମସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତଥା ସମସ୍ତ ଗୋଷ୍ଠୀ ଉନୟନ ଅଧିକାରୀ ଙ୍କୁ ଡାକି ସମସ୍ତେ ସଜାଗ ରହିଵା ପାଇଁ ପରାମର୍ଶ ଦେଇଥିଲେ..